ଚମକିବ ଓଡିଶାର ପର୍ଯ୍ୟଟନ କ୍ଷେତ୍ର, ଶୀତ ଅଧିବେଶନରେ ଉଠିଲା ବିକାଶ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗ । ପର୍ଯ୍ୟଟନସ୍ଥଳୀର ବିକାଶ ନେଇ କରାଯାଇଛି ଆଲୋଚନା । ୨୦୧୬ ମେକ୍ ଇନ୍ ଓଡ଼ିଶା ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ଟି ପର୍ଯ୍ୟଟନ ସ୍ଥଳୀରେ ବିକାଶ ପାଇଁ ଅନୁମୋଦନ ମିଳିଥିଲା । ଏଥିରେ ପଞ୍ଚ ତାରକା ହୋଟେଲ, ରିସର୍ଟ, ଓ୍ବାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ ।

ବିଧାନସଭାର ପ୍ରଶ୍ନକାଳରେ ଆଜି ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର । ଚଉଷଠି ଯୋଗିନୀ ପୀଠର ବିକାଶ ନେଇ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଏହା ଏଏସଆଇ ଅଧୀନରେ ରହୁଥିବାରୁ ଏହି ପୀଠର ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବା ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।