spot_img
Home Blog Page 3993

ଓଡ଼ିଆ ମିଡିୟମ ପିଲା କରିବେ ଭଲ ରେଜଲ୍ଟ: ଆରମ୍ଭ ହେଲା ମିଶନ ସୁପର୍-୩୦

କଟକ: ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ । ଭଲ ମାର୍କ ରଖି ପାସ୍ କରିବେ ଛାତ୍ରଛାତ୍ରୀ । କଟକ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ । ଆରମ୍ଭ ହେଲା ମିଶନ ‘ସୁପର୍-୩୦’ । ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଅଭିଯାନ । ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯାଇ କିପରି ସେମାନେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ A-1 ଗ୍ରେଡରେ ପାସ୍ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରସ୍ତୁତି କରିବେ ଅଭିଜ୍ଞ ଶିକ୍ଷକଙ୍କ ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରିଛନ୍ତି ଶୁଭାରମ୍ଭ ।

୨୦୨୩ ମାଟ୍ରିକ୍ ପାଇଁ ନବମରେ ୬୯ ପ୍ରତିଶତ ମାର୍କ ରଖିଥିବା ୩୦ ଜଣ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଭିତରେ ଅଛନ୍ତି ୧୫ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର । ସେମାନଙ୍କୁ ସ୍ବତନ୍ତ୍ର ଶିକ୍ଷାଦାନ ସହ ପରୀକ୍ଷା କରାଯିବ । ବିଦ୍ୟାର୍ଥୀଙ୍କ ପ୍ରଥମ କ୍ଲାସ୍ ନେଇଛନ୍ତି ଜିଲ୍ଲାପାଳ । ଇତିହାସ ହେଉ ଅବା ସାହିତ୍ୟ, କିପରି ସହଜ ଓ ସରଳ ଉପାୟରେ ମନେ ରଖି ହେବ ସେ ନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ । ଏଥିପାଇଁ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ଓ ପୃଷ୍ଟିଦାୟକ ଖାଦ୍ୟ ବିଭିନ୍ନ ସଂସ୍ଥା ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ପୂରା ଜିଲ୍ଲାରେ ଆରମ୍ଭ ହେବ ଏହି ଅଭିଯାନ ।

ଆବାସିକ ସ୍କୁଲରେ ଛାତ୍ରୀ ଗର୍ଭବତୀ !

ମାଲକାନଗିରି: ମାଲକାନଗିରିର ଏକ ଆବାସିକ ସ୍କୁଲ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ଦଶମ ଶ୍ରେଣୀର ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୧୨ ତାରିଖ ରାତିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରେ ପହଞ୍ଚି ଝିଅର ଦେହ ଗୁରୁତର ଥିବା କହିଥିଲେ । ଏହାସହ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଝିଅ ଗର୍ଭବତୀ ଥିବା ଓ ଅନ୍ୟ ପିଲାଙ୍କ ସହ ତା’ର ସମ୍ପର୍କ ଥିବା କହିଥିଲେ । ଏହାସହ ସ୍କୁଲର କିଛି ଶିକ୍ଷକ ଓ କର୍ମଚାରୀ ତାଙ୍କ ବାପାଙ୍କୁ ଧମକଚମକ ଦେଇ ଏକ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ହେଲେ ଛାତ୍ରୀଙ୍କ ବାପା ଦସ୍ତଖତ ନକରି ଗାଁକୁ ଫେରି ଯାଇଥିଲେ । ପରଦିନ ସ୍କୁଲ କର୍ତ୍ତୃପକ୍ଷ ପୁଣି ଛାତ୍ରୀଙ୍କ ପରିବାରକୁ ଡକାଇଥିଲେ ଓ ପୂର୍ବରୁ ଲେଖା ଥିବା ଏକ କାଗଜରେ ଜୋରଜବରଦସ୍ତ ଦସ୍ତଖତ ନେଇ ଝିଅକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଘରକୁ ଆସିବା ପରେ ଛାତ୍ରୀଙ୍କୁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ଛାତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସ୍କୃଲରେ ଛାତ୍ରୀ ଗର୍ଭବତୀ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଛନ୍ତି ବୋଲି ସ୍କୃଲ କର୍ତ୍ତୃପକ୍ଷ କହିଛନ୍ତି ।

