ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ପୁରୀ: ଆସନ୍ତା 10 ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନକରି ସାନିଧ୍ୟ ପ୍ରାପ୍ତି କରିବାର କାର୍ଯ୍ୟ ସୂଚି ଥିବା ବେଳେ ଆଜି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀ ମନ୍ଦିର, ରାଜ ଭବନ ଓ ହେଲିପ୍ୟାଡ଼ ଆଦି ସମସ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି l ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ସହ ଆସନ୍ତାକାଲି କାରକେଡେ ରିହଲସଲ କରାଯିବା ନେଇ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି l

ସେପଟେ ଶ୍ରୀ ମନ୍ଦିର ରାଷ୍ଟ୍ରପତି ଦର୍ଶନ ଓ ମହା ପ୍ରସାଦ ସେବନ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ମହା ମହିମଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି  । ସେପଟେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର, ଡିସିପି, ବିମାନବନ୍ଦର ନିର୍ଦ୍ଦେଶକ ଓ ସିଆରପିଏଫ ଅଧିକାରୀ । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ । ମୁତୟନ ହେବେ 55 ପ୍ଲାଟୁନ ପୋଲିସ ଫୋର୍ସ ।

ଏହାସହ 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେ ସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଆସନ୍ତାକାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ ରିହରସଲ କରାଯାଇଛି ।