spot_img
Home Blog Page 3927

ପଶ୍ଚିମ ଓଡିଶାରେ ୯ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ । ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି ।

ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆଦିର ବିକାଶ ସହିତ କୋମନାଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି । ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି ।

ଗତବର୍ଷ ପରିଷଦର ବାର୍ଷିକ ଗ୍ରାଣ୍ଟକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି । ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ବିଶେଷ ଜୋର ଦିଆଯାଉଛି । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଏକ୍ସପ୍ରେସ୍ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ।

ଆଗାମୀ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ପେଶାଲ ଇନିସିଏଟିଭ ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶେଷରେ ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ଫାଇଭଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ । ଓଏଏସ ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨୫ଟି ନୂତନ ପୋଷ୍ଟକୁ ଅନୁମୋଦନ ମିଳିଛି ।

ଫଳରେ ୧୧୮୮ରୁ ବୃଦ୍ଧି ପାଇ ୧୩୧୩ଟି ପୋଷ୍ଟ ହୋଇଛି । ଅନ୍ୟପଟେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

 

କଟକରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ, ଘରୁ ଲୁଟିନେଲେ ୧୮ ଲକ୍ଷ

କଟକ: ପୁଣି ସକ୍ରିୟ ଲୁଟେରା ଗ୍ୟାଙ୍ଗ । ମହାନଦୀ ବିହାର ଅଂଚଳରେ ବଡ ଧରଣର ଡକାୟତି । ଭୋର ସମୟରେ ଘରେ ପଶି ଗୃହକର୍ତ୍ତାଙ୍କୁ ଆକ୍ରମଣ କରିବା ସହିତ ଗୋଡହାତ ବାନ୍ଧି କଳାକନା ବୁଲାଇଲେ ଦୁର୍ବୁତ୍ତ । ଦୀପ୍ତି ପଟ୍ଟନାୟକଙ୍କ ଘରେ ଆଜି ଭୋରୁ ହୋଇଛି ସଶସ୍ତ୍ର ଡକାୟତି । ନଗଦ 18 ଲକ୍ଷ 50 ହଜାର ଟଙ୍କା ସହ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

5 ଜଣ ଡକାୟତ ଘରେ ପଶି ପ୍ରଥମେ ମହିଳା ପରେ ଟ୍ୟୁସନ୍ ଦିଦି ଓ ଦୀପ୍ତିଙ୍କୁ ଆକ୍ରମଣ କରିଥିଲେ । ସମସ୍ତଙ୍କୁ ବାନ୍ଧି ଗୋଟିଏ ରୁମରେ ଲକ୍ କରି ଆରମ୍ଭ କରିଥିଲେ ଲୁଟ୍ । ପ୍ରମାଣ ନଷ୍ଟ କରିବାକୁ ଡକାୟତମାନେ ସିସି ଟିଭି ହାର୍ଡଡିସ୍କକୁ ମଧ୍ୟ ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ଓ ସାଇନ୍ଟିଫିକ ଟିମ୍ ପହଞ୍ଚି ଛାନବିନ ଜାରି ରଖିଛି ।

ନିର୍ଦ୍ୱନ୍ଦରେ ପ୍ରଣବ OCA ସଭାପତି ନିର୍ବାଚିତ

କଟକ: ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଛନ୍ତି ନାମାଙ୍କନପତ୍ର  । ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି  । କେବଳ ଔପଚାରିକ ଘୋଷଣା ବାକି ରହିଥିବାବେଳେ ସଭାପତି ଆସନରେ ଅଳଙ୍କୃତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ  ।

ସେହିପରି ସଂପାଦକ ଭାବେ ସଞ୍ଜୟ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ପ୍ୟାନେଲରେ ପ୍ରଣବଙ୍କ ସମେତ 6 ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ଅଛି । ଏହି ଅବସରରେ ପ୍ରଣବ ପ୍ରକାଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି  ।

ଏଥିସହ ପ୍ରଣବ ପ୍ରକାଶ ପ୍ୟାନଲର ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି  ।  କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଲଦାୟିତ୍ୱ ଦେଇଛନ୍ତି  । ଓସିଏ ସଭାପତି ହେବାନେଇ କେବେ ଭାବି ନଥିଲି  । କିନ୍ତୁ ରାଜ୍ୟସରକାର ଅନବରତ କ୍ରୀଡାର ଉନ୍ନତୀ ଏବଂ ପ୍ରଗତି ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଭୂମିକା ନେବାକୁ ପଡିଛି  । ଆଗାମୀ ଦିନରେ କ୍ରିକେଟର ବିକାଶ ହେବ ବୋଲି କହିଛନ୍ତି ନିବନିର୍ବାଚିତ ଓସିଏ ସଭାପତି  ।

ଓଡିଶା ଛୁଇଁବନି, ଧାମରା ଠାରୁ ୨ଶହ କିମି ଦୂରରେ ଯିବ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ  ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ  । ଏସଆରସି ପ୍ରଦୀପ ଜେନା ଏନେଇ ଓଡିଶାବାସୀଙ୍କୁ ସତର୍କ ଏବଂ ଆଶ୍ୱସ୍ତ କରିଛନ୍ତି  । ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି  । ଆସନ୍ତାକାଲି ସୁଦ୍ଧା ତାହା ଅବପାତର ରୂପ ନେବ  । ୨୩ ଅକୋଟବର ସୁଦ୍ଧା ତୀବ୍ର ଅବପାତର ରୂପ ନେବ  । ୨୪ ବେଳକୁ ସାମୁଦ୍ରିକ ଝଡ଼ର ରୂପ ନେବ  । ଉତ୍ତର ଉତ୍ର ପୂର୍ବ ଦିଗକୁ ଗତି କରି ସମାନ୍ତରଳ ଭାବେ ସମୁଦ୍ର ଭିତରେ ଗତି କରିବ, ୨୫ ତାରିଖ ସଂଧ୍ୟା ସୁଦ୍ଧା ସ୍ତଳ ଭାଗ ଛୁଇଁବ  । ଯାହା ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ନିକଟରେ ମାଡ ହେବ  ।

ଓଡିଶାର ଧାମରା ଠାରୁ ପୂର୍ବକୁ ୨୦୦ କିମି ଠାରୁ ଅଧିକ ଦୂରତା ରହିବ  । ଭଦ୍ରକ, ଜଗତସିଂହପୁର ଏବଂ ବାଲେଶ୍ୱରରେ ୫୦ କିମି ବେଗରେ ପବନ ବହିପାରେ  । ଅନ୍ୟ ଉପକୂଳ ଜିଲ୍ଲା ଗୁଡିକରେ ୩୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି ଏସଆରସି  । ୨୪ ତାରିଖରେ ଓଡିଶାର କିଛି ଉପକୂଳରେ ବର୍ଷା ହୋଇପାରେ  । ପ୍ରଚାରିତ ଖବର ଠାରୁ ଯଥେଷ୍ଟ କମ ରହିଛି ଓଡିଶାରେ ଏହାର ପ୍ରଭାବ  ।

ବର୍ତ୍ତମାନ ସୁଦ୍ଧା ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଛି  । ଓଡିଶା ପ୍ରତି କୌଣସି ପ୍ରଭାବ ନାହିଁ  । କିଛି ସ୍ଥାନରେ ମାତ୍ର ସ୍ୱଳ୍ପ ବର୍ଷା ହେବା ନେଇ କହିଛନ୍ତି ଏସଆରସି  । ରାଜ୍ୟ ସରକାର ତଥାପି ସଜାଗ ରହିଛନ୍ତି  । ୮ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ପ୍ରସ୍ତୁତ ରହିଛନ୍ତି  । ଉଦ୍ଧାରକାଳୀ ଦଳ ତୟାର ରହିଛନ୍ତି  । ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ରାଜ୍ୟ ସରକାର ସଜାଗ ଏବଂ ସଚେତନ ରହିଛନ୍ତି  । ଜିଲ୍ଲାପାଳ ମାନେ ମଧ୍ୟ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଜାଗ ରଖିଛନ୍ତି  । ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଇଥିଲେ ଫେରିଆସିବାକୁ ଅନୁରୋଧ କରିଛନ୍ତି  । ଆସନ୍ତାକାଳି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିଛି  । ଏହି ସମୟରେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବା କହିଛନ୍ତି ଏସଆରସି  ।

ସେପଟେ ଓଡିଶାରେ ବାତ୍ୟା ପ୍ରଭାବ ଯେହେତୁ ନାହିଁ, ତେଣୁ ବଜାରରେ ଅଯଥା ଭିଡ ଜମାଇବାକୁ ମନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । କୃତ୍ରିମ ଅଭାବ ସୃଷ୍ଟି କରନ୍ତୁ ନାହିଁ  । କୌଣସି ମତେ ମାର୍କେଟରେ ଅଭାବ ସୃଷ୍ଟି ହେବାର ସମ୍ଭାବନା ନାହିଁ  । ଯଥେଷ୍ଟ ଜିନିଷ ମହଜୁଦ ରହିଥିବା କହିଛନ୍ତି ଏସଆରସି  ।

ଭୁବନେଶ୍ୱରରେ ମହିଳାଙ୍କୁ ମିଳିବ ଭେଣ୍ଡିଂ ଜୋନ୍, ସ୍ଥାନ ଚିହ୍ନଟ କଲେ ମେୟର

ଭୁବନେଶ୍ୱର: ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ । ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଗଠିତ ଟିମ ସ୍ଥାନ ଚିହ୍ନଟ କରିଛନ୍ତି  ।  ସିଆରପିଏଫ ଛକରେ ବିସ୍ତୃତ ଜମିକୁ ଚିହ୍ନଟ କରାଯାଇଛି ।

ଅନ୍ୟୁନ ୫୦ଟି ଦୋକାନର ବ୍ୟବସ୍ଥା ରହିବ । ମହିଳା SHGଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ସ୍ୱତନ୍ତ୍ର ବଜାର ଉପଲବ୍ଧ କରାଯିବ । ମହିଳାଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସହାୟକ ହେବ ଏହି ପ୍ରକଳ୍ପ ।

ମହିଳାଙ୍କ ଶସକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟ କରିଚାଲିଛନ୍ତି  । ମହିଳା ମାନଙ୍କୁ ଅର୍ଥ ରୋଜଗାର କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ଅନେକ ଯୋଜନାମାନ କାର୍ଯ୍ୟକ୍ଷମ କରିଛନ୍ତି  ।

ବିଜ୍ଞପ୍ତି ଜାରି କଲେ ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଦୋଦୋପାଞ୍ଚିଆ ନିଷ୍ପତ୍ତି । ଘଣ୍ଟାକରେ ବଦଳିଗଲା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ୍‌ ସାମ୍ନା ରାସ୍ତାରେ ଧାରଣା ବିରୋଧରେ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କୁଳପତି । ଗଣତାନ୍ତ୍ରିକ ବିରୋଧ ଉପରେ କଟକଣାକୁ ତୀବ୍ର ବିରୋଧ ପରେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି । ଛାତ୍ରଛାତ୍ରୀମାନେ ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ଦେଲେ ବିଶ୍ବବିଦ୍ୟାଳୟରୁ ବାସନ୍ଦ, ବହିଷ୍କାର, ନିଲମ୍ବନ ସହ ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟ ସେବନ ଉପରେ ବି କଟକଣା ଲଗାଯାଇଥିଲା । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଅଡିଓ କିମ୍ବା ଭିଡିଓ ରେକର୍ଡ କରି ପାରିବେନି । ଏହା ସହିତ ବିଜ୍ଞପ୍ତିରେ ୨୬ଟି ନିୟମାବଳୀ ଜାରି ହୋଇଥିଲା । ଯାହାକୁ ଦୃଢ ବିରୋଧ କରଥିଲେ ଛାତ୍ରଛାତ୍ରୀ । ବିରୋଧ, ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର । ଏଣୁ ଏଭଳି ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା । ପରେ ତରବରିଆ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି କୁଳପତି ।

