ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ, ଖଣ୍ଡନ କଲେ ପ୍ରଧାନ ଶିକ୍ଷକ

ଗଞ୍ଜାମ: ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ସର୍ବଶୀକ୍ଷା ଅଭିଯାନ ପକ୍ଷରୁ ଏଲ. ଆର ପ୍ରୋଗ୍ରାମରେ ଆରମ୍ଭ ହୋଇଛି ମଧ୍ୟବର୍ତ୍ତୀ କାଳୀନ ପରୀକ୍ଷା । ଅଷ୍ଟମ ଶ୍ରେଣୀ ପିଲାଙ୍କ ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି ।  ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଓ ଏହାର ଉତ୍ତର ଭାଇରଲ ହୋଇଥିବା ବେଳେ ଏହି ପୋଗ୍ରାମର ସଫଳତା ନେଇ ପ୍ରଶ୍ନ ଉଠିଛି ।

ଘଟଣାର ଆବଶ୍ୟକୀୟ ତଦନ୍ତ ଦାବି କରାଯାଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଷୋଳଘର ଗଣେଶ ହାଇ ସ୍କୁଲର ପ୍ରଧାନ ଶିକ୍ଷକ । ଇଂରାଜୀ ବିଷୟର ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ତେବେ ପ୍ରଶ୍ନପତ୍ର ଗୋଟେପଟେ ଲିକ୍ ହୋଇଥିବା ନେଇ ଅଭିଯୋଗ ହେଉଥିବାବେଳେ ଅନ୍ୟପଟେ ସେମିତି କିଛି ହୋଇନଥିବା ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତପକ୍ଷ  ।