ଆମେରିକାରେ ମିଡ ଟର୍ମ ଇଲେକ୍ସନ, ୨୦୨୪ ପୂର୍ବରୁ ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା

1 min read

ଓ୍ୱାଶିଂଟନ: ଆଜି ଆମେରିକାରେ ମିଡ ଟର୍ମ ଇଲେକ୍ସନ । ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା । ୨୦୨୪ ନିର୍ବାଚନ ପୂର୍ବରୁ ଆଜି ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା । ଏଥିରେ ହାଉସ ଅଫ ରିପ୍ରେଜେଣ୍ଟେଟିଭସର ସମସ୍ତ ୪୩୫ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ ସିନେଟର ୧୦୦ଟି ଆସନ ମଧ୍ୟରୁ ୩୫ ଆସନ ଓ ୩୬ ରାଜ୍ୟର ଗଭର୍ଣ୍ଣରଙ୍କ ପାଇଁ ଭେଟ ଗ୍ରହଣ ଚାଲିଛି । ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଗୋଟିଏ ଦଳକୁ ଅତିକମରେ ୧୨୮ ସିଟରେ ବିଜୟୀ ହେବାକୁ ହେବ । ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେହି ଦଳର ପ୍ରାର୍ଥୀ ରାଷ୍ଟ୍ରପତି ହେବା ସହଜ ହେବ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଦେଶରେ ମହଙ୍ଗାମାଡ ଏକ ବଡ଼ ପ୍ରସଙ୍ଗ । ଆମେରିକାର ୫୭ ପ୍ରତିଶତ ଲୋକ ବାଇଡେନଙ୍କ ସରକାର ପରିଚାଳନାରେ ସନ୍ତୁଷ୍ଟ ନଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ସେହିପରି ଗର୍ଭପାତ ଆଇନକୁ ନେଇ ବାଇଡେନ ସରକାରଙ୍କ ଉପରେ ଲୋକ ଅସନ୍ତୁଷ୍ଟ ରହିଛନ୍ତି । ଏହାସହ ଦେଶରେ ବଢ଼ିଥିବା ଗୁଳିକାଣ୍ଡ ଘଟଣା ମଧ୍ୟ ନିର୍ବାଚନରେ ମୁଖ୍ୟ ମୁଦ୍ଦା ହୋଇଛି । ଆମେରିକାରେ ସାଧାରଣତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅଧା ସମୟ ପରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଆରମ୍ଭ ହୋଇଥାଏ । ସେପଟେ ନଭେମ୍ବର ୧୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିବେ ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ ରିପବ୍ଲିକାନ୍ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ଟୁଇଟର ସିଇଓ ଏଲନ ମସ୍କ । ସେ  ନିଜ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ରିପବ୍ଲିକାନ ପାର୍ଟିକୁ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି ।