ମନ୍ତ୍ରୀଙ୍କ କଣ୍ଠର ନକଲ କରି ଦେଢ ଲକ୍ଷ ଲୁଟିନେଲେ କିନ୍ନର ମନୀଷା

ଭୁବନେଶ୍ୱର: କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ । ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନା । ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା। ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ରାଜନେତାଙ୍କ ପିଏ ଓ ମା’ ବୋଲି ପରିଚୟ ଦେଇ ଦେଢ଼ ଲକ୍ଷ ଲୁଟ କରିଥିଲା ମନୀଷା । ନୂଆ ତରିକାରେ ଚୁନା ଲଗାଉଥିଲେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କିନ୍ନର ମନୀଷାଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ସାଇବର ଥାନା ପୋଲିସ । ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଠକେଇ ଟଙ୍କା ଯାଇଥିବା ପୋଲିସ ଜାଣିବାକୁ ପାଇଛି । କିନ୍ନର ମନୀଷା ନାଁରେ ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ଅନୁଗୁଳ ରେ ୮ଟି ମାମଲା ରହିଛି ।

କିନ୍ନର ମନୀଷା ମନ୍ତ୍ରୀଙ୍କ କଣ୍ଠରେ ଫୋନ କରି ୩ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଛି । ସେ ମଧ୍ୟରୁ ୫୦ ହଜାର ଟଙ୍କା ଠାବ କରିଛି ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥାଏ । କିନ୍ନର ମନୀଷା ଜଣେ ଡିପ୍ଲୋମା ଛାତ୍ର ବୋଲି ଜାଣିବାକୁ ପାଇଛି ପୋଲିସ ।