ସିତ୍ରଙ୍ଗ ପାଇଁ ଫସିଥିଲେ ବାଂଲାଦେଶୀ ମତ୍ସଜୀବୀ, ଉଦ୍ଧାର କଲା ଭାରତୀୟ ତଟରକ୍ଷୀ

ଭୁବନେଶ୍ବର: ବାତ୍ୟା ସିତ୍ରଙ୍ଗ ଲ୍ୟାଣ୍ଡଫଲ ପରେ ସମୁଦ୍ରକୁ ଯାଇଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ବାତ୍ୟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଥିବା ବେଳେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ । ସମୁଦ୍ରରେ ବାତ୍ୟା ଗତି କରୁଥିବାରୁ ସାଗର ଦ୍ବୀପର ୯୦ ଏନଏମ ନିକଟରେ ମତ୍ସ୍ୟଜୀବୀଙ୍କ ବୋଟ୍ ବୁଡି ଯାଇଥିଲା ।

କୋଷ୍ଟଗାର୍ଡର ବିଜୟ ଜାହାଜରେ ବୁଡି ଯାଉଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କାରଯାଇଛି । ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀଙ୍କୁ ହସ୍ତାନ୍ତର କରାଯିବ ।