spot_img
Home Blog Page 3902

କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ

ବଲାଙ୍ଗୀର: କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ । ୩ ନମ୍ବର ରୋଡରେ ଥିବା ବଜରଙ୍ଗ ଅଗ୍ରଓ୍ବାଲଙ୍କ ଗଦି ଗୋଦାମରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ନିକଟ ଆଖପାଖ ଲୋକେ ପ୍ରଥମେ ଧୁଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ । ସେତେବେଳକୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା ।

ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଦମକଳ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗଦି ଗୋଦାମରେ ଅଧିକ ତୁଳା ରହିଥିବାରୁ ନିଆଁ ଖୁବଶୀଘ୍ର ବ୍ୟାପିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

ଏକ ସମୟରେ ଆଙ୍କୁଛନ୍ତି ୧୫ଟି ଅଲଗା ଚିତ୍ର, ବିସ୍ମିତ କରୁଛି ପ୍ରତିଭା

ନନ୍ଦିଘୋଷ ବ୍ୟୁରୋ: ଏ ଏମିତି ପ୍ରତିଭା  । ଯାହା ବିସ୍ମିତ କରିଦେବ । କାରଣ ଅସମ୍ଭ ବି ଏଠି ସମ୍ଭବ ହେଉଛି  । ଆଖି ଦେଖୁଛି, ତଥାପି ଆବିଶ୍ୱାସ ଲାଗୁଛି  । କେମିତି ଯେ, ଗୋଟିଏ ଥରକେ ୧୫ଟି ଚିତ୍ର ? ଭିନ୍ନ ଭିନ୍ନ ପୁଣି ଅବିକଳ  ।  ଆପଣଙ୍କୁ ଏ ପ୍ରତିଭା ଆଶ୍ଚର୍ଯ୍ୟ କରୁନି କି  ।  ଗୋଟିଏ ହାତ ଚାଲୁଛି  । କିନ୍ତୁ ଭିନ୍ନ ଭିନ୍ନ ମହାପୁରୁଷଙ୍କର ଅବିକଳ ଚିତ୍ରକୁ ନିଜ ପ୍ରତିଭାରେ ସେ ପରସି ଦେଇଛନ୍ତି  । ସ୍ୱାମୀ ବିବେକାନନ୍ଦ, ସୁଭାଷ ବୋଷ, ଭଗତ ସିଂ ଠାରୁ ମହାତ୍ମା ଗାନ୍ଧୀ, ସର୍ଦାର ପଟେଲଙ୍କ ପର୍ଯ୍ୟନ୍ତ  ।

୧୫ ଜଣ ମହାପୁରୁଷଙ୍କ ଚିତ୍ରକୁ ଏକାଥରକେ ଆଙ୍କିୁଥିବା ଏହି ଯୁବତୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି  । ଗିନିଜ ବୁକ ଅଫ ୱାର୍ଲ ରେକର୍ଡରେ ସେ ସ୍ଥାନ ପାଇଥିବା କୁହାଯାଉଛି  ।  ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟରରେ ଏହି ଭିଡିଓ ଟିକୁ ପୋଷ୍ଟ କରି ଯୁବତୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ  । ଏମିତିକି ଯୁବତୀଙ୍କ ସଠିକ  ପରିଚୟ ଯଦି କିଏ ଜଣାନ୍ତି, ତେବେ ସେ ଛାତ୍ର ବୃତ୍ତି କିମ୍ବା ଆର୍ଥିକ ସହାୟତା ଦେବାକୁ ଆଗଭର ବୋଲି ନିଜେ ଲେଖିଛନ୍ତି ଆନନ୍ଦ  ।

କଥାରେ ଅଛି ଆଗ୍ରହ ଆଗରେ ସବୁ ସମ୍ଭବ  । ପ୍ରତିଭା ସର୍ବଦା ଗରିବୀ ଘରେ ଜନ୍ମ ନେଇଥାଏ  । ଆଉ ନୁର ଜହାଁ ନାମକ ଏହି ଯୁବତୀଙ୍କ ପ୍ରତିଭା ସମଗ୍ର ଦେଶକୁ ଚକିତ କରିଦେଇଛି  । ହାତର କମାଲ ଆଗରେ ଆଖି ଅଟକି ଯାଉଛି  । ଯିଏ ଦେଖୁଛି ସିଏ କହୁଛି, ବା ସତରେ ଇଶ୍ୱରଙ୍କ ଆଶୀର୍ବାଦ  ।

ବିଜେପିର ମିଛ ଅଭିଯୋଗ, କର୍ମୀ କଲେ ଗୁଣ୍ଡାଗର୍ଦ୍ଦି

ଧାମନଗର: ଧାମନଗର ନିର୍ବାଚନମଣ୍ଡଳିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ସରପଞ୍ଚ ପ୍ରତିନିଧି ଟଙ୍କା ବାଣ୍ଟୁଛନ୍ତି ବୋଲି ମିଛ ଅଭିଯୋଗ କରି ଘଟାଉଛନ୍ତି ତୁମୁଳକାଣ୍ଡ । ସରପଞ୍ଚଙ୍କ ପ୍ରତିନିଧି ବ୍ୟକ୍ତିଗତ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ବିଜେପି କର୍ମୀ ତାଙ୍କୁ ଜୋରଜବରଦସ୍ତ ଅଟକାଇଛନ୍ତି । ଏପରିକି ପୋଲିସକୁ ମଧ୍ୟ ଅଟକ ରଖି ଦାଦାଗିରି ଦେଖାଉଛନ୍ତି ବିଜେପି କର୍ମୀ । ଏପରିକି ତାଙ୍କୁ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ପାଞ୍ଚ ଦଶ ହଜାର ଟଙ୍କା ଯେକେହି ଧରି ଯିବା ଆସିବା କରିପାରିବ ।

ଏଭଳି ସ୍ଥଳେ ବିଜେପି କର୍ମୀ କାହିଁକି ଏଭଳି ଗୁଣ୍ଡାଗର୍ଦ୍ଦି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପିର ଏହି ଗୁଣ୍ଡାଗର୍ଦ୍ଦି ହାରିବା ଭୟରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଥମେ ମିଶନଶକ୍ତିର ମହିଳାଙ୍କୁ ବଦନାମ କରିବା ପାଇଁ ବିଜେପି ଉଦ୍ୟମ କରି ବିଫଳ ହେବାପରେ ଏଭଳି ପନ୍ଥା ଅବଲମ୍ବନ କରୁଛି । ଏବାବଦରେ ବିଜେଡି ପକ୍ଷରୁ ବାରମ୍ବାର ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ସେତିକି ଅଧିକ ହଟଚମଟ ଚଳାଇଛି ।

ବରଗଡରେ ଚାଞ୍ଚଲ୍ୟ, ଗୋଟିଏ ଘରେ ପଡିଛି ୪ଟି ମୃତଦେହ

ବରଗଡ଼: ସାରା ରାଜ୍ୟରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ଶେଷଦେବ ମେହେରଙ୍କ ଘରୁ ବାହାରିଲା ୪ଜଣଙ୍କ ମୃତଦେହ । ମୃତ ଦେହ ଗୁଡିକ ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ବରୀ ମେହେର, ପୁଅ ଅରବିନ୍ଦ ଓ ଝିଅ ଶିବାନୀ ମେହେରଙ୍କ ହୋଇଥିବା ସୂଚନା ରହିଛି ।

ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଲୋକଙ୍କ ସୂଚନା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲା ଯାଇ ବାହାର କରାଯାଇଛି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘର ବନ୍ଦ ରହିଥିବାବେଳେ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ତଦନ୍ତ ଜାରି ରଖିଛି ।

ଏସପି ନିଜେ ଘଟଣାସ୍ଥଳରେ ପହଞ୍ଚି ଛାନବିନ କରିଛନ୍ତି । ସମସ୍ତଙ୍କୁ ହତ୍ୟା ହୋଇଛି ନା ଆତ୍ମହତ୍ୟା କରିଛନ୍ତି ସନେଇ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି । କାଲି ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ବାଡ ପହଞ୍ଚି ତଦନ୍ତ କରିବ । ତେବେ କେତେ ଦି ନହେଲା ସମସ୍ତଙ୍କର ମୃତ୍ୟୁ ହୋଇଛି ସନେଇ କୌଣସି ସୂଚନା ମିଳିପାରିନି । ଏହା ହତ୍ୟା ନାଁ ସମୁହ ଆତ୍ମହତ୍ୟା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି ପୋଲିସ ।

ନଦୀକୁ ଖସି ପଡିଲା ଝୁଲା ପୋଲ, ବ୍ରିଜରେ ଥିଲେ ୪ଶହ ଲୋକ

ଗାନ୍ଧୀ ନଗର: ଗୁଜରାଟର ମୋରବିରେ ବଡ ଅଘଟଣ । ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭୁଶୁଡି ଯିବାରୁ ଅନେକ ଲୋକ ନଦୀକୁ ଖସି ପଡିଛନ୍ତି । ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ସମୟରେ ୪୦୦ ଲୋକ ପୋଲରେ ଥିଲେ । ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ।

ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ କିଛି ସମୟ ମଧ୍ୟରେ ପହଞ୍ଚିବ । ମାତ୍ର ୫ ଦିନ ପୂର୍ବେ ଏହି କେବଲ ବ୍ରିଜର ନବୀକରଣ ପରେ ପୁଣି ଥରେ ଲୋକଙ୍କ ପାଇଁ ଖୋଲାଯାଇଥିଲା । ନବୀକରଣ ପରେ ବି ଏତେ ବଡ ଦୁର୍ଘଟଣା ଘଟିବା ନେଇ ବଡ ପ୍ରଶ୍ନ ଉଠିଛି । ଫିଟନେସ୍‌ ସାର୍ଟିଫିକେଟ ନଥିବା ବେଳେ ବ୍ରିଜ କାହିଁକି ଖୋଲାଗଲା ବୋଲି ପ୍ରଶ୍ନ ଉଠିଛି । ପ୍ରଶାସନ ଓ ଗୁଜରାଟ ସରକାରଙ୍କ ଘୋର ଅବହେଳା ପାଇଁ ଆଜି ଏକ ବଡ଼ ଅଘଟଣ ଘଟିଛି ।

INDvsSA: ପରାଜିତ ଭାରତ, ସାଉଥଆଫ୍ରିକା ବିଜୟୀ

ପର୍ଥ: ଟି୨୦ ବିଶ୍ୱ କପରେ ଭାରତ ଠାରୁ ଜିତିଲା ଦକ୍ଷିଣ ଆଫ୍ରିକା  । ପ୍ରଥମ ଇଂନିସରେ ଭାରତ ୨୦ ଓଭରରେ ୧୩୩ ରନ୍ କରିଥିବା ବେଳେ ବିଜୟ ଫିଛା କରି ଦକ୍ଷିଣ ଆଫ୍ରିକା ୨ଟା ବଲ ବାକିଥିବାବେଳେ ବିଜୟ ହାସଲ କରିଛି ସାଉଥଆଫ୍ରିକା  ।

ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଥିଲା । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ କରିଥିଲା । ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ଅର୍ଦ୍ଧଶତକ ପାଳି ଭାରତକୁ ଆଗକୁ ନେବାରେ ସହାୟକ ହୋଇଥିଲା  ।

 

ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଲା ଭାରତ

ପର୍ଥ: ଟି୨୦ ବିଶ୍ୱ କପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର  । ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଛି । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ କରିଛି । ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ଅର୍ଦ୍ଧଶତକ ପାଳି ଭାରତକୁ ଆଗକୁ ନେବାରେ ସହାୟକ ହୋଇଛି  ।

 

ବ୍ୟାଟିଂ ଆରମ୍ଭରୁ ଭାରତର ବିପର୍ଯ୍ୟୟ, ଗଲାଣି ୫ ୱିକେଟ୍

ପର୍ଥ: ବ୍ୟାଟିଂ ଆରମ୍ଭରୁ ଭାରତର ବିପର୍ଯ୍ୟୟ  । ଟି-ଟ୍ବେଣ୍ଟି ବିଶ୍ବକପ ମୁକାବିଲାରେ ଭାର-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ମ୍ୟାଚ  ।   ହାଇଭୋଲଟେଜ୍ ଟକ୍କର ଭିତରେ ଭାରତ ୪୯ ରନ୍ ସୁଦ୍ଧା ୫ଟି ୱିକେଟ ହରାଇ ସାରିଛି  । ରୋହିତ, ରାହୁଲ, କୋହଲି, ପାଣ୍ଡ୍ୟା, ଦୀପକ ହୁଡାଙ୍କ ମଧ୍ୟ ଆୱଟ ହୋଇଛି  ।

ହଠାତ ଦବିଗଲା ପୋଲ, ଫସିଗଲା ୨ଟି କାର୍

ଭବାନୀପାଟଣା: ଦୁର୍ଘଟଣାର ଭୟଙ୍କର ଦୃଶ୍ୟ  ।  ଭବାନୀପାଟଣାରେ ଦବିଲା ପୋଲ। ଫସିଲା ଦୁଇଟି କାର । କଳାହାଣ୍ଡି ଭବାନୀପାଟଣା ଭାଗିରଥି ପାର୍କ ପାଖରେ ପୋଲ ଦବି ଯିବାରୁ ଦୁଇଟି କାର ପୋଲ ଭିତରେ ଫସି ଯାଇଥିଲେ । ସୌଭାଗ୍ୟ ବଶତଃ ଯାତ୍ରୀମାନଙ୍କର ବିଶେଷ କ୍ଷୟକ୍ଷତି ଘଟିନାହିଁ  । ପୋଲରେ ଦୁଇଟି କାର ଫସିରହିଥିବାବେଳେ ଯାତ୍ରୀ ମାନେ ମଧ୍ୟ ଫସି ରହିଥିଲେ  ।

ସ୍ଥାନୀୟ ଲୋକ ଏବଂ ପୋଲିସ ପ୍ରଶାସନର ସହଯୋଗରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି  । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି  । ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି  । ସେପଟେ କାର୍ଯ୍ୟକାରୀ ପୋଲଟି ହଠାତ କିପରି ଦବିଗଲା ତାବା ବର୍ତ୍ତମାନ ବଡ଼ ପ୍ରଶ୍ନ  ।

 

ଶବକୁ ମିଳିଲାନି ଶ୍ମଶାନ, ୨ଦିନ ପରେ ହେଲା ଅନ୍ତିମ ସଂସ୍କାର

ନବରଙ୍ଗପୁର: ୨ଦିନ ପରେ ଶବକୁ ମିଳିଲା ଶ୍ମଶାନ । ପ୍ରଶାସନର ହସ୍ତକ୍ଷେପ ପରେ କରାଗଲା ଶେଷକୃତ୍ୟ । ନବରଙ୍ଗପୁର ଜିଲ୍ଲା ଗୁଲିବାଡ଼ନା ଗାଁରେ ବିବାଦର ସମାଧାନ କରି ଜଣେ ମୃତ ବ୍ୟକ୍ତିଙ୍କର ଶବ ସତ୍କାର କରିଛି ପ୍ରଶାସନ । ଅଭିଯୋଗ ଅନୁସାରେ ଶୁକ୍ରବାର ଜିତ୍ରୁ ଭତ୍ରାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଲୋକ ତାଙ୍କ ମୃତଦେହକୁ ମଶାଣିକୁ ନେବାକୁ ବାରଣ କରିଥିଲେ । ବହୁ ବୁଝାସୁଝା ପରେ ବି ଲୋକ ମାନି ନଥିଲେ । ପରେ ମୃତଦେହଟି ପଡ଼ି ରହିଥିଲା ।

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଝରିଗାଁ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଶେଷରେ ଶବ ସଂସ୍କାର ପାଇଁ ରାଜି ହୋଇଥିଲେ ଗ୍ରାମବାସୀ । ପରେ ଭୀମାଗୁଡ଼ା ଶ୍ମଶାନରେ ମୃତକଙ୍କ ଶବ ସଂସ୍କାର କରାଯାଇଛି । ଆଗାମୀ ଦିନରେ ଯେପରି ଏଭଳି ସମସ୍ୟା ସୃଷ୍ଟି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପୋଲିସ କହିଛି ।