ଦାଦାବଟି ମାଗି ଦୁଇ ୱେବ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ ।

ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ବରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।