ଭାରତରେ ଆରମ୍ଭ ହେବ ମହାକାଶ ପର୍ଯ୍ୟଟନ,ଟିକେଟ୍ ଦାମ ୫୦ ଲକ୍ଷ

1 min read

ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ ଏବଂ ଜେଫ୍‌ ବେଜୋସଙ୍କ ବ୍ଲୁ ଅରିଜିନ ଭଳି ଏକ ଭାରତୀୟ କମ୍ପାନୀ ମଧ୍ୟ ସ୍ପେସ୍‌ ଟୁରିଜିମର ପ୍ରସ୍ତୁତି ଆରମ୍ଭ କରିଛି । ସ୍ପେସ୍‌ ଆଣ୍ଡ୍‌ ଏୟାରସ୍ପେସ୍‌ ଟେକ୍ନୋଲୋଜି କମ୍ପାନୀ ଡେରାଡୁନରେ ଚଳିତ ମାସରେ ହୋଇଥିବା ବିଜ୍ଞାନ ମେଳାରେ ଏହାର ନମୁନା ଉପସ୍ଥାପନା କରିଥିଲା । ୨୦୨୫ ବେଳକୁ ଲଞ୍ଚ୍‌ କରିବାର ଯୋଜନା ରହିଥିବା କହିଛି କମ୍ପାନୀ । ଟିକେଟ୍‌ ମୂଲ୍ୟ ୫୦ ଲକ୍ଷ ଟଙ୍କା ହୋଇପାରେ ।

ଦେଶୀ ସ୍ପେସ୍‌ ଟୁରିଜମ ପ୍ରକଳ୍ପର ନାମ SKAP 1  । କମ୍ପାନୀର ନିର୍ମାତା  ଆକାଶ ପୋରବାଲଙ୍କ କହିବା ହେଉଛି ପ୍ରକଳ୍ପ ପାଇଁ  ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌  ଏବଂ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ସାହାଯ୍ୟ ନିଆଯାଉଛି ।

ବେଲୁନରେ ଗଠିତ କ୍ୟାପ୍ସୁଲରେ ଯିବେ ଯାତ୍ରୀ:

କମ୍ପାନୀ ଏକ ସ୍ପେସ୍‌ କ୍ୟାପ୍ସୁଲ ତିଆରି କରୁଛି । ଯାହାର ନାମ SKAP-1 । କ୍ୟାପ୍ସୁଲଟି ୧୦ ଫୁଟ ଲମ୍ବା ଏବଂ ଚଉଡ଼ା ୮ ଫୁଟ । ଏହାକୁ ଏକ ବେଲୁନ୍‌ ସାହାଯ୍ୟରେ ଉପରକୁ ନିଆଯିବ । ବେଲୁନ୍‌ କ୍ୟାପ୍ସୁଲକୁ ୩୫ କିଲୋମିଟର ଉପରକ ନେଇଯିବ ।  ଯଦିଓ ଯାତ୍ରୀ ସମ୍ପୂର୍ଣ୍ଣ ଭାବରେ ମହାକାଶରେ ପହଞ୍ଚି ପାରିବେ ନାହିଁ, ତଥାପି, ସେହି ସ୍ଥାନରେ ପହଞ୍ଚିବେ ଯେଉଁଠାରେ ଥାଇ ସେ ପୃଥିବାର ଆବରଣ, ଆକୃତି ଆଦିକୁ ସମ୍ପୂର୍ଣ୍ଣ ଦେଖିପାରିବେ ।  କ୍ୟାପ୍ସୁଲକୁ ତଳକୁ ଆଣିବାକୁ ପାରାସୁଟର ସାହାଯ୍ୟ ନିଆଯିବ । ତେବେ ଆକାଶଙ୍କ କହିବା ହେଉଛି ଗୋଟିଏ କ୍ୟାପ୍ସୁଲରେ ୬ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଯଦିଓ ଏଥିପାଇଁ ପ୍ରକୃତ ମୂଲ୍ୟ ଧାର୍ଯ୍ୟ ହୋଇନାହିଁ ତଥାପି ଅନୁମାନ କରାଯାଉଛିଯେ, ଏକ ଘଣ୍ଟା ଯାତ୍ରା ପାଇଁ ଟିକେଟ୍‌ ମୂଲ୍ୟ ପ୍ରାୟ ୫୦ ଲକ୍ଷ ରହିବ । ତେବେ ଏହାର ଲଂଚିଂ ମଧ୍ୟପ୍ରଦେଶ କିମ୍ବା କର୍ଣ୍ଣାଟକରୁ ହୋଇପାରେ ।