spot_img
Home Blog Page 3830

ଟିଭି ଫାଟି ୧୬ ବର୍ଷୀୟ ବାଳକ ମୃତ, ଅନ୍ୟ ତିନି ଆହତ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଏଲ୍‌ଇଡି ଟେଲିଭିଜନ ଫାଟି ୧୬ ବର୍ଷିୟ ବାଳକର ମୃତ୍ୟୁ । ଘଟଣାରେ ତାର ମାଆ, ଭାଉଜ ଓ ଜଣେ ସାଂଗ ମଧ୍ୟ ଆହତ ହୋଇଛନ୍ତି । ଟିଭିଟି ଏତେ ଜୋର ଫାଟିଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥ ଭାଙ୍ଗି ଯାଇଛି । ଘଟଣାରେ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ମୃତ ବାଳକ ଓମେନ୍ଦ୍ରଙ୍କ ମୁହଁ, ଛାତି ଓ ବେକରେ ଫାଟିଯାଇଥିବା ଟେଲିଭିଜନ୍ର କିଛି ଅଂଶ ପଶିଯାଇଛି । ମୃତ ବାଳକଙ୍କ ପଡ଼ୋଶୀଙ୍କ କହିବା କଥା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ଆମେ ସମସ୍ତେ ଧାଇଁ ଆସିଥିଲୁ । ଘରେ ଟିଭି ଭାଙ୍ଗି ଯାଇଥିବା ବେଳେ କାନ୍ଥ ମଧ୍ୟ ଭୁସୁଡି ପଡିଥିଲା । ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ଫାଟିଲା ଟିଭି ।

ଟେଲିଭିଜନ ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀ ସମସ୍ତଙ୍କ ଘରେ ଥିବାବେଳେ ଏଭଳି ଟିଭି ଫାଟିବା ଖବର ସମସ୍ତଙ୍କ ପାଇଁ ନିଶ୍ଚୟ ଚିନ୍ତା ଜନକ । ବର୍ତ୍ତମାନ ସମୟରେ ଘରର ପିଲା ମାନେ ଅଧିକ ସମୟ ଟିଭି ଦେଖୁଛନ୍ତି । ପ୍ରତି ଘରେ ଏଭଳି କିଛି ଯଦି ଘଟଣା ଘଟେ ସେଥିପାଇଁ ଦାୟୀ କିଏ । ଟିଭି ଆମ ପାଇଁ କେତେ ସୁରକ୍ଷିତ ।

ଗୁଜୁରାଟ ଓ ମୁମ୍ବାଇର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନକିଲ ନୋଟ୍ ଜବତ, ୬ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଓ ମୁମ୍ବାଇର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଛି । ସିଟି ପୋଲିସର ଏକାଧିକ ଟିମ୍ ଗୁଜୁରାଟର ଆନନ୍ଦ, ଜାମନଗର, ସୁରଟ ଏବଂ ମୁମ୍ବାଇର ବିଭିନ୍ନ ଜାଗାରୁ ୩୧୭କୋଟି ଟଙ୍କାର ନକଲି ନୋଟ ଜବତ କରିବା ସହ ମାମଲାରେ ୬ଜଣଙ୍କୁ ଗିରଫ କରିଛି । ଗୁଜୁରାଟ, ମଧ୍ୟପ୍ରଦେଶ, ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ କୋରିଅର୍ ସଂସ୍ଥା ଚଲାଉଥିବା ମୁଖ୍ୟ କିଙ୍ଗପିନ୍ ବିକାଶ ଜୈନକୁ ମୁମ୍ବାଇରେ ଅଟକ ରଖିଛି ପୋଲିସ ।

୨୦୦୦ ଓ ୫୦୦ଟଙ୍କିଆ ଜାଲ୍ ନୋଟ ସହ ପୂବର୍ରୁ ବ୍ୟାନ ହୋଇଥିବା ୫୦୦ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟ୍ ଜବତ ହୋଇଛି । କିଛିଦିନ ତଳେ ହିତେଶ କୋଟାଡ଼ିଆ ନାମକ ଏକ ଆମ୍ବୁଲାନ୍ସ ଡ଼୍ରାଇଭର ଠାରୁ ପୋଲିସ ୨୫କୋଟି ୮୦ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିବା ପରେ ଚାରିଆଡ଼େ ଚଢାଇ ହୋଇଥିଲା ।

ମୁଖ୍ୟ ଅଭିଯୁକ୍ତ ବିକାଶ ଜୈନ ଉତ୍ତର ଭାରତରେ ନକଲି ନୋଟ ଛାପି ନିଜ କୋରିଅର ସଂସ୍ଥା ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଉଥିଲା । ମୁମ୍ବାଇରେ ନକଲି ନୋଟର ଗୋଦାମ କରିଥିଲା ବିକାଶ, ଯେଉଁଠୁ ୨୨୭ କୋଟିର ନକଲି ନୋଟ ଜବତ ହୋଇଛି । ମାମଲାରେ ଗିରଫ ହୋଇଥିବା ୬ଜଣ ଯାକ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାକୁ ଅନୁଦାନ ଦେଉଥିବା କମ୍ପାନୀଗୁଡ଼ିକ ଠକିବାର ଷଡ଼ଯନ୍ତ୍ର ରଚିଥଲେ ।

ଦୁଇ ଜଣଙ୍କ କଳି ଛଡ଼ାଇବାକୁ ଯାଇ ଛୁରାମାଡ଼ରେ ତୃତୀୟ ଜଣଙ୍କ ଜୀବନ ଗଲା

ନୂଆପଡ଼ା: ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା । କଳି ଛଡ଼ାଇବାକୁ ଯାଇ ଛୁରାମାଡ଼ରେ ଗଲା ଅନ୍ୟଜଣେ ଯୁବକଙ୍କ ଜୀବନ । ଛୁରା ମାଡରେ ଜଣେ ମୃତ, ୩ ଗୁରୁତର । ଖଡିଆଳ ବିଜ୍ଞାପିତ ପରିଷଦର ପୁଟୁପଡା ଠାରେ ଘଟିଛି ଏହି ଅଘଟଣ । ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ରାୟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କାରାଯାଇଛି ।

ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଡ଼ିଆଳ ସାହୁପଡାର ସାଗର ସାହୁ ଓ ନିରାକାର ସହୁ ରାତିରେ ପୁଟୁପଡାକୁ ଯାଇଥିଲେ । ସେଠାରେ ସାଗର ସାହୁ ଓ ସୁରେନ୍ଦ୍ର ଶବରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ପ୍ରଭାକର ଶବର ଛଡ଼ାଇବାକୁ ଆସିଥିଲେ । ସାଗରର ଛୁରା ମାଡ଼ରେ ପ୍ରଭାକରଙ୍କ ମୃତ୍ୟୁ ହୋଇଚି ।

ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୌଦ୍ଧ: ପବିତ୍ର ବିଜୟାଦଶମୀରେ ମହା ଅଘଟଣ । ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମାଆ ପୁଅ ସମେତ ଦିଅର ମୃତ । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା । ପୁରୁଣାକଟକ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଓଦା ଲୁଗା ଶୁଖାଉଥିବା ବେଳେ ମିଟର କରେଣ୍ଟରେ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଜବଲପୁର ଗ୍ରାମର ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପବିତ୍ର ବିଜୟାଦଶମୀରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା

ନନ୍ଦିଘୋଷ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ । ଆଜି ମଣ୍ଡପରେ ଚାଲିଛି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା । ବିଜୟାଦଶମୀରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ଚାଲିଛି । ସକାଳୁ ଉପଚାର ପୂଜା ପରେ ମା’ଙ୍କୁ ଆରାଧନା ଚାଲିଛି । ଏହାପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । ଚଣ୍ଡୀ ମାଆଙ୍କୁ ମହୀଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯିବ । ସଂଧ୍ୟାରେ ରାବଣପୋଡି ଅନୁଷ୍ଠିତ ହେବ । ତେବେ ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରୁଛନ୍ତି ଭକ୍ତ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା । ଜମ୍ମୁକାଶ୍ମୀର ସୋପିଆଁ ଡ୍ରାଚ୍‌ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା କମ୍ବିଂ ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ତିନି ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଥିଲେ । ଡ୍ରାଚ୍ ଅଞ୍ଚଳରେ କିଛି ଆତଙ୍କୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଥିଲେ । ଏହାପରେ ଲୁଚିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳିମାଡ଼ କରିଥିଲେ । ସେନା ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା । ମଙ୍ଗଳବାର ରାତି ତମାମ ଏହି ଗୁଳିବିନିମୟ ଚାଲିଥିଲା ।

ଶେଷରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ୩ ଆତଙ୍କୀଙ୍କୁ ମାରି ଗଡ଼ାଇଛି ସେନା ।  ସେପଟେ ସୋପିଆଁର ମୋଲୁ ଅଞ୍ଚଳରେ