spot_img
Home Blog Page 3863

ରାଉରକେଲାରେ ଫୁଟିଲା ଗୁଳି, ଠିକାଦାର ଗୁରୁତର

0

ରାଉରକେଲା: ରାଉରକେଲା ସହର ଝିରପାଣି ଅଞ୍ଚଳରେ ଫୁଟିଲା ଗୁଳି । ବାଞ୍ଛା ତନ୍ତି ନାମକ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗାଁର ସରପଞ୍ଚ ସ୍ଥାନୀୟ ଲୋକଙ୍କ ସହ ମିଶି ଠିକାଦାରଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଝିରପାଣି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସାପ ଦାନ୍ତ ନେଲକଟରରେ କାଟି ଦେଇଥିଲେ ନିର୍ଯାତନା, ଗିରଫ ହେଲେ

0

ବଲାଙ୍ଗୀର: ବଲାଙ୍ଗୀର ବିଲେଇସର୍ଡାରେ ନାଗସାପ ଦାନ୍ତ କାଟିବା ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ। ଫେରାର ଅଭିଯୁକ୍ତ ବୀର ବିଶ୍ବାଳକୁ ଗିରଫ କଲା ବନ ବିଭାଗ। ଆଜି ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ଅମାନୁଷିକ ଭାବେ ନାଗକୁ ଦିଆଯାଇଥିଲା ନିର୍ଯାତନା। ନେଲକଟରରେ ସାପକୁ ଛଟପଟ କରି ଗୋଟେ ପରେ ଗୋଟେ ଦାନ୍ତ କଟାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।

ଏହାପରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ବୀର ବିଶ୍ବାଳ ଫେରାର ହୋଇଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିନେଇଛି ବନ ବିଭାଗ। କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବେ ସାପ ଦାନ୍ତ ନେଲକଟର ସାହାଯ୍ୟରେ କାଟିଥିଲା ବୀର। ଏସବୁର ଦୃଶ୍ୟକୁ ପାଖରେ ଥିବା ଲୋକ ମଜା ନେଉଥିଲେ।

ରାତିରେ ବଢ଼ିବ ଶୀତ, ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଶୁଷ୍କ ପବନ । ଯାହାଫଳରେ ଧିରେ ଧିରେ ବଢୁଛି ଶୀତ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ । ସର୍ବନିମ୍ନ ତାପମାତ୍ରା ବୌଦ୍ଧ ଓ ଫୁଲବାଣୀ ଠାରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆଜି ଟି-ଟ୍ବେଣ୍ଡି ବିଶ୍ବକପର ମହାମୁକାବିଲା, ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ମେଲବର୍ଣ୍ଣ: ଆଜି ଟି-ଟ୍ବେଣ୍ଡି ବିଶ୍ବକପର ମହାମୁକାବିଲା। ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ।  ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ବକପ ଟାଇଟଲ ପାଇଁ ଲଢିବାକୁ ଯାଉଛନ୍ତି। ଶେଷଥର ୧୯୯୨ ବିଶ୍ବକପରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ପାକିସ୍ତାନ। ଏଥିରେ ଇଂଲଣ୍ଡକୁ ହରାଇ ଚାମ୍ପୟନ ହୋଇଥିଲା ପାକିସ୍ତାନ । ତେବେ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପରେ ଦୁଇଥର ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ପାକିସ୍ତାନ । ଯେଉଁଥିରେ ଦୁଇଟି ଯାକ ମ୍ୟାଚରେ ବାଜି ମାରିଥିଲା ଇଂଲଣ୍ଡ। ତେବେ ଆଜି ମ୍ୟାଚରେ ବର୍ଷା ସାଜିପାରେ ବାଧକ। ରିଜର୍ଭ ଡେ’ରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ଉଭୟ ଦଳ ଟ୍ରଫି ଭାଗ କରିବେ । ଯଦି ଖେଳ ଆରମ୍ଭ ହେବା ପରେ ବର୍ଷା ହୁଏ ତେବେ ସୋମବର ଦିନ ପରବର୍ତ୍ତୀ ଓଭର ଖେଳ ହେବ।

କଙ୍କଡା ଧରିବାକୁ ଯାଇଥିଲେ, ମାଡ଼ି ବସିଲା ମହାବଳ

କୋଲକାତା: କଙ୍କଡା ଧରିବାକୁ ଯାଇଥିବାବେଳେ ମହାବଳ ମୁହଁରେ ହେଲେ ଶିକାର । ବାଘ ଆକ୍ରମଣରେ ଜଣେ ହରାଇଛି ପ୍ରାଣ । ପଶ୍ଚିମବଙ୍ଗ ୨୪ ପରଗଣା ଜିଲ୍ଲା କୁଲତାଲି ବ୍ଲକ କାଣ୍ଟାମାରୀ ଗ୍ରାମର ୭ ଜଣ ବ୍ୟକ୍ତି କଙ୍କଡ଼ା ଧରିବାକୁ ଯାଇଥିଲେ ସୁନ୍ଦରବନ ନଦୀକୁ । ସେମାନେ କଙ୍କଡା ଧରି ଆସିବାବେଳେ ନଦୀରେ ଜୁଆର ଥିବାରୁ ଫେରି ନପାରି ଗତକାଲି ଏକ ସ୍ଥାନରେ ରହିଯାଇଥିଲେ ।

ଆଜି ସକାଳେ ସେମାନେ ଗାଁକୁ ଫେରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦିଲୀପ ନାମକ ଜଣେ ଯୁବକ ନଦୀରେ ମୁହଁ ଧୋଉଥିବାବେଳେ ହଠାତ ଏକ ମହାବଳ ବାଘ ତାଙ୍କୁ ଝାମ୍ପି ନେଇଥିଲା । ଆତଙ୍କିତ ସହଯୋଗୀ ଠେଙ୍ଗା ଧରି ଜଙ୍ଗଲକୁ ଖୋଜିବାକୁ ଯାଇ ଦିଲ୍ଲୀପଙ୍କ ମୃତ ଶରୀର ଦେଖିଥିଲେ । ପରେ ସେମାନେ ଶବକୁ ଧରି ଗ୍ରାମକୁ ଫେରିଥିଲେ । ଜଙ୍ଗଲ ଅଧିକାରୀଙ୍କ କଥା ନମାନି ସେମାନେ ବାଘ ବହୁଳ ଅଞ୍ଚଳରେ ପଶିଥିଲେ ।

ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

କଳାହାଣ୍ଡି: ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ । କଳାହାଣ୍ଡି କେସିଙ୍ଗା ତେଲ ନଦୀରେ ଭାସି ଯାଉଥିବାବେଳେ ଉଦ୍ଧାର କଲେ ବିନୋଦ କୁମାର ନାଗ । ଭାସିଯାଉଥିବା 3 ଜଣ ମହିଳାକୁ ଉଦ୍ଧାର କଲେ କେସିଙ୍ଗାର ବିନୋଦ । କେସିଙ୍ଗାର ଅନେକ ଲୋକ ଡଙ୍ଗା ଭସାଇବାକୁ ତେଲ ନଦୀକୁ ଯାଇଥିଲେ । ତେବେ ଡ୍ୟାମରୁ ପାଣି ଛାଡିବା ଯୋଗୁଁ ହଠାତ୍ ତେଲ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଲା ।

ସେହି ସମୟରେ ଜଣେ ମହିଳା ଗାଧୋଇବାକୁ ଥିବାବେଳେ ଭାସି ଯାଇଥିଲେ । ତାଙ୍କୁ ରକ୍ଷା କରିବା ପାଇଁ କିଛି ମହିଳା ଚେଷ୍ଟା କରିଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଭାସି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ବିନୋଦ ନଦୀ ଭିତରକୁ ଲମ୍ଫ ଦେଇ ୩ ଜଣଙ୍କ ଜୀବନ ରକ୍ଷା କରିଥିଲେ । ସମସ୍ତଙ୍କୁ କେସିଙ୍ଗାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାପରେ ବିନୋଦଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୂଅ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲରୁ ମୁକୁଳିଛନ୍ତି ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ଭି. ଶ୍ରୀହରନ ଓରଫ ମୁରୁଗାନ ଓ ଅନ୍ୟ ୩ ଜଣ ହୋଇଛନ୍ତି ଖଲାସ । ଭେଲୋରସ୍ଥିତ ମହିଳା ଜେଲରୁ ଆଜି ସକାଳେ ନଳିନୀ ମୁକ୍ତ ହୋଇଥିବାବେଳେ ସ୍ବାମୀ ରହୁଥିବା ଭେଲୋର ସେଣ୍ଟ୍ରାଲ ଜେଲକୁ ସନ୍ଧ୍ୟାରେ ଯାଇଥିଲେ । ଜେଲରୁ ବାହାରିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଭାବବିହ୍ବଳ ହୋଇପଡିଥିଲେ ।

ଜେଲରୁ ବାହାରିବା ପରେ ମୁରୁଗାନ, ସନ୍ଥନଙ୍କୁ ଏକ ପୋଲିସ ଜିପରେ ତିରୁଚିରାପଲ୍ଲୀସ୍ଥିତ ଏକ ଶରଣାର୍ଥୀ ଶିବିରକୁ ନିଆଯାଇଥିଲା । ଅନ୍ୟ ଦୁଇ ଦୋଷୀ ସାବ୍ୟସ୍ତ ରବର୍ଟ ପାୟସ ଓ ଜୟକୁମାର ମଧ୍ୟ ପୁଜାଲ ଜେଲରୁ ଖଲାସ ହୋଇ ଶରଣାର୍ଥୀ ଶିବିରରେ ରହିଛନ୍ତି । ପୂର୍ବରୁ ଗତ ମେ ମାସରେ ପେରାରିଭାଲାମଙ୍କୁ ମୁକ୍ତ କରାଯାଇଥିଲା । ଚାରିତ୍ରିକ ସଂଶୋଧନ, ଡିଗ୍ରୀ ହାସଲ, ପୁସ୍ତକ ରଚନା ଓ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିବାରୁ ୬ଜଣଙ୍କୁ ସୁପ୍ରିମକୋର୍ଟ ଗତକାଲି ଖଲାସ ନିର୍ଦ୍ଦେଶ ଦେଇଥିଲେ ।

କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ । ଫାଇଭ ଟି ଆଧାରରେ ହୋଇଥିବା କାମର ସମୀକ୍ଷା କରିଥିଲେ । ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିମୟ, ଇଣ୍ଡୋର ଆକ୍ବାଟିକ୍ସ ଷ୍ଟାଡିୟମ, ଟେନିସ ସେଣ୍ଟର, ହକି ହାଇ ପରଫରମାନ୍ସ ସେଣ୍ଟର ସମୀକ୍ଷା କରିଛନ୍ତି । ଏଥିସହ ବାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟରର ନିର୍ମାଣ କାମ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭଟି ସଚିବ ଭିକେ ପାଣ୍ଡିଆନ୍‌ । କାମକୁ ଦେଖି ପାଣ୍ଡିଆନ୍‌ ଖୁସି ବ୍ୟକ୍ତ କରିଥିଲେ ।

ସେଠାରେ ଉପସ୍ଥିତ ଥିବା ଇଞ୍ଜିନିୟରଙ୍କ ସହ ଆଲୋଚନା କରିବା ସହ କାମକୁ ଡେଡଲାଇନ୍‌ ଭିତରେ ସାରିବାକୁ ପରାମର୍ଶ ଦେଇଥିଲେ । ଗତ ୧୫ ମାସ ତଳେ ଏସବୁର କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ମାସ ମଧ୍ୟରେ କାମ ସରିବ । କ୍ରୀଡା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ କଣ ରହିଛି ସେନେଇ ଏହି ପ୍ରୋଜେଟ ସହ ଜଡିତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।

କଳିଙ୍ଗରେ ଏହି ପ୍ରୋଜେକ୍ଟରେ ଦ୍ବାରା ରାଜ୍ୟରେ ସ୍ପୋର୍ଟ୍ସମେନସିପ୍‌ର ଏକ ବିସ୍ତାର ହେବ ବୋଲି ପାଣ୍ଡିଆନ କହିଛନ୍ତି । ଏହା କେବଳ ରାଜ୍ୟ ନୁହେଁ ସାରା ଦେଶ ପାଇଁ ଅନେକ ସଫଳତା ଆଣିବ ବୋଲି ପାଣ୍ଡିଆନ୍‌ କହିଛନ୍ତି ।

ପୁଣି ଥରିଲା ଦିଲ୍ଲୀ ଓ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ଓ ଉତ୍ତରାଖଣ୍ଡରେ ଭୂକମ୍ପ । ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଥରିଲା ଦିଲ୍ଲୀ । ଦିଲ୍ଲୀ, ନୋଏଡା, ଗାଜିଆବାଦ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି । ଲୋକେ ଘରୁ ବାହାରି ରାଜରାସ୍ତାକୁ ବାହାରି ଆସିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳର ନେପାଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି । ଗତ ବୁଧବାର ଦିନ ନେପାଳ ଭୂକମ୍ପ ହୋଇଥିଲା । ଏଥିରେ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ପୁଣି ଥରେ ଦୁଇ ଦିନ ବ୍ୟବଧାନଦରେ ଭୂକମ୍ପ ହୋଇଥିବାରୁ ଆତଙ୍କୀତ ହୋଇ ପଡିଛନ୍ତି ଲୋକେ  ।

ପରକ୍ରିୟା ପ୍ରୀତି ପାଇଁ ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱର: ପରକିୟା ପ୍ରିତି ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଆତ୍ମହତ୍ୟାର ରୂପ ଦେବାକୁ ବୋହୂ ଉଦ୍ୟମ କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ପାର୍ବତୀପୁର ଅଞ୍ଚଳରୁ ଆସିଛି ଅଭିଯୋଗ । ବାଲିଖଣ୍ଡ ଗାଁର ଧନେଶ୍ୱର ମହାଳିକଙ୍କ ପୁଅ ଅନନ୍ତ ମହାଳିକ ଦେଢ଼ ବର୍ଷ ତଳେ ଭଦ୍ରକ ଜିଲ୍ଲା ଚୁନିଦା ଅଞ୍ଚଳରେ ପୀତବାସ ସାହୁଙ୍କ ଝିଅ ଅନୁସୟାଙ୍କୁ ବିବାହ କରିଥିଲେ ।

ଧନେଶ୍ୱର ମହାଳିକ ଓ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଙ୍ଗାଲୋର ରେ ସାନ ଝିଅ ପାଖକୁ ଯାଇଥିବା ବେଳେ ଘରେ ତାଙ୍କ ପୁଅ ଅନନ୍ତ ମହାଳିକ ଓ ତାଙ୍କ ସ୍ତ୍ରୀ ଅନୁସୟା ମହାଳିକ ଗାଁ ପାର୍ବତୀପୁରରେ ରହୁଥିଲେ  । ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥିଲା  । ଅନୁସୟା ସ୍ୱାମୀ ଅନନ୍ତ ଙ୍କୁ ଛାଡି ତାଙ୍କ ବାପ ଘର ଚୁନିଦା କୁ ପଲାଇ ଆସିଥିଲେ  । ଘରେ କେବଳ ତାଙ୍କ ପୁଅ ଅନନ୍ତ ରହୁଥିଲେ  । ଗତ 10 ତାରିଖରେ ଅନନ୍ତ ମହାଳିକ ତାଙ୍କ ଘରେ ଏକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ମାନେ ଦେଖିଥିଲେ  । ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକମାନଙ୍କୁ ଜଣାଇଥିଲେ  ।

ଘର ଲୋକମାନେ ଆସି ପୁଅ କୁ ତାଙ୍କ ବୋହୁ ଗୁଣ୍ଡା ଲଗାଇ ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି  । ମୃତ ଶରୀରକୁ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରଖିଛନ୍ତି । ଏ ନେଇ ମୃତ ଅନନ୍ତ ଙ୍କ ଭଉଣୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି  । ହେଲେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି  । ତାଙ୍କ ପରିବାର କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି  ।  କିନ୍ତୁ ଅନ୍ୟ ପଟେ ଅଭିଯୋଗ ପରେ ମୃତକଙ୍କ ସ୍ତ୍ରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।