ଅଗ୍ନିବୀରବାୟୁଙ୍କ ନିଯୁକ୍ତି ତାରିଖ ଘୋଷଣା, ପ୍ରଥମଥର ସାମିଲ ହେବେ ମହିଳା

1 min read

ଭୁବନେଶ୍ୱର: ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ହେବ ଅନ୍‌ଲାଇନ୍‌ ପରୀକ୍ଷା  । ସୂଚନା ପ୍ରଦାନ କଲେ ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ  । ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗନେଇପାରିବେ । ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଂଜୀକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ ।

୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ । ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ ।https://agnipathvayu.cdac.in ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ପ୍ରାର୍ଥୀମାନେ ପଂଜୀକରଣ କରିବା ସହ ଅଧିକ ସୂଚନା ମିଳିପାରିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ  ।