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ମୃତଦେହ ଉଦ୍ଧାର

ଇଟାନଗର: ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର । ହେଲିକପ୍ଟରରେ ଥିବା ଅନ୍ୟ ୩ ଜଣଙ୍କ ମିଳିପାରିନି ସନ୍ଧାନ । ଅପର ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ମିଙ୍ଗିଙ୍ଗ ଗ୍ରାମ ନିକଟରେ ହେଲିକପ୍ଟର କ୍ରାସ ହୋଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବାବେଳେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଜି ସକାଳେ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ଏଚଏଏଲ ରୁଦ୍ର ଉଡ଼ାଣ ଭରୁଥିବାବେଳେ ଏହା ମିଙ୍ଗିଙ୍ଗଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସେଠାକୁ ସେନାର ଏକ ରେସ୍କ୍ୟୁ ଟିମ୍ ପଠାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ନିର୍ମିତ ରୁଦ୍ର ଭାରତୀୟ ସେନାର ଏକ ଲଢୁଆ ହେଲିକପ୍ଟର । ଗତ ୫ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ ପ୍ରାଣ ହରାଇଥିଲେ ।

ଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା ଲାଗିଛି । ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ କମିଶନ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏକ ନିଷ୍ପତ୍ତିରେ ଇମରାନ ଖାନଙ୍କୁ ଅଯୋଗ୍ୟ ଘୋଷିତ କରିଛି । ମୁଖ୍ଯ ନିର୍ବାଚନ କମିଶନ ସିକନ୍ଦର ସୁଲତାନ ରଜାଙ୍କ ଅଧ୍ୟକ୍ଷତାରେ ୪ସଦସୀୟ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛି ।

ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।

କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ, ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଜିହାଦ ଶିକ୍ଷା ଦେଇଥିଲେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୟାନକୁ ନେଇ ବିବାଦ । ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନା କିଦଓ୍ବାଇଙ୍କ ଆତ୍ମଜୀବନୀ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେବା ଅବସରରେ ଜିହାଦ ସମ୍ପର୍କରେ ପାଟିଲଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ସେ କହିଥିଲେ- ଗୀତାରେ ଜିହାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧ କାଳରେ ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣ ଜିହାଦ ସମ୍ପର୍କରେ କହିଥିବାର ନଜିର ରହିଛି । ଇସଲାମରେ ଜିହାଦ ନେଇ ଅନେକ ଆଲୋଚନା ଜାରି ରହିଛି । ସମସ୍ତ ଚେଷ୍ଟା ସତ୍ତ୍ବେ ଯଦି ଜଣେ ସ୍ବଚ୍ଛ ଭାବନାକୁ ଗ୍ରହଣ କରିବାକୁ ଅସମର୍ଥ ତେବେ ସେଠାରେ ବଳ ପ୍ରୟୋଗ କରାଯାଇପାରେ ।

ଏହା ଉଭୟ କୋରାନ ଓ ଗୀତାରେ ବର୍ଣ୍ଣିତ ରହିଛି । ମହାଭାରତରେ ଏକ ଅଧ୍ୟାୟରେ ଜିହାଦ ସମ୍ପର୍କରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଏହି ଶିକ୍ଷା ଦେଇଛନ୍ତି । ୨୦୦୪ରୁ ୨୦୦୮ ଯାଏ କେନ୍ଦ୍ର ଗୃହମନ୍ତ୍ରୀ ଥିବା ଏବଂ ୧୯୯୧ରୁ ୧୯୯୬ ଯାଏ ଲୋକସଭା ବାଚସ୍ପତିଙ୍କ ବୟାନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।