୧୦ ବର୍ଷ ଧରି ଥାନାରେ ବସି ରହିଛନ୍ତି ଜଣେ ମହିଳା,ଜାଣନ୍ତୁ କାରଣ

ହମୀରପୁର: ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଜଣେ ବିଧବା ଏକ ଅଜବ ଅଭିଯୋଗ ନେଇ ଥାନାରେ ବସିଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୦ ବର୍ଷ ଧରି ଥାନା ବରଣ୍ଡାରେ ବସି ରହିଛନ୍ତି । କିନ୍ତୁ ପୋଲିସ୍‌ ନାଚାର । କାରଣ ଘଟଣା କିଛି ଏଭଳିଯେ, ସମାଧାନର ରାସ୍ତା ଖୋଜିବା କାଠିକର । ସୂଚନା ଅନୁସାରେ ଫତେହପୁର ଜିଲ୍ଲାର ଚାନ୍ଦପୁରର ପରସେଡ଼ା ଗାଁ’ର ପପି ସିଂହ ନାମକ ଜଣେ ମହିଳା ତିନି ଦଶନ୍ଧି ପୂର୍ବରୁ ସୁମେରପୁର ଥାନାର କୁଣ୍ଡୌରା ଗାଁ’ର ଜିତେନ୍ଦ୍ର ସିଂ’ଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି ।  କିନ୍ତୁ ଜିତେନ୍ଦ୍ରଙ୍କ ମୃତ୍ୟୁ ପରେ ପପି ୧୦ ବର୍ଷ ହେବ ଥାନାରେ ଡେରା ପକାଇ ବସିଛନ୍ତି ।

ସୂଚନା ଅନୁସାରେ ପପି ୩୦ ବର୍ଷ ପୂର୍ବେ ଜିତେନ୍ଦ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ଥରେ ପପିଙ୍କ ସହିତ ଝଗଡ଼ା ହେବାରୁ ଜିତେନ୍ଦ୍ରଙ୍କୁ ଛାଡ଼ି ସେ ବାପଘର ଚାଲି ଯାଇଥିଲେ । ସେଠାରେ ଶ୍ୱଶୁରଙ୍କ ସହିତ ଜିତେନ୍ଦ୍ରଙ୍କର ମାରପିଟ୍‌ ହୋଇଥିଲା । ଫଳରେ ଜିତେନ୍ଦ୍ର ଘଟଣା ସ୍ଥଳରେ ଆଖି ବୁଜିଥିଲେ । ଜିତେନ୍ଦ୍ରଙ୍କ ଭାଇ ପପି ଏବଂ ତାଙ୍କ ବାପାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଫଳରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା । ପ୍ରାୟ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ଉଭୟ ଜେଲରେ ଥିଲେ ।             ୨୦୧୧ରେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜେଲରୁ ବାହାରକୁ ଆସିବା ପରେ ପପି ସିଂ ମାନସିକ ରୂପରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ନା ବାପଘରେ ସାହାରା ମିଳିଲା ନା ଶାଶୁଘରେ । ଚିନ୍ତିତ ହୋଇ ଥାନାର ଦ୍ୱାରସ୍ଥ ହେଲେ ପପି ।  ସେହି ଦିନଠାରୁ ନିଜ ଜିଦିରେ ଅଟଳ ରହିଲେ ପପି । ତାଙ୍କର ପୋଲିସ୍‌ ସାମ୍ନାରେ ଗୋଟିଏ ମାତ୍ର ଜିଦି, ମୋତେ ମୋ ସମ୍ପତ୍ତିର ଭାଗ ଦିଅ ଏବଂ ଏକ ସୁନ୍ଦର ପୁଅ ସହିତ ବିବାହ କରିଦିଅ । ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ ।