ସୋଏବଙ୍କଠାରୁ ଅଲଗା ହେବା ଗୁଜବ ମଧ୍ୟରେ ରହସ୍ୟାତ୍ମକ ପୋଷ୍ଟ ଶେୟାର କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ୍‌ କ୍ରିକେଟର ସୋଏବ ମଲିକଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ । ଖବର ଅନୁସାରେ ଉଭୟଙ୍କ ବିବାହ ବିଛେଦର ରୂପ ନେବାକୁ ଯାଉଛି । ସୂଚନାଯୋଗ୍ୟ ଇଝାନ୍‌ ମିର୍ଜା ମଲିକ ନାମକ ଜଣେ ପୁତ୍ର ମଧ୍ୟ ଅଛି । ଏହା ମଧ୍ୟରେ ସାନିଆଙ୍କ ଏକ ପୋଷ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି । ସେ ତାଙ୍କ ଇଂଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି, ‘ଭଙ୍ଗା ହୃଦୟ ସବୁ କୁଆଡ଼େ ଗଲେ? ଆଲ୍ଲାଙ୍କୁ ପାଇବାକୁ?

ଏହା ପୂର୍ବରୁ ସାନିଆ ତାଙ୍କ ପୁଅ ସହିତ ଏକ ଫଟୋ ଶେୟାର କରି ଲେଖିଥିଲେ, ଜୀବନର ଏକ କଠିନ ସମୟର ମୁହୂର୍ତ୍ତ । ତେବେ ସାନିଆ ଓ ସୋଏବ ଏଯାଏ  ବି‌ଚ୍ଛେଦ ପ୍ରସଂଗରେ କୌଣସି ମତ ରଖିନାହାନ୍ତି।

ସୂଚନାଯୋଗ୍ୟ, ସାନିଆ ଓ ସୋଏବ୍‌ ୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ହାଇଦ୍ରାବାଦ୍‌ସ୍ଥିତ ତାଜ୍‌ କ୍ରିଷ୍ଣା ହୋଟେଲ୍‌ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍‌ ରୀତିନୀତିରେ ବିବାହ କରିଥିଲେ। ୨୦୧୮ରେ ଏକ ପୁତ୍ର ସନ୍ତାନ ଇଝାନ୍‌ଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍‌ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।