ଦୁର୍ଘଟଣା ନୁହେଁ, ମାଆଝିଅଙ୍କୁ ଯୋଜନାବଦ୍ଧ ହତ୍ୟା

ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା ଅଭିଯୁକ୍ତ ।

ମିଳିଥିବା ସୂଚନା ଅନୁସରେ, ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ । ଝିଅ ସହତ ସ୍କୁଟିରେ ଫେରିବା ବେଳେ ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ସାଇଡ ମରାକୁ କେନ୍ଦ୍ର କରି ଟ୍ରକ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶ୍ରୀତିକା ଝିଅ ସହ ସ୍କୁଟି ଧରି ବାହାରି ଯାଇଥିଲେ । ହେଲେ ରାଗ ପଞ୍ଚମ ଅମର ହିତାହିତ ଜ୍ଞାନ ଭୁଲି ତାଙ୍କ ସ୍କୁଟି ଉପରେ ଟ୍ରକ ଚଢାଇ ଦେଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଜେନାପୁର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି ।

ତାଇଓ୍ବାନର ‘ଫ୍ରଗମେନ୍’ ନାଁ ଶୁଣିଲେ ହଜିଯାଏ ଜିନପିଙ୍ଗଙ୍କ ନିଦ

ନୂଆଦିଲ୍ଲୀ: ବିଶ୍ବଯୁଦ୍ଧ ମୁହଁରେ ଦୁନିଆ । ଖୋଲିବାରେ ଲାଗିଛି ନୂଆ ନୂଆ ଓ୍ବାର ଫ୍ରଣ୍ଟ । ଋଷ-ୟୁକ୍ରେନ ଯୁଦ୍ଧ ଯେ କୌଣସି ସମୟରେ ତୃତୀୟ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏମିତି ସ୍ଥିତିରେ ଚୀନ ଓ ତାଇଓ୍ବାନ ମଧ୍ୟରେ ଦେଖା ଦେଇଥିବା ବିବାଦ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି । ଚୀନ ଆକ୍ରମଣରୁ ତାଇଓ୍ବାନକୁ ରକ୍ଷା କରିବାକୁ ଆମେରିକା ଛିଡ଼ା ହୋଇଛି । ଆମେରିକାର ଯୁଦ୍ଧ ଜାହାଜ ତାଇଓ୍ବାନ ଚାରି ପାଖରେ ସୁରକ୍ଷା ବଳୟ ସୃଷ୍ଟି କରିଛନ୍ତି । ଚୀନର ତାଇଓ୍ବାନ ଆକ୍ରମଣ ଭୁଲ ଅପେକ୍ଷାରେ ରହିଛି ଆମେରିକା । ଏହାପରେ ଦୁଇ ଓ୍ବାଲ୍ଡ ପାଓ୍ବାର ହେବେ ମୁହାଁମୁହିଁ । ଆଉ ଏହାର ଚିଙ୍ଗାରୀ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଡେଇଁ ବିଶ୍ବଯୁଦ୍ଧର ରୂପ ନେବାକୁ ସମୟ ଲାଗିବନି ।

