ଧାମନଗରରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ, ଆସିଲେଣି ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

1 min read

ଭଦ୍ରକ: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ କରିବେ ଭୋଟର। ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସରିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ସରିବ ନିର୍ବାଚନ ପ୍ରଚାର  ।

ଉପନିର୍ବାଚନରେ ପୁଲିଙ୍ଗ ଅଧିକାରୀ ରହିବେ । ଭୋଟ ବେଳେ 50 ପ୍ରତିଶତ ବୁଥରେ ୱେବକାଷ୍ଟ ହେବ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ଆସି ସାରିଛନ୍ତି ।

ଏନେଇ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ୧୦ପ୍ଲାଟୁନ ଷ୍ଟେଟ୍‌ ପୋଲିସ ଫୋର୍ସ ମୁତୟନ ହେବେ । ପୋଷ୍ଟାଲ ବାଲାଟ ବ୍ୟବସ୍ଥା ହୋଇଛି । ୪୯୬ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । 106ଟି ସମ୍ବେଦନଶୀଳ ବୁଥ ଥିବାରୁ ସେଥିପ୍ରତି ନଜର ରଖାଯାଇଛି ।

ନଭେମ୍ବର  1 ରେ ପୋଲିଂପାର୍ଟି ପହଞ୍ଚିବେ । ରାଜନୈତିକ ଦଳର ଅଭିଯୋଗ ପରେ ଭେରିଫିକେସନ ପାଇଁ ଜିଲ୍ଲାପାଳଙ୍କୁ ପଠାଯାଇଛି । 48 ଘଣ୍ଟା ଭିତରେ ଅଭିଯୋଗ ଉପରେ ଦୃଷ୍ଟି ଦିଆଯାଇଛି । SGH ମହିଳାଙ୍କୁ ଟଙ୍କା ବଣ୍ଟା ଭାଇରାଲ  ହୋଇଥିବା ଘଟଣାରେ ଆଇନ ଅନୁଯାୟୀ ଏଫଆଇଆର ପଞ୍ଜିକୃତ କରାଯାଇଛି । କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର ପଞ୍ଜିକୃତ କରାଯାଇଛି । ଏହାସହ ଜେଏମଏଫସି କୋର୍ଟରେ ବି ତାଙ୍କୁ ପ୍ରଡ୍ୟୁସ କରାଯାଇଛି ।