spot_img
Home Blog Page 3842

ଫ୍ଲୋରିଡାରେ ଭୟଙ୍କର ପ୍ରଳୟ ଘଟାଇଲା ‘ହରିକେନ ଇୟାନ’

ଆମେରିକା ଫ୍ଲୋରିଡାରେ ଭୟଙ୍କର ପ୍ରଳୟ ଘଟାଇଲା ‘ହରିକେନ ଇୟାନ’ । କାଟାଗୋରୀ ୪ ଝଡ଼ରେ ସାରା ଫ୍ଲୋରିଡା ହୋଇଛି ଛାରଖାର । ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ପ୍ରମୁଖ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ ଫେଡେରାଲ ଡିଜାଷ୍ଟର ଫଣ୍ଡରୁ ପାଣ୍ଠି ମଞ୍ଜୁର କରିଛନ୍ତି । ଫ୍ଲୋରିଡା ଇତିହାସରେ ଏହା ସବୁଠାରୁ ବଡ଼ ବିପତ୍ତି ବୋଲି ସେ କହିଛନ୍ତି । ତେଣେ ଆଜି ପୁଣି ଫ୍ଲୋରିଡାରେ ଦ୍ୱିତୀୟ ଥର ଲାଗି ହରିକେନ ଇୟାନ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛି ଆମେରିକା ନ୍ୟାସନାଲ ହରିକେନ ସେଣ୍ଟର ।

ଫ୍ଲୋରିଡା ଗଭର୍ଣ୍ଣର କହିଛନ୍ତି- ଅତୀତ ୫୦୦ ବର୍ଷ ଇତିହାସରେ ଏପରି ପ୍ରଳୟ ଫ୍ଲୋରିଡାରେ ଘଟି ନଥିଲା । ଫ୍ଲୋରିଡାରେ ପ୍ରାୟ ୨୫ ଲକ୍ଷ ଘରେ ଓ ଅଫିସରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । । ତେଣେ ପରିବର୍ତ୍ତିତ ଜଳବାୟୁ ଉପରେ ଦୋଷ ଦେଇଛନ୍ତି ପାଣିପାଗ ବିଜ୍ଞାନୀ । ବିଶ୍ବରେ ତାପମାତ୍ରା ବୃଦ୍ଧି ଯୋଗୁ ଏପରି ପ୍ରଳୟ ଘଟୁଛି ବୋଲି କହିଛନ୍ତି ରୟାଲ ମେଟେରୋଲୋଜିକାଲ ସୋସାଇଟିର ଗବେଷକ ଡକ୍ଟର ଲିଜ ବେଣ୍ଟଲି । ଭୟଙ୍କର ବାତ୍ୟା, ସମୁଦ୍ର ଜଳପତ୍ତନ ବୃଦ୍ଧି ଆଦି ଘଟିବ ବୋଲି ସେ କହିଛନ୍ତି । ସେହିପରି ନ୍ୟାସନଲା ସେଣ୍ଟର ଫର ଆଟମୋସ୍ଫିହରିକ ସାଇନସର ଗବେଷକ ଡକ୍ଟର ରେନହାର୍ଡ ସିମାନ ବି କହିଛନ୍ତି ସମାନ କଥା ।

ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା, ଆଜି ପୀଠରେ ଷଷ୍ଠୀ

କଟକ: ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ପୀଠରେ ଷଷ୍ଠୀ । ଷୋଡ଼ଶ ଉପଚାରରେ କରାଯାଉଛି ନୀତିକାନ୍ତି । ଅଖଣ୍ଡ ଦୀପ ଲଗାଯାଇ କରାଯାଉଛି ପୂଜାର୍ଚ୍ଚନା । ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ କଟକ ଚଣ୍ଡି । ମାଆ ଗଡ଼ଚଣ୍ଡି ମଧ୍ୟ ଗାୟତ୍ରୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।

ଏପଟେ ଆସନ୍ତାକାଲି ମଣ୍ଡପରେ ହେବ ଷଷ୍ଠୀ ପୂଜା । ଏଥିପାଇଁ ଜମିଲାଣି ପୂଜା ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତୋରଣ ବନ୍ଧା ସାଙ୍ଗକୁ ମେଢ଼ କାର୍ଯ୍ୟ ଏକପ୍ରକାର ଶେଷ ହେଲାଣି । ଆସନ୍ତାକାଲି ମାଆଙ୍କୁ ବରଣୀ କରାଯିବ । ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପୂଜା ହେଉଥିବାରୁ ଅଧିକ ଭିଡ଼ ଜମିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଚୋରି, ନିଶା କାରବାର ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ ।

କାଲି ବଙ୍ଗୋପସାଗରରେ ପ୍ରବେଶ କରିବ ଟାଇଫୁନ୍ ’ନୋରୁ’, ଭିଜିବ ଦଶହରା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ପଡ଼ିବ ମୂଳଦୂଆ । ଲଘୁଚାପରେ ପରିଣତ ହୋଇଥିବା ଟାଇଫୁନ୍ ’ନୋରୁ’ ବଙ୍ଗୋପସାଗରରେ ପ୍ରବେଶ କରିବ। ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କାଲି ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି ହୋଇଛି।

ପରେ ୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ୨ ଏବଂ ୩ ତାରିଖରେ ରାଜ୍ୟରେ ସର୍ବାଧିକ ବର୍ଷା ହେବ । ୩ରୁ ୪ ତାରିଖ ମଧ୍ୟରେ ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଫଳରେ ଏଥର ବର୍ଷାରେ ଭିଜିବ ପୂଜା । ଅକ୍ଟୋବରରେ ସିରିଜ୍ ଲଘୁଚାପ ନେଇ ଆକଳନ କରାଯାଇଛି ।

ଋଷରେ ମିଶିବ ୟୁକ୍ରେନର ୪ ବୃହତ ଅଞ୍ଚଳ, ବିରୋଧ ସତ୍ତ୍ୱେ ହୋଇଥିଲା ଗଣଭୋଟ ହୋଇଥିଲା

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ଋଷରେ ମିଶିବ ୟୁକ୍ରେନର ୪ ବୃହତ ଅଞ୍ଚଳ। ଅନୁଷ୍ଠିତ ଗଣଭୋଟରେ ଋଷର ବିପୁଳ ବିଜୟ ପରେ ଋଷରେ ମିଶିବେ ଖେରସନ, ଦୋନେସ୍କ, ଲୁଗାନସ୍କ ଓ ଜେପୋରଜିୟା। ୟୁକ୍ରେନର ବିରୋଧ ସତ୍ତ୍ୱେ ଏହି ୪ ଅଞ୍ଚଳରେ ଗଣଭୋଟ ହୋଇଥିଲା। ଗ୍ରାଣ୍ଡ କ୍ରେମଲିନ ପ୍ୟାଲେସର ସେଣ୍ଟ ଜର୍ଜିଆନ ହଲରେ  ମିଶ୍ରଣ ଉତ୍ସବ ହେବ। ମିଶ୍ରଣ ପର୍ବରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦବୋଧନ ଦେବେ। ଉତ୍ସବ ପାଳନ ଲାଗି ମସ୍କୋ ଲାଲ ଚୌକକୁ ସଜ୍ଜିତ କରାଯାଇଛି ।

ମିଶ୍ରଣ ଓ ଯୁଦ୍ଧର ଅଗ୍ରଗତି ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୪ରେ ସଂସଦରେ ଉଦବୋଧନ ଦେବେ ପୁଟିନ । ଜେପୋରଜିୟାରେ ହୋଇଥିବା ଗଣଭୋଟରେ ଋଷ ସପକ୍ଷରେ ୯୩ ଦଶମିକ ୧୧ ପ୍ରତିଶତ ଭୋଟ ମିଳିଥିଲା । ଖେରସନରେ ପ୍ରସ୍ତାବ ସପକ୍ଷରେ ୮୭ ଦଶମିକ ୫ ପ୍ରତିଶତ ଭୋଟ ମିଳିଥିଲା । ଲୁଗାନସ୍କରେ ୯୮ ଦଶମିକ ୪୨ ପ୍ରତିଶତ ଓ ଦୋନେସ୍କରେ ୯୯ ଦଶମିକ ୨୩ ପ୍ରତିଶତ ଲୋକ ବି ଚାହିଁଥିଲେ ଋଷ ସହ ମିଶିବାକୁ । ଫଳାଫଳକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କୁ ବିଜୟ ବାର୍ତ୍ତା ଦେଇଥିଲେ। ମସ୍କୋର ଏହି ପଦକ୍ଷେପକୁ ଏକ ଫାର୍ସ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସେହିପରି ଗଣଭୋଟକୁ ବିରୋଧ କରିଥିଲେ ଆମେରିକା, ନାଟୋ, ଫ୍ରାନ୍ସ ସମେତ ବିଭିନ୍ନ ରାଷ୍ଟ୍ର।

ପୁଣି ମୋ ବସରୁ ଲୁଟ୍, ଲୁଟର ଶିକାର ହେଲେ ୭୦ ବର୍ଷୀୟ ହୃଦରୋଗୀ

ଭୁବନେଶ୍ୱର: ପୁଣି ମୋ ବସରୁ ଲୁଟିଲେ ଲୁଟେରା । ୭୦ ବର୍ଷୀୟ ହୃଦରୋଗୀଙ୍କଠୁ ଲୁଟିଲେ । ଲୁଟର ଶିକାର ହେଲେ ଅକ୍ଷୟ କୁମାର ନାୟକ । କ୍ୟାପିଟାଲ ଥାନାରେ ଏନେଇ ଏତଲା ଦେଇଛନ୍ତି । ରସୁଲଗଡ଼ରୁ ୨୫ ନମ୍ବର ବସରେ ଉଠି ଯାଉଥିଲେ ଅକ୍ଷୟ । ବସ୍ ରାଜମହଲ ଅତିକ୍ରମ କରୁଥିବା ବେଳେ ଲୁଟ ହୋଇଥିବା ସୂଚନା ମିଲିଛି । ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରୁଛି ପୋଲିସ । କିଛିଦିନ ତଳେ ଗଞ୍ଜାମର ଜଣେ କ୍ୟାନସର ରୋଗୀଙ୍କଠାରୁ ଲୁଟ୍ ହୋଇଥିଲା । ପରେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଫେରାଇଥିଲା କମିଶନରେଟ ପୋଲିସ ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ମ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦଶହରା ପୂର୍ବରୁ କ୍ୟାବିନେଟରେ କି ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହେବ ।

ବଢୁଛି ରାଜସ୍ଥାନ ସସପେନ୍ସ, ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ସଚିନ ପାଇଲଟ। କହିଛନ୍ତି- ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି ସାମୂହିକ ଉଦ୍ୟମ କରାଯିବ । ୨୦୨୩ରେ କଂଗ୍ରେସ ସରକାର ଲାଗି ଏବଠାରୁ ଯୋଜନା ପ୍ରସ୍ତୁତ କରାଯିବ। ତେବେ ମୁଖ୍ୟମନ୍ତ୍ରୀତ୍ୱ  ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇଯାଇଥିଲେ ପାଇଲଟ। ସେପଟେ ଏଆଇସିସି ସଭାପତି ରେସରୁ ଅଶୋକ ଗେହଲଟ ହୋଇଛନ୍ତି ଆଉଟ। କେବଳ ଏତିକି ନୁହେଁ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟରେ କ୍ଷମା ମାଗିଛନ୍ତି ଗେହଲଟ।

ରାଜ୍ୟରେ ଘଟିଥିବା ଦଳୀୟ ବିଶୃଙ୍ଖଳା ଲାଗି ଗେହଲଟଙ୍କ ଉପରେ କ୍ଷୁବ୍ଧ ଥିଲେ ହାଇକମାଣ୍ଡ । ଦିନେ ଦୁଇଦିନ ମଧ୍ୟରେ ଗେହଲଟ ପ୍ରସଙ୍ଗରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଗେହଲଟ ଯଦି ସଭାପତି ହୁଅନ୍ତି ଏବଂ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ୯୦ରୁ ଅଧିକ ବିଧାୟକ। ତେଣେ ଏଆଇସିସି ସଭାପତି ରେସରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ। ସେ ପ୍ରାର୍ଥିପତ୍ର ଭରିବା ଲାଗି ୧୦ ସେଟ୍ ନାମାଙ୍କନ ଫର୍ମ ନେଇଛନ୍ତି । ଆଜି ଦିଗବିଜୟ ଓ ଶଶୀ ଥରୁର ଭରିବେ ନାମାଙ୍କନ । ଶଶୀ କହିଛନ୍ତି- ଦିଗବିଜୟଙ୍କ ପ୍ରାର୍ଥିତ୍ୱକୁ ସେ ସ୍ୱାଗତ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ। ସେହିପରି ଦିଗବିଜୟ କହିଛନ୍ତି- ଉଭୟ ଶଶୀ ଓ ସେ ଗାନ୍ଧି-ନେହରୁ ଆଦର୍ଶରେ ଅନୁପ୍ରାଣୀତ । ତେଣେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ବି ନାମାଙ୍କନ ପତ୍ର କରିଛନ୍ତି ସଂଗ୍ରହ।

ବିଜେଡିର ପଦଯାତ୍ରା ପ୍ରସ୍ତୁତି କର୍ମଶାଳା, ପୌର ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର: ଚାଲିଛି ବିଜେଡିର ପଦଯାତ୍ରା ପ୍ରସ୍ତୁତି କର୍ମଶାଳା । ଆଜି ଦୁଇଦିନିଆ ପ୍ରସ୍ତୁତି ବୈଠର ଉଦଯାପନୀ ଦିବସ । ଆଜି ପୌର ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରି ବିଷୟବସ୍ତୁ ଉପରେ ଆଲୋଚନା ହେବ । ତୃଣମୂଳ ସ୍ତରରୁ ସ୍ବଚ୍ଛ ଶାସନ ନେଇ ସମସ୍ତଙ୍କ ମତାମତ ନିଆଯିବ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସକାଳ ୯ ସୁଦ୍ଧା ପହଞ୍ଚିବେ ନେତା ଓ କର୍ମୀ । ୯.୪୫ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ଏହି ଉଦଯାପନୀ ଉତ୍ସବରେ ଭର୍ଚୁଆଲରେ ଯୋଗେ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହୋଇ ସଂଧ୍ୟା ୫ଟାରେ ସରିବ । କିପରି ମାସେ ବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ, ସେ ଦିଗରେ ଦଳର ବରିଷ୍ଠ ନେତା ଉଦବୋଧନ ଦେବେ । ସଂଗଠିତ ହୋଇ କାମ କରି ପଦଯାତ୍ରାକୁ ସଫଳ କରିବା ପାଇଁ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବେ ମୋଟିଭେସନାଲ ସ୍ପିକର । ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଉଦବୋଧନ ଦେବା ସହ ମତ ବିନିମୟ କରିବେ ।

 

ପୁରୀ ହୋଟେଲରେ ଐଶ୍ୱର୍ଯ୍ୟାଙ୍କ ମୃତଦେହ

ପୁରୀ:  ହୋଟେଲରେ ମହିଳାଙ୍କ ଆତ୍ମହତ୍ୟା ଘଟଣା । ପୁରୀରେ ପହଞ୍ଚିଲେ ମୃତା ମହିଳା ଐଶ୍ବର୍ଯ୍ୟା ସାହାନାବାଗଙ୍କ ସ୍ବାମୀ ଓ ଭାଇ । ସେମାନଙ୍କ ଉପସ୍ଥିତିରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ । ଗୁରୁବାର ସକାଳେ ପୁରୀର ଏକ ହୋଟେଲରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ । ମୃତା ମହିଳା ଜଣଙ୍କ ହେଲେ ବେଙ୍ଗାଳୁରରୁ ଐଶ୍ବର୍ଯ୍ୟା ସାହାନାବାଗ । GIZ କମ୍ପାନିର ଓ୍ବାଟର ରିସୋର୍ସ କନଫରେନ୍ସରେ ଯୋଗ ଦେବାକୁ ସେ ଗତକାଲି ରାତିରେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସି ପହଞ୍ଚିଥିଲେ ।

ରୁମ ନମ୍ବର 1111ରେ ରାତିରେ ଚେକ୍ ଇନ୍ କରିଥିଲେ । ରାତିରେ ପରିବାର ଲୋକଙ୍କ କଲ ରିସିଭ କରିନଥିଲେ । ପରେ ସାଥି କର୍ମଚାରୀ କବାଟ ନକ କରିଥିଲେ ମଧ୍ୟ ନ ଖୋଲିବାରୁ ସନ୍ଦେହ କରି ହୋଟେଲ କର୍ମଚାରୀଙ୍କ ସହାୟତାରେ ରୁମ ଖୋଲାଯିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଜାରି ରଖିଛି ।

ବଢୁଛି ରାଜସ୍ଥାନ ପାରା, କଂଗ୍ରେସ ହାଇକମାଣ୍ଡକୁ ଭେଟିଲେ ପାଇଲଟ୍

ନୂଆଦିଲ୍ଲୀ: କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିଲେ ସଚିନ ପାଇଲଟ । କହିଛନ୍ତି- ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି ସାମୂହିକ ଉଦ୍ୟମ କରାଯିବ । ୨୦୨୩ରେ କଂଗ୍ରେସ ସରକାର ଲାଗି ଏବଠାରୁ ଯୋଜନା ପ୍ରସ୍ତୁତ କରାଯିବ । ତେବେ ମୁଖ୍ୟମନ୍ତ୍ରୀତ୍ବ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇଯାଇଥିଲେ ସଚିନ । ସେପଟେ ଏଆଇସିସି ସଭାପତି ରେସ୍ରୁ ଅଶୋକ ଗେହଲଟ ହୋଇଛନ୍ତି ଆଉଟ । କେବଳ ଏତିକି ନୁହେଁ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟରେ କ୍ଷମା ମାଗିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଘଟିଥିବା ଦଳୀୟ ବିଶୃଙ୍ଖଳା ଲାଗି ଗେହଲଟଙ୍କ ଉପରେ କ୍ଷୁବ୍ଧ ଥିଲେ ହାଇକମାଣ୍ଡ । ଦିନେ ଦୁଇଦିନ ମଧ୍ୟରେ ଗେହଲଟ ପ୍ରସଙ୍ଗରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଗେହଲଟ ଯଦି ସଭାପତି ହୁଅନ୍ତି ଏବଂ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ୯୦ରୁ ଅଧିକ ବିଧାୟକ । ତେଣେ ଏଆଇସିସି ସଭାପତି ରେସରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ସେ ପ୍ରାର୍ଥିପତ୍ର ଭରିବା ଲାଗି ୧୦ ସେଟ୍ ନାମାଙ୍କନ ଫର୍ମ ନେଇଛନ୍ତି ।

ଦିଗବିଜୟ ଓ ଶଶୀ ଥରୁର ଭରିବେ ନାମାଙ୍କନ । ଶଶୀ କହିଛନ୍ତି- ଦିଗବିଜୟଙ୍କ ପ୍ରାର୍ଥିତ୍ବକୁ ସେ ସ୍ବାଗତ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେବ । ସେହିପରି ଦିଗବିଜୟ କହିଛନ୍ତି- ଉଭୟ ଶଶୀ ଓ ସେ ଗାନ୍ଧି-ନେହରୁ ଆଦର୍ଶରେ ଅନୁପ୍ରାଣୀତ । ତେଣେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ଯପାଳ କେଶରୀନାଥ ତ୍ରିପାଠୀ ବି ନାମାଙ୍କନ ପତ୍ର କରିଛନ୍ତି ସଂଗ୍ରହ ।