ଏମିତି ସ୍ଥିତିରେ ତାଇଓ୍ବାନ ସେନାକୁ ନେଇ ବହୁତ ଅଟକଳ କରାଯାଉଛି । ବିଶ୍ବର ଦ୍ବିତୀୟ ସୈନ୍ୟ ଶକ୍ତି ଚୀନ ଆଗରେ ତାଇଓ୍ବାନ କେତେ ସମୟ ଛିଡ଼ା ହୋଇ ପାରିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ହେଲେ ଆଜି ଆମେ ତାଇଓ୍ବାନର ଏମିତି ଏକ ସ୍ପଶାଲ ଫୋର୍ସ ସମ୍ପର୍କରେ କହିବାକୁ ଯାଉଛୁ, ଯାହାର ନାଁ ଶୁଣିଲେ ଚୀନର ବତି ଗୁଲ୍ ହୋଇଯାଇଥାଏ । ଏହି ଫୋର୍ସର ଆକ୍ରମଣକୁ ସାମ୍ନା କରିବାକୁ ନା ଚୀନ ସେନା, ନା ଚୀନ ଗୋଳାବାରୁଦର ଦମ ଅଛି । ମାତ୍ର କିଛି ସମୟରେ ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ଯୁଦ୍ଧର ରୂପ ବଦଳାଇ ଦେବାକୁ ସକ୍ଷମ । ଏଥିପାଇଁ ଭାରତ, ଆମେରିକା, ଋଷ ଭଳି ଶକ୍ତିଶାଳୀ ଦେଶଙ୍କ ସ୍ପେଶାଲ ଫୋର୍ସଙ୍କ ସହ ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ତୁଳନା କରାଯାଇଥାଏ ।

ତେବେ ବେଶି ଡେରି ନକରି ଆସାନ୍ତୁ ଜାଣିବା ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ସମ୍ପର୍କରେ ଯାହାର ନାଁ ଶୁଣିଲେ ଜିନପିଙ୍ଗଙ୍କ ରାତିର ନିଦ ହଜିଯାଏ । ଯାହାର ନାଁ ଶୁଣିଲେ ଚୀନ ଯବାନଙ୍କ ଭିତରେ କୋକୁଆ ଭୟ ଖେଳିଯାଏ ।

ତାଇଓ୍ବାନ ପାଖରେ ଏକାଧିକ ସ୍ପେଶାଲ ଫୋର୍ସ ଅଛି, ଯାହା ଏଲିଟ୍ ଗ୍ରୁପରେ ଆସିଥାଏ । ଏମାନଙ୍କ ମଧ୍ୟରୁ ସି ଡ୍ରାଗନ ଫ୍ରଗମେନ୍ ଏମିତି ଏକ ଫୋର୍ସ, ଯାହାର ଆକ୍ରମଣକୁ ପ୍ରତିହତ କରିବା ଅସମ୍ଭବ । ତାଇଓ୍ବାନର ଫ୍ରଗମେନ୍ ଅତ୍ୟନ୍ତ ଘାତକ । ବିଶେଷ କରି ଖୋଲା ସ୍ଥାନରେ ଏମାନଙ୍କୁ ସମ୍ମୁଖୀନ ହେବାର ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ କରିବା ।

ଏବେ ଆସନ୍ତୁ ଜାଣିବା ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ଗଠନ ଓ ଏହାର ଯବାନଙ୍କୁ ଟ୍ରେନିଂ ପ୍ରକ୍ରିୟା ଉପରେ ।

୧୯୪୯ରେ ଆମେରିକାର ସହାୟତାରେ ତାଇଓ୍ବାନ ଏହି ସ୍ପେଶାଲ ଫୋର୍ସ ଗଠନ କରିଥିଲା । ଏମାନଙ୍କ ଟ୍ରେନିଂ ଆମେରିକାର ନେଭି ସିଲସ୍ କମାଣ୍ଡୋଙ୍କ ସହ ହୋଇଥାଏ । ଏହି ଟିମର ପ୍ରକୃତ ନାଁ ହେଉଛି ୧୦୧ ଆମ୍ଫିବିୟସ ରିକୋନସେନ୍ସ ବାଟାଲିୟନ । ଏମାନେ ମୁଖ୍ୟତଃ ପାଣି ଭିତରେ ରହି ଦେଶର ସୀମା ସୁରକ୍ଷା କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା । ହେଲେ ଏମାନେ ଷ୍ଟ୍ରିଟ୍ ଫାଇଟ୍, ଜଙ୍ଗଲ ଓ୍ବେରଫେୟାର ଓ ଗରିଲା ଯୁଦ୍ଧ କରିବାକୁ ମଧ୍ୟ ସକ୍ଷମ । ଏମାନଙ୍କ ଆକ୍ରମଣ ଏତେ ଘାତକ ଯେ, ଶତ୍ରୁ ଆକ୍ରମଣର ଟେର୍ ପାଇ ନଥାଏ ।

ଫ୍ରଗମେନର ସବୁଠାରୁ ବଡ଼ କ୍ଷମତା ହେଲା ଲୁଚିକି ଆକ୍ରମଣ କରିବା । ଥରେ ଏମାନେ କୌଣସି ମିଶନରେ ବାହାରିଲେ ତାକୁ ପୂରା କରି ଫେରିଥାନ୍ତି ।

ଏମିତି ସ୍ଥିତିରେ ଯଦି ଯୁଦ୍ଧ ହୁଏ ତେବେ ଚୀନ ଯବାନଙ୍କୁ ଫ୍ରଗମେନ୍ ଫୋର୍ସ ସମ୍ମୁଖରେ ନାକେଦମ ହେବାକୁ ପଡ଼ିବ । କାରଣ ଫ୍ରଗମେନ୍ ଫୋର୍ସ କେବଳ ଚୀନ ଯବନାଙ୍କୁ ନୁହେଁ, ସେମାନଙ୍କ ଆର୍ଟିଲରୀ, ତୋପ, ବଖତରବନ୍ଦ ଗାଡିର ଧଜିଆ ଉଡ଼ାଇବାକୁ ସକ୍ଷମ ।

ଦେଶ ଉପରେ ନଜର ରଖିବା, ଗୁପ୍ତଚରୀ, ଲୁଚିଛପି ଶତ୍ରୁଙ୍କ ଇଲାକାରେ ଏଣ୍ଟ୍ରି, ଯୋଗାଯୋଗ, ଜଳସୀମା ସୁରକ୍ଷା ଓ ଗୁପ୍ତ ଅପରେସନ ହେଉଛି ଫ୍ରଗମେନ୍ ଫୋର୍ସର ମୁଖ୍ୟ କାମ ।

ଏଥିରେ ସାମିଲ ହେଉଥିବା ଯବାନଙ୍କୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାପରେ ସେମାନଙ୍କୁ ୧୫ ସପ୍ତାହର କଠୋର ଟ୍ରେନିଂ ଦିଆଯାଇଥାଏ । ଏହି ଟ୍ରେନିଂକୁ ଦି ଆଇରନ୍ ମ୍ୟାନ୍ ରୋଡ କୁହାଯାଇଥାଏ । ଏହାପରେ ୫ ଦିନ କ୍ବାଲିଫିକେସନ୍ କୋର୍ସ କରିବାକୁ ପଡ଼ିଥାଏ ।

୧୫ ସପ୍ତାହର ଟ୍ରେନିଂ ପରେ ମାତ୍ର ୨୦ ପ୍ରତିଶତ ସି ଡ୍ରାଗନ୍ ଫ୍ରଗମେନ୍ ହୋଇପାରନ୍ତି । ଏମାନଙ୍କୁ ଯେତେବେଳେ କମାଣ୍ଡୋ ଘୋଷଣା କରାଯାଏ, ସେ ସମୟରେ ତାଙ୍କ ଶରୀରରେ ୟୁନିଟ୍ ବ୍ୟାଚର ପିନ୍ ମାରି ଟାଟୁ କରାଯାଇଥାଏ । ଏହାପରେ ଏମାନେ ସି ଡ୍ରାଗନ୍ ଫ୍ରଗମେନ୍ ଭାବେ ମାନ୍ୟତା ପାଇଥାନ୍ତି ।

ଏମାନଙ୍କ ପାଖରେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥାଏ । ଯେକୌଣସି ଗୁପ୍ତ ଅପରେସନରେ ଏହାର ବ୍ୟବହାର ପାଇଁ ଏମାନଙ୍କ ପାଖରେ ଅନୁମତି ଥାଏ । ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସରେ କେତେ କମାଣ୍ଡୋ ଅଛନ୍ତି ତାହା କାହାକୁ ଜଣାନାହିଁ ।

