ଛାତ୍ରୀଙ୍କୁ ରାଗିଂ ଘଟଣା, ମୁଖ୍ୟ କାର୍ପଟଦାର ଅଭିଷେକଙ୍କୁ କରାଯିବ କୋର୍ଟ ଚାଲାଣ

ବ୍ରହ୍ମପୁର: ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ରୀଙ୍କୁ ରାଗିଙ୍ଗ ଘଟଣାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ଟ୍ରାନସଫର ସାର୍ଟିଫିକେଟ ଦେଇ ବାହାର କରିବା ନେଇ କଲେଜ କର୍ତ୍ତୃପକ୍ଷ ନେଇଛନ୍ତି ନିଷ୍ପତ୍ତି । ଘଟଣାର ମୁଖ୍ୟ କାର୍ପଟଦାର ଅଭିଷେକଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଏନେଇ ବ୍ରହ୍ମପୁର ଏସପି ଓ ବଡ ବଜାର ଥାନା ଅଧିକାରୀ କଲେଜ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି ।

କଲେଜରେ ରାଗିଂ ବନ୍ଦ ଲାଗି ଆଣ୍ଟି ରାଗିଙ୍ଗ ସେଲକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କଲେଜ ଛାତ୍ରୀଙ୍କୁ ଅନେକ ଛାତ୍ରଛାତ୍ରୀ ସମ୍ମିଳିତ ଭାବେ ରାଗିଂ କରିବା ପରି ନିନ୍ଦନୀୟ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ବ୍ରହ୍ମପୁର ଭଳି କଲେଜରେ ଏଭଳି ଘଟଣା ଘଟିବାକୁ ସମସ୍ତେ ନିନ୍ଦା ପ୍ରକଟ କରିଛନ୍ତି  । ସେପଟେ କଲେଜ କର୍ତ୍ତୁପକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରାଯାଉଛି  ।