ସୁଶ୍ରୀଙ୍କ ଶାଶୂଙ୍କ ବିରୋଧରେ ମିଳିଲା ପ୍ରମାଣ, ସ୍ବାମୀ ଶ୍ବଶୂର ଏବେବି ଫେରାର

1 min read

ଭୁବନେଶ୍ବର: ରାଜଧାନୀରେ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆଙ୍କ ମୃତ୍ୟୁ ଘଟଣା । ଶାଶୂଙ୍କୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ସୁଶ୍ରୀଙ୍କୁ ଶାଶୂ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ମିଳିଛି। ଦଫା ୪୯୮(A) ୩୦୪ B, ୩୦୬, ୩୪ ଆଧାରରେ ଶାଶୂ ସାବିତ୍ରୀ ନାୟକକୁ ଗିରଫ କରାଯାଇଛି । ସ୍ୱାମୀ ପ୍ରବୀଣ ଚନ୍ଦ୍ର ନାୟକ ଓ ଶ୍ବଶୁର ଫେରାର ଥିବା ସୂଚନା ମିଳିଛି ।

ସୁଶ୍ରୀଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୋଲିସ । ଫେରାର ଥିବା ସ୍ୱାମୀ ଓ ଶ୍ବଶୁରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଦୀପାବଳି ରାତିରେ କଳିଙ୍ଗ ବିହାର k9 ସ୍ଥିତ ଘରେ ବେକରେ ରଶି ଲଗାଇ ମୃତ୍ୟୁବରଣ କରିଥିଲେ ସୁଶ୍ରୀ । ପରବର୍ତ୍ତୀ ସମୟରେ ସୁଶ୍ରୀଙ୍କ ବାପଘର ଆଣିଥିଲେ ହତ୍ୟା ଅଭିଯୋଗ । ତମାଣ୍ଡୋ ଥାନାରେ ଏ ସମ୍ପର୍କିତ ଏତଲା ଦେଇଥିଲେ ପରିବାର ଲୋକେ ।

ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନି । ଖଣ୍ଡଗିରି ସ୍ଥିତ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ସୁଶ୍ରୀ । ୨୦୨୦ ମସିହାରେ ପ୍ରବୀଣଙ୍କୁ ବିବାହ କରିଥିଲେ ସୁଶ୍ରୀ ।