ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଅ।ସିଥାନ୍ତି। ଶିମିଳିପାଳ ଅଭୟାରଣ୍ୟ ଭିତରେ 5ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଆ, କୁମାରୀ, ଜାମୁଅ।ଣି ଏବଂ ବରେହିପାଣି ରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି ।

ଚଳିତ ବର୍ଷ ପର୍ଯ୍ୟଟକମାନଂକ ପାଇଁ ଶିମିଳିପାଳ କୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଂକ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା ରଖାଯାଇଥିବା ସଂପର୍କରେ ସୂଚନା ଦିଅଯାଇଛି । ପର୍ଯ୍ୟଟକମାନଂକ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି।

ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଂକ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି। ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ ।