spot_img
Home Blog Page 3952

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍, ଦିଲ୍ଲୀ NCR ସହ ୨୦ଟି ସ୍ଥାନରେ ଛାନବିନ୍

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ଅବକାରୀ ନୀତିକୁ ନେଇ ସିବିଆଇ ରେଡ୍ ହୋଇଛି । ଅବକାରୀ ନୀତିକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ କରିବାକୁ ସୁପାରିଶ କରିଥିଲେ । ଆଜି ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ସିବିଆଇ ରେଡ୍ ନେଇ ସୂଚନା ଦେଇଛନ୍ତି ନିଜେ ମନୀଷ ସିସୋଦିଆ । ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନ ସେ ସ୍ୱାଗତ କରିଛନ୍ତି । ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡ଼ଯନ୍ତ୍ର ହୁଏ ।

ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଢ଼ୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧ ନମ୍ବର ହୋଇପାରୁନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ମନୀଷ ସିସୋଦିଆ । ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଭଲ ଭାବରେ କାମ କରୁଛି । ହେଲେ କିଛି ସ୍ୱାର୍ଥନ୍ୱେଷୀ ଲୋକ ଦିଲ୍ଲୀର ଏପରି ବିକାଶକୁ ସହି ପାରୁନାହାନ୍ତି । ଏଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ହେଲେ କୋର୍ଟରେ ସବୁ ସତ ସାମ୍ନାକୁ ଆସିବ ବୋଲି ସିସୋଦିଆ କହିଛନ୍ତି ।

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ପଶ୍ଚିମ ଓଡ଼ିଶା ଯୁବମଞ୍ଚ ପକ୍ଷରୁ ବନ୍ଦ ଡାକରା । ବନ୍ଦର ପ୍ରଭାବ ସୁନ୍ଦରଗଡ଼ ସହରରେ ପଡ଼ିଛି । ଦୋକାନ ବଜାର ବନ୍ଦ । ଗାଡ଼ି ମଟର ବସ୍ ଓ ଟ୍ରକ ଚଳାଚଳ ବନ୍ଦ । ସହରର ବିଜୁ ପଟ୍ଟନାୟକ ଛକ, ବାଇପାସ ଛକରେ ରାସ୍ତା ରୋକ । ସହରର କଲେଜ ଛକ ଓ ଶଙ୍କରା ଛକଠାରେ ରାସ୍ତା ରୋକ । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ୟୁନିୟନ ପଷରୁ ସମର୍ଥନ। ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା କରିବା ପାଇଁ ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା । ସୁନ୍ଦରଗଡ଼ରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ ।

ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ । ସେମାନଙ୍କୁ ଅନ୍ୟ ବସରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଜୟପୁରରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା ଦିଲଖୁସ୍ ନାମକ ଯାତ୍ରୀବାହୀ ବସ୍ । ବୌଦ୍ଧ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରାଧା ନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।

ଋଷ-ୟୁକ୍ରେନ ଯୁଦ୍ଧ: ଶାନ୍ତି ପ୍ରତିଷ୍ଠା ଲାଗି ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ଆହ୍ୱାନ ଦେଲେ ଜାତିସଂଘ ମହାସଚିବ

କିଭ୍: ତୁରନ୍ତ ଯୁଦ୍ଧର ଅବସାନ କରି ପୂର୍ବସ୍ଥିତିକୁ ଫେରିବା ଲାଗି ଋଷ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ ଗୁଟେରସ କହିଛନ୍ତି- ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଅବସାନ ଲାଗି ସହମତି ପ୍ରକାଶ ପାଇଲେ ୟୁକ୍ରେନରୁ ଶସ୍ୟ ରପ୍ତାନି ନିରବଚ୍ଛିନ୍ନ ଜାରି ରହିବ । ୟୁକ୍ରେନର ଲିଭିବରେ ଜେଲେନସ୍କି ଓ ତୁର୍କୀର ନେତାଙ୍କ ସହ ଆଲୋଚନା କରିଛନ୍ତି ଗୁଟେରସ ।

ଗୁଟେରସ କହିଛନ୍ତି- ୟୁକ୍ରେନ ବନ୍ଦରରୁ ବର୍ତ୍ତମାନ ସୁଦ୍ଧା ୨୧ଟି ଜାହାଜ ଶସ୍ୟ ନେଇ ବିଭିନ୍ନ ଦେଶକୁ ଯାତ୍ରା କରିଛନ୍ତି । ତେବେ ଏହି ଧାରା ବଜାୟ ରଖିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଏହା ସହ ୟୁରୋପର ସର୍ବବୃହତ ଆଣବିକ ପ୍ଲାଣ୍ଟ ଜେପୋରଜିୟାର ସୁରକ୍ଷା ଲାଗି ଦୁଇ ରାଷ୍ଟ୍ର ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ତେଣେ ଆଉ ଏକ ଚେର୍ଣ୍ଣୋବିଲ ପରିସ୍ଥିତି ସୃଷ୍ଟି ନ କରିବା ଲାଗି ଆହ୍ବାନ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ ।

ଡୋଲୋ-୬୫୦ ପ୍ରେସ୍କ୍ରାଇବ୍ ପାଇଁ ହଜାରେ କୋଟିର ଉପହାର

ନୂଆଦିଲ୍ଲୀ: ଡୋଲୋ -୬୫୦ ଲାଗି ହଜାରେ କୋଟି ଟଙ୍କାର ମାଗଣା ଉପହାର । କୋଭିଡ ସମୟରେ ଦେଶରେ ପାରାସିଟାମଲ ବଟିକା ଡୋଲୋ-୬୫୦ର ଆଶାତୀତ ବିକ୍ରିକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର । ସାମାନ୍ୟ ଜ୍ୱର ଆସୁଥିଲେ ଡାକ୍ତରମାନେ ଆଖିବୁଜି ଲେଖୁଥିଲେ ଡୋଲୋ-୬୫୦ । ଏହାର ବିକ୍ରି ଅତୀତର ସମସ୍ତ ରେକର୍ଡ ବି ଭଙ୍ଗ କରିଥିଲା । ରୋଗୀଙ୍କୁ ଡୋଲୋ-୬୫୦ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ ୧ ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଥିଲା ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ଯ୍ୟଜନକ  ତଥ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲସ ରିପ୍ରେଜେଣ୍ଟେଟିଭ ଆସୋସିଏସନ ଅଫ୍ ଇଣ୍ଡିଆ ।

ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ଗଠିତ ଖଣ୍ଡପୀଠ ନିକଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବା ଲାଗି କେନ୍ଦ୍ରକୁ ନୋଟିସ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଫେଡେରେସନର ଏହି ବୟାନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । କହିଥିଲେ- ଏପରିକି ମୁଁ ମଧ୍ୟ କୋଭିଡ ସମୟରେ ଏହି ମେଡିସିନ ଖାଇଥିଲି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ପୂର୍ବରୁ ବେଙ୍ଗାଲୁରସ୍ଥିତ ମାଇକ୍ରୋ ଲ୍ୟାବସ ଲିମିଟେଡର ୩୬ଟି କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ ବା ସିବିଡିଟି ପକ୍ଷରୁ ରେଡ କରାଯାଇଥିଲା । କମ୍ପାନି ପକ୍ଷରୁ ୩୦୦ କୋଟି ଟଙ୍କାର କର ଠକେଇ ନେଇ ସିବିଡିଟି ଅଭିଯୋଗ କରିଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ କରାଯାଇଛି ।

କମୁଛି ହୀରାକୁଦ ଜଳସ୍ତର, ୨୮ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ କମୁଛି ଜଳସ୍ତର । ହୀରାକୁଦର ୨୮ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ଷା ନାହିଁ କିନ୍ତୁ ବିପତ୍ତି ଯାଇନି । ବର୍ତ୍ତମାନ ୬୨୨.୬୦ ଫୁଟରେ ରହିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୬ ହଜାର ୯୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀରେ ମଧ୍ୟ କମୁଛି ଜଳସ୍ତର । ନଦୀମାନଙ୍କରେ ଜଳସ୍ତର କମୁଥିବାରୁ ରାଜ୍ୟରେ ବନ୍ୟା ଜଳ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ।

ଅନ୍ୟପକ୍ଷରେ ଆଜିଠୁ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ କାରଣରୁ ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେବା ନେଇ ଆକଳନ କରାଯାଇଛି । ଯଦି ସେତିକି ବର୍ଷା ହୁଏ ତେବେ ୫ ଲକ୍ଷରୁ ୫.୫୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ । ଯାହାକୁ ମୁଣ୍ଡଳୀରେ ଏହି ଫ୍ଲୋ ୭ ରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରାଯିବ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ବିଶେଷ ଅସୁବିଧା ଆସିବ ନାହିଁ ।

ଆଜି ଅବପାତର ରୂପ ନେବ ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଲଘୁଚାପ । ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିପାଇଁ ୨ଟି ଜିଲ୍ଲାକୁ ରେଡ୍, ୧୪ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଅଧିକ ପ୍ରଭାବିତ ହେବ ।

କିଛି ଜିଲ୍ଲାରେ ୭୦ରୁ ୨୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୂସ୍ଖଳନ, କଚ୍ଚା ଘର ଏବଂ କଚ୍ଚା ରାସ୍ତା ଧୋଇଯିବା ଆଶଙ୍କା ରହିଛି । କାଲିଠୁ ଛତିଶଗଡ଼ରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପ୍ରଭାବରେ ମହାନଦୀ ଏବଂ ଶାଖା ନଦୀରେ ଜଳସ୍ତର ।

ଘରେ ପସୁ ପସୁ ନୀତିଶଙ୍କ ମୁଣ୍ଡରେ ଚାଳ ବାଜିଲାଣି..

ପାଟନା: ବିହାର ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ସବୁକିଛି ଚାଲିନି ଠିକ୍‌ଠାକ । ରାଜ୍ୟ ଖାଦ୍ୟ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ତଥା ୫ ଥରର ବିଧାୟକ ଲେସି ସିଂଙ୍କୁ ନେଇ ବଢିଛି ବିବାଦ । ତାଙ୍କର ମନ୍ତ୍ରିତ୍ବକୁ ବିରୋଧ କରିଛନ୍ତି ଜେଡିୟୁ ବିଧାୟିକା ବିମା ଭାରତୀ । ଲେସିଙ୍କୁ ତୃତୀୟ ଥର ଲାଗି କ୍ୟାବିନେଟରେ ସାମିଲ କରାଯାଇଥିବାବେଳେ ଭାରତୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ଭାରତୀ । ଭାରତୀ ଏପରିକି ଜାତିବାଦ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି- ସେ ଜଣେ ପଛୁଆ ଜାତି ବର୍ଗର ହୋଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ ।

ଯଦି ଲେସିଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରା ନଯାଏ ତେବେ ସେ ଜେଡିୟୁରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଭାରତୀ । ଗତ ମଙ୍ଗଳବାର କ୍ୟାବିନେଟରେ ଆରଜେଡିର ୧୬, ଜେଡିୟୁର ୧୧ ଓ ହାମ୍‌ର ଜଣେ ମନ୍ତ୍ରୀ ଶପଥ ନେଇଥିଲେ । ପୂର୍ବରୁ ରାଜ୍ୟର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କୁ ନେଇ ବଢିଥିଲା ବିବାଦ । ସେ ଆଇନ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ତାଙ୍କ ବିରୋଧରେ ପୂର୍ବରୁ କୋର୍ଟ ୱାରଣ୍ଟ ଜାରି କରିସାରିଛି । ଆରଜେଡି ବିଧାନ ପରିଷଦ ବିଧାୟକ କାର୍ତ୍ତିକେୟ ୨୦୧୪ରେ ଏକ କିଡନାପିଂ ମାମଲାରେ ଅଭିଯୁକ୍ତ ଥିଲେ । ଶପଥ ଗ୍ରହଣ ପର୍ଯ୍ୟନ୍ତ କୋର୍ଟରେ ଆତ୍ମସମର୍ପଣ କରିନଥିଲେ କି ଜାମିନ ପାଇଁ ଆବେଦନ କରି ନଥିଲେ ।

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ୮ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କଡ଼ା ପଦକ୍ଷେପ । ଆଇଟି ନିୟମାବଳୀ ୨୦୨୧ ଅନୁସାରେ ୮ଟି ୟୁଟ୍ୟୁବ ନ୍ୟୁଜ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଦୁଇଟି ଫେସବୁକ ପୋଷ୍ଟକୁ ବ୍ଲକ କରିଛନ୍ତି ସରକାର । ଏହି ୮ଟି ୟୁଟ୍ୟୁବ ଚାନେଲର ମୋଟ ଦର୍ଶକ ସଂଖ୍ୟା ଥିଲେ ୧୧୪ କୋଟି । ଏହା ଚାନେଲଗୁଡିକର ସବସ୍କ୍ରାଇବର ଥିଲେ ୮୫ ଲକ୍ଷ ।

ଏହି ଚାନେଲଗୁଡିକ ମଧ୍ୟରେ ରହିଛି ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ । ଚାନେଲଗୁଡିକରେ ଭାରତୀୟ ସଶସ୍ତ୍ରବାହିନୀ, ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ବହୁଳ ଖବର ପ୍ରସାରିତ ହେଉଥିଲା । ଗତବର୍ଷ ଡିସେମ୍ବରରୁ ବର୍ତ୍ତମାନ ସୁଦ୍ଧା ୧୦୨ଟି ୟୁଟ୍ୟୁବ ଚାନେଲକୁ ବନ୍ଦ କଲେଣି ସରକାର । ନିଷିଦ୍ଧ ହୋଇଥିବା ଚାନେଲଗୁଡିକ ମଧ୍ୟରେ ରହିଛି ଲୋକତନ୍ତ୍ର ଟିଭି, ୟୁ ଆଣ୍ଡ ଟିଭି, ଏଏମ ରାଜଭି, ଗୌରବଶାଳୀ ପଓ୍ବନ, ସି ଟପ୍୫ ଟିଏଚ, ସରକାର ଅପଡେଟ, ସବକୁଛ ଦେଖୋ, ନ୍ୟୁଜ କି ଦୁନିଆ ।

ବନ୍ୟାର ବିକଳ ଚିତ୍ର ଦେଖି ମହାପ୍ରଭୁଙ୍କ ପାଖେ ହାତ ଯୋଡିଲେ ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ । ସାଢେ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ମଣିଥିବା ନବୀନ ଲୋକଙ୍କର ଦୁଃଖଦୁର୍ଦ୍ଦଶା ଦୂର ପାଇଁ ମହାପ୍ରଭୁଙ୍କୁ ଡାକିଛନ୍ତି ।

ବନ୍ୟାରେ କ୍ଷୟକ୍ଷତି ଦେଖି ଚିନ୍ତିତ ହୋଇପଡ଼ିଥିଲେ ନବୀନ । ଏଣୁ ବନ୍ୟାପୀଡିତଙ୍କୁ ଉଦ୍ଧାର ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଏହି ଭାବାବେଗଭରା ମୁହୂର୍ତ୍ତକୁ ନିଜ ମୋବାଇଲରେ କଏଦ କରି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।