ଚନ୍ଦ୍ର ଗ୍ରହଣ ଦେଖିଲେ ରାଜଧାନୀବାସୀ

ଭୁବନେଶ୍ୱର: ରାଜଧାନୀ ଆକାଶରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ  । ଆଶିଂକ ଚନ୍ଦ୍ର ଗ୍ରହଣକୁ ଦେଖିଛନ୍ତି ରାଜଧାନୀବାସୀ  । ବିଳମ୍ବରେ ହେଉ ପଛେ ଆକାଶରେ ଗ୍ରହଣ ଦୃଶ୍ୟମାନ ହୋଇଥିଲା  । ଏହି ଚନ୍ଦ୍ରଗ୍ରହଣ ଉତ୍ତର ଏବଂ ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତର ଉତ୍ତର ପୂର୍ବ ରାଜ୍ୟ ତଥା ଉତ୍ତର ଭାରତର ଅନେକ ସ୍ଥାନରେ ଏହା ଦେଖିହେବ । ଓଡ଼ିଶା ଭୁବନେଶ୍ବରରେ 5 ଟା 5 ମିନିଟରୁ 5 ଟା 11 ମିନିଟ ପର୍ଯ୍ୟନ୍ତ ମାତ୍ର ୬ ମିନିଟ ପାଇଁ ଏହା ଦୃଶ୍ୟମାନ ହେବା ନେଇ ସମୟ ଥିବାବେଳେ ବିଳମ୍ବରେ ଦୃଶ୍ୟମାନ ହୋଇଥିଲା ।

ସେହିପରି ଆନ୍ଧ୍ରପ୍ରଦେଶରେ ୫ଟା ୩୨ ମିନିଟ, ବିହାରରେ ୫ଟା ୧ ମିନିଟ, ହିମାଚଳ ପ୍ରଦେଶରେ ୫ଟା ୨୪ ମିନିଟ କେରଳରେ ୫ଟା ୫୬ ମିନିଟରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଅନ୍ୟପଟେ ମେଘାଳୟରେ ୪ଟା ୩୪ ମିନିଟ, ୟୁପିରା ୫ଟା ୧୬ ମିନିଟ ଓ ରାଜସ୍ଥାନରେ ୫ଟା ବାଜି ୩୭ ମିନିଟରେ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହାଛଡ଼ା ନେପାଳର କାଠମାଣ୍ଡୁରେ ଏହି ଦୃଶ୍ୟ ୫ଟା ୧୨ ମିନିଟରେ ଦେଖାଯିବ । ବାଂଲାଦେଶ ଢ଼ାକାରେ ୫ଟା ବାଜି ୧ ମିନିଟ, ଜାପାନ ରାଜଧାନୀ ଟୋକିଓରେ ୬ଟା ବାଜି ୯ ମିନିଟ, ଅଷ୍ଟ୍ରେଲିଆ ସିଡନୀରେ ୭ଟ ବାଜି ୯ମିନିଟ ଓ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ୫ଟା ୪୪ ମିନିଟରେ ଦୃଶ୍ୟମାନ ହେବ ।