ଇସ୍ରୋ ରଚିଲା ଇତିହାସ, ନାନୋସାଟେଲାଇଟ ସହ ଉତକ୍ଷେପଣ କଲା ଓସେନସେଟ୍‌

1 min read

ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ । ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ପକ୍ଷରୁ ଲଞ୍ଚ ହୋଇଛି ୯ଟି ସାଟେଲାଇଟ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଠ EOS-06 ଓ ୮ଟି ନାନୋସାଟେଲାଇଟ ।

ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ଏଥିସହ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ଏହି ସାଟେଲାଇଟର ଓଜନ ପ୍ରାୟ ଏକ ହଜାର କିଲୋ ରହିଛି । ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚିଂ ପାଇଁ ଧ୍ୟାର୍ଯ୍ୟ କରାଯାଇଥିଲା । କିନ୍ତୁ କିଛି ସମସ୍ୟା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।