ବିଜାପୁରରେ ଏନକାଉଣ୍ଟର, ୩ ନକ୍ସଲ ନିପାତ

ରାଞ୍ଚି: ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଏବାଦୀ ଗୁଳିବିନିମୟ । ଏହି ସଂଘର୍ଷରେ ୩ ମାଓବାଦୀ ନିହତ । ଛତିଶଗଡ଼ରେ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହୋଇଛି । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ ।

ସିଆରପିଏଫ, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ଏନକାଉଣ୍ଟରରେ ୩ ନକ୍ସଲ ପ୍ରାଣ ହରାଇଛନ୍ତି । ମିରତୁର୍‌ ଥାନା ଅଧୀନ ବିଜାପୁର ଜଙ୍ଗଲରେ ନକ୍ସଲ ଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଏଥିରେ ୩ ନକ୍ସଲ ନିପାତ ହୋଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି ।