ପୁଣି ଅଜଣା ଜନ୍ତୁ ଆତଙ୍କ, ୨୦ ଛେଳିଙ୍କୁ କଲା ଶିକାର

ବ୍ରହ୍ମପୁର: ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଦାସ ଗୌଡଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିକୁ ଆକ୍ରମଣ କରିଥିବା ବେଳେ ୫ଟି ଛେଳିକୁ ନେଇଯାଇଥିବା ଅଭିଯୋଗ ହୋଇଛି । ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗାଁରେ ବାରହା ବୁଲୁଥିବା ବେଳେ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଲିଂଫି ଭାଇରସରେ ଗାଇଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।