ଫ୍ରଗମେନ୍ ବ୍ୟତୀତ ତାଇଓ୍ବାନ ପାଖରେ ଏୟାରବର୍ଣ୍ଣ ସ୍ପେଶାଲ ସର୍ବିସ୍ କମ୍ପାନୀ, ରିପବ୍ଲିକ ଆଫ ଚାଇନା ମିଲେଟାରୀ ପୋଲିସ ସ୍ପେଶାଲ ସର୍ଭିସ୍ କମ୍ପାନୀ, ଥଣ୍ଡର ସ୍କ୍ବାଡ  ପରି ଏଲିଟ ଗ୍ରୁପର ସ୍ପେଶାଲ ଫୋର୍ସ ଅଛି ଯାହା ଚୀନର ବିଶାଳ ସେନାକୁ ମାତ୍ର କିଛି ଘଣ୍ଟାରେ ଧ୍ବଂସ କରିବାକ ସକ୍ଷମ ।

ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପ୍: ଆସନ୍ତାକାଲି ଗ୍ରାଣ୍ଡ ଫିନାଲେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଭୁବନେଶ୍ୱର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଗ୍ରାଣ୍ଡ ଫିନାଲେ । କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଉଥିବା ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପରେ ଆସନ୍ତା କାଲି ସନ୍ଧ୍ୟା ୭ଟାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚରେ ଉଭୟ ଟିମ୍ ବିଜୟ ହାସଲ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତକୁ ବାଂଲାଦେଶ ହରାଇ ଥିଲା ତେବେ ପରାଜୟରେ ପ୍ରତିଶୋଧ ନେବାକୁ ଫାଇନାଲରେ ଚେଷ୍ଟା କରିବ ଭାରତ । ଆସନ୍ତାକାଲି ସନ୍ଧ୍ୟାରେ ଭାରତ ଓ ବାଂଲଦେଶ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେବେ ଏହି ମ୍ୟାଚରେ ଦର୍ଶକଙ୍କୁ ମଧ୍ୟ ଖେଳ ଦେଖିବାକୁ ସୁଯୋଗ ମିଳିବ।

ଦର୍ଶକଙ୍କ ଗହଣରେ ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ଭାରତୀୟ ଦଳର କୋଚ୍ ଓ ଅଧିନାୟକ ପ୍ରେସମିଟରେ ବିଜୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ପୂର୍ବରୁ ବାଂଲାଦେଶକୁ ଫାଇନାଲରେ ହରାଇ ଟ୍ରଫି ଜିତିଛୁ ବୋଲି କହିଛନ୍ତି କୋଚ୍ ଏସ ଭେଙ୍କେଟେସ୍ । ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆସନ୍ତାକାଲି ମ୍ୟାଚ ପାଇଁ ସମସ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଅଧିନାୟକ । ୫ଟି ଦେଶକୁ ନେଇ ଗତ ୨୫ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତାକାଲି ଶେଷ ହେବ ।

ତାଇଓ୍ୱାନ୍ ସୀମାରେ ଚୀନର ସମରାଭ୍ୟାସ, ନାନ୍ସିଙ୍କ ଗସ୍ତର ଜବାବ ଦେବାକୁ ଡ୍ରାଗନର ଚକ୍ରବ୍ୟୂହ

ବେଜିଂ: ତାଇଓ୍ୱାନକୁ ନେଇ ଜୋରଦାର ଯୁଦ୍ଧ ପ୍ରସ୍ତୁତି । ତାଇଓ୍ୱାନ ସୀମାରେ ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏର ନୌସେନା ପକ୍ଷରୁ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଆମେରିକା ମଧ୍ୟ ମୁତୟନ କରିବାରେ ଲାଗିଛି ଯୁଦ୍ଧଜାହାଜ । ଗତକାଲି ତାଇଓ୍ୱାନ ଏୟାର ଡିଫେନ୍ସ ଜୋନରେ ଚୀନର ୨୭ଟି ବିମାନ ପ୍ରବେଶ କରିବା ପରେ ଦୁଇ ତାଇଓ୍ୱାନ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ସମ୍ଭାବ୍ୟ ଆକ୍ରମଣ ପରିପ୍ରେକ୍ଷୀରେ ଚୀନକୁ ଟକ୍କର ଦେବା ଲାଗି ଚାଲିଛି ସମସ୍ତ ପ୍ରସ୍ତୁତି ।

