ସାମ୍ପୋ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ବ୍ଲଡ କ୍ୟାନସର

1 min read

ନୂଆଦିଲ୍ଲୀ: ସାମ୍ପୋ ବ୍ୟବହାର କରୁଥିଲେ ସାବଧାନ ! ବ୍ଲଡ କ୍ୟାନସରର କାରଣ ସାଜୁଛି ସାମ୍ପୋ । ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ପ୍ରଡକ୍ଟରେ କ୍ୟାନସର ସୃଷ୍ଟି କରୁଥିବା କେମିକାଲ୍ସ । ହିନ୍ଦୁସ୍ତାନ ୟୁନିଲିଭର ପ୍ରସ୍ତୁତ କରୁଥିବା ଅନେକ ବ୍ରାଣ୍ଡେଡ ସାମ୍ପୋରେ ବେନଜିନ ଭଳି କ୍ଷତିକାରକ କେମିକାଲ୍ସ ଠାବ ହୋଇଛି । ଏହା ଜଣାପଡ଼ିବା ପରେ କମ୍ପାନୀ ଆମେରିକା ବଜାରରୁ ଡୋଭ୍‌, ନେକ୍ସସ, ସୁଏଭ, ଟିଗି ଓ ଟ୍ରେସମି ସମେତ ବହୁ ଡ୍ରାଇ ସାମ୍ପୋକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି ।

ବେନଜିନର ସଂସ୍ପର୍ଶରେ ଆସିବା ଦ୍ବାରା ନିଶ୍ବାସ ପ୍ରଶ୍ବାସ ମାଧ୍ୟମରେ ଏବଂ ଚର୍ମ ମାଧ୍ୟମରେ କର୍କଟ ରୋଗ ହୋଇପାରେ । ଲ୍ୟୁକିମିଆ ଏବଂ ରକ୍ତ କର୍କଟ ଭଳି ରୋଗ ମଧ୍ୟ ହୋଇପାରେ । ଏ ନେଇ ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଓ୍ବେବସାଇଟରେ ଏକ ନୋଟିସ ମଧ୍ୟ ପୋଷ୍ଟ କରାଯାଇଛି । ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରଡକ୍ଟଗୁଡ଼ିକୁ ଫେରାଇ ଆଣିବାକୁ କମ୍ପାନୀ ଆଡଭାଇଜରୀ ଜାରି କରିଛି ।

ଏହା ଜଣାପଡ଼ିବା ପରେ ପୁଣି ଥରେ ପର୍ସନାଲ କେୟାର ପ୍ରଡକ୍ଟର ଗୁଣାବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଜନସନ ଆଣ୍ଡ ଜନସନର ବିଭିନ୍ନ ପ୍ରଡକ୍ଟରେ ହାର୍ମଫୁଲ କେମିକାଲ୍ସ ରହିଥିବା ଜଣାପଡ଼ିଥିଲା  । ସେହିପରି ଗତବର୍ଷ ଡିସେମ୍ବରରେ P & Gର ପ୍ରଡକ୍ଟ ପେଣ୍ଟିନ ଓ ହର୍ବାଲ ଏସେନ୍ସ ଡ୍ରାଇ ସାମ୍ପୋରେ ଅତ୍ୟଧିକ ବେନଜିନ କେମିକାଲ୍ସ ମିଳିଥିଲା ।