ଆସନ୍ତାକାଲିଠୁ ବିଏମସି ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା ସୁବିଧା

1 min read

ଭୁବନେଶ୍ୱର: ଏଣିକି ଦୂର ହେବ କ୍ୟାନସର ରୋଗୀଙ୍କ ଦୀର୍ଘଦିନର ଚିନ୍ତା । ଆସନ୍ତାକାଲିଠାରୁ ରାଜଧାନୀବାସୀଙ୍କୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଚିକିତ୍ସା ସୁବିଧା । ପୁରୁଣା ଭୁବନେଶ୍ବର ସ୍ଥିତ ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା । ସପ୍ତାହରେ ଗୋଟିଏ ଦିନ ମଙ୍ଗଳବାର ଖୋଲିବ କ୍ୟାନସର ଓପିଡି । HCG ପଣ୍ଡା କ୍ୟାନସର ହସ୍ପିଟାଲ ସହ ବିଏମସିର ହୋଇଛି MOU ସ୍ବାକ୍ଷର ।

ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ସହ ଉପକୃତ ହେବେ କର୍କଟ ରୋଗୀ । ଏହାଦ୍ବାରା ହାତ ପାଆନ୍ତାରେ ମିଳିବ କର୍କଟ ରୋଗର ଚିକିତ୍ସା ଓ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ପ୍ରକଳ୍ପକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ପ୍ରକଳ୍ପର ହୋଇଥିଲା ଉଦଘାଟନ ।