ପ୍ରଥମ ପର୍ଯ୍ୟାୟରେ ତାଇପେଇ ସମେତ ୬ଟି ପ୍ରମୁଖ ବନ୍ଦରକୁ କବଜା କରିବା ଲାଗି ଚୀନ ଲକ୍ଷ୍ୟ ରଖିଛି । ଏହି ବନ୍ଦରଗୁଡିକରୁ ପ୍ରତିବର୍ଷ ୩୦୦୦ ଜାହାଜରେ ସାର, ତେଲ, ଖାଦ୍ୟ, ଆଲୁମିନିୟମ, ଚିନି, ଚାଉଳ ଆଦି ରପ୍ତାନି ହୋଇଥାଏ । ଜବାବରେ ଆମେରିକା ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧଜାହାଜ USS ରୋନାଲଡ ରେଗାନ CVN-76, USS ତ୍ରିପୋଲି, USS ଆମେରିକା LHA-6 ଓ USS ଏସେକ୍ସ ମୁତୟନ କରିଛି । ସେପଟେ ଆମେରିକା ବାଚସ୍ପତି ନାନସି ପେଲୋସି ଓ ତାଙ୍କ ପରିବାର ବିରୋଧରେ କଟକଣା ଜାରି କରିବାକୁ ଘୋଷଣା କରିଛି ଚୀନ ।

 

ସ୍ମାର୍ଟଫୋନ ଓ ଇଲେକ୍ଟ୍ରୋନିକ୍ସରେ ୮୦% ରିହାତି

ସ୍ମାର୍ଟଫୋନରେ ଆସିଛି ବମ୍ପର ଅଫର । ଯଦି ଆପଣ ସ୍ମାର୍ଟଫୋନ କିମ୍ୱା କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ସମୟ । ଅନଲାଇନ ସପିଂ ସାଇଟରେ ଆରମ୍ଭ ହୋଇସାରିଛି ରିହାତି । ୬ ଅଗଷ୍ଟରୁ ଫ୍ଲିପକାର୍ଡରେ ଆରମ୍ଭ ହେଉଛି ବିଗ୍ ସେଭିଙ୍ଗ୍ ଡେ । ଏହି ଅଫର୍ ଅଗଷ୍ଟ ୧୦ ଯାଏ ରହିବା ସହ ୮୦ ଶତକଡ଼ା ଯାଏ ରିହାତି ମିଳିବ । କେବଳ ଏତିକି ନୁହେଁ ଆଇଆଇସି ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଡ ଓ କ୍ରେଡିଟ କାର୍ଡ ମାଧ୍ୟମରେ କିଣିଲେ ୧୦ ଶତକଡ଼ାରେ ସୁଧର ଡିସକାଉଣ୍ଟ ଅଫର୍ ମଧ୍ୟ ରହିଛି । ଆଜି ଫ୍ଲିପକାର୍ଡ ସପିଙ୍ଗ୍ ସାଇଟର ସପ୍ ଆଟ୍ ସେଲ୍ ପ୍ରାଇସ୍ ବିଫୋର ସେଲ୍ ସ୍କିମରେ ଅନେକ ଦ୍ରବ୍ୟ ରିହାତିରେ ମିଳିବାର ସୁଯୋଗ ରହିଛି ।

ପ୍ରତ୍ୟେକ ଦିନ ଅନେକ ଦ୍ରବ୍ୟ ଆକର୍ଷଣ ଅଫର୍ ସହ ମିଳିବ । ଫ୍ଲିପକାର୍ଡର ଲାଇଭ୍ ମାଇକ୍ରୋସାଇଟ ଅନୁସାରେ ୟୁଜର୍ସ ରାତି ୧୨ଟାରୁ ୨ଟା ରସ୍ ଆୱାର୍ ଡିଲରେ ଅଧିକ ରିହାତିରେ ସପିଙ୍ଗ୍ କରିପାରିବେ । ଏହିଭଳି ରାତି ୧୨ଟା, ସକାଳ ୮ଟା, ଏବଂ ଅପରାହ୍ନ ୪ଟା ସମୟରେ ୟୁଜର୍ସଙ୍କୁ କମ୍ପାନୀ ନିଜର ବେଷ୍ଟ ଡିଲ୍ ଅଫର କରିବ । ଏଥିସହ ଟିକଟକ୍ ଡିଲ୍ସ ଫ୍ଲିପକାର୍ଡର ବିଗ୍ ସେଭିଙ୍ଗ୍ ଡେ ସେଲର ଅନ୍ତର୍ଭୁକ୍ତ । ଏହି ୫ ଦିନର ଫ୍ଲିପକାର୍ଡ ବିଗ୍ ସେଭିଙ୍ଗ୍ ଡେ ସେଲରେ ଆପଲ୍, ଓପୋ, ଭିଭୋ ଓ ମଟ୍ରୋଲା ଭଳି ଅନ୍ୟ ସ୍ମାର୍ଟଫୋନରେ ମଧ୍ୟ ଧମାକାଦାର ଡିସକାଉଣ୍ଟର ଅଫର୍ ରହିଛି । ଆଇଫୋନ୍ ୧୧ ବର୍ତ୍ତମାନ ୪୧ ହଜାର ୯ ଶହ ୯୯ ଟଙ୍କାରେ ମିଳୁଥିବା ବେଳେ ଆଇଫୋନ ୧୨ ୫୯ ଶହ ୯ ଶହ ୯୯ ଟଙ୍କାରେ ଉପଲବ୍ଧ । ଆସନ୍ତା କିଛି ଦିନ ମଧ୍ୟରେ ଆଇଫୋନର ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ଭଭୋ ଟି ୧ରେ ମଧ୍ୟ ଭଲ ଡିସକାଉଣ୍ଟ ରହିଛି ।  ବର୍ତ୍ତମାନ ଏହା ଫ୍ଲିପକାର୍ଡରେ ୧୪ ହଜାର ୪ ଶହ ୯୯ ମୂଲ୍ୟାଙ୍କନରେ ଲିଷ୍ଟ ରହିଛି ।

କେବଳ ସ୍ମାର୍ଟଫୋନ ନୁହେଁ ଅନେକ ଇଲେକ୍ଟ୍ରୋନିକ ଦ୍ରବ୍ୟ ଉପରେ ମଧ୍ୟ ଆଖିଦୃଶିଆ ରିହାତି ଦେଖିବାକୁ ମିଳିଛି । ଲାପଟପ୍, ଟାବଲେଟ୍, ଗେମିଙ୍ଗ୍ ମନିଟର, ହେଡଫୋନ ଓ ସ୍ପିକର୍ସ ଏସବୁରେ ୮୦ ଶତକଡ଼ା ଯାଏ ରିହାତି ରହିଛି । ଟିଭି ସହ ଫ୍ରିଜ୍, ଏସି ଓ ମାଇକ୍ରୋୱେଭ୍ ଭଳି ଘରୋଇ ଉପକରଣ ଉପରେ ୭୫ ଶତକଡ଼ା ଯାଏ ରିହାତି । ଫ୍ଲିପକାର୍ଡ ମେମ୍ୱରଙ୍କ ପାଇଁ ଖୁସି ଖବର ଯେ ବହୁ ପୂର୍ବରୁ ଏହି ଅଫର ଏମାନଙ୍କଠାରେ ଲାଗୁ ହୋଇଯିବ ।

କେନ୍ଦ୍ର ଉପରେ ବର୍ଷିଲେ ରାହୁଲ, କହିଲେ ଇଡିକୁ ଅସ୍ତ୍ର କରି ଡରାଇବାକୁ ହେଉଛି ଉଦ୍ୟମ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆକ୍ସନକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ । ଇଡିକୁ ଅସ୍ତ୍ର କରି ଡରାଇବାକୁ ଉଦ୍ୟମ ହେଉଛି । ଚାପ ପକାଇ ଚୁପ୍ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ତେବେ ଏଥିରେ କିଛି ଫରକ ପଡିବନି । ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ସଂସଦରେ ଜାରି ରହିଛି ହେରାଲ୍ଡ ହଙ୍ଗାମା । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଆକ୍ସନକୁ ନେଇ କଂଗ୍ରେସ ସାଂସଦ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀରେ ୟଙ୍ଗ ଇଣ୍ଡିଆ ଅଫିସକୁ ଇଡି ସିଲ୍ କରିବା ସହ ରେଡ୍ ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଉପସ୍ଥିତ ରହିବାକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାର୍ଲାମେଣ୍ଟ ଚାଲିଥିବା ବେଳେ କିଭଳି ସମନ୍ କରାଯାଇଛି ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଲଗାତାର ଜେରା କରିଥିଲା । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ହଙ୍ଗାମା ଆଶଙ୍କାରେ କଂଗ୍ରେସ ହେଡକ୍ୱାର୍ଟର ସହ ସୋନିଆ ଓ ରାହୁଲଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏମ୍ସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ଏମସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ । ବିନା କାରଣରେ କର୍ମଚାରୀଙ୍କୁ ଛଟେଇର ପ୍ରତିବାଦ, ମାସରେ ୪ଦିନ ଛୁଟି ଦାବି ଓ ଇପିଏଫ ବାବଦରେ ଟଙ୍କା କାଟ୍‌ ବିରୋଧରେ ଭୁବନେଶ୍ୱର ଏମସରେ କାର୍ଯ୍ୟରତ ଠିକା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିୟୋଜନ ସହ ସାଲାରି ସ୍ଲିପ ପ୍ରଦାନ ଦାବିରେ ଠିକା କର୍ମଚାରୀ କାର୍ଯ୍ୟବନ୍ଦ କରି ଏମ୍ସ ସାମ୍ନାରେ ଧାରଣାରେ ବସିଛନ୍ତି ।

ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଠିକା କର୍ମଚାରୀ । ପୂର୍ବରୁ ସୁଲ୍ଲଭ ଇଣ୍ଟର ନ୍ୟାସନାଲ ସଂସ୍ଥା ଅଧୀନରେ ଥିବା ଠିକା କର୍ମଚାରୀ ବର୍ତ୍ତମାନ ଗୋଲଡେନ୍ ହସ୍ପିଟାଲ ସର୍ଭିସ ନାମକ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ଅଛନ୍ତି । ହସ୍ପିଟାଲରେ ମାଳି, ଅଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ଭଳି ପଦରେ ପ୍ରାୟ ୪ ଶହରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନଙ୍କୁ ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ମଙ୍କିପକ୍ସକୁ ମାତ୍‌ ଦେବାକୁ ମାଷ୍ଟରପ୍ଲାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ୍ । ରାଜଧାନୀ ଦିଲ୍ଲୀ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ସ୍ଥିତି ନେଇ ସମୀକ୍ଷା କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଉଚ୍ଚସ୍ତରୀୟ ବୈଠକରେ ଏନସିଡିସି ଓ WHOର ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଗତକାଲି ରାଜଧାନୀ ଦିଲ୍ଲୀରୁ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୩୧ ବର୍ଷୀୟ ସଂକ୍ରମିତଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଯାହା ଚିନ୍ତା ବଢାଇଛି ।

ସେପଟେ କେରଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢ଼ିଛି । ବିଭିନ୍ନ ହସ୍ପିଟାଲରେ ଏଥିପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ଭାରତ ସମେତ ଅନ୍ୟ ରାଷ୍ଟ୍ରରେ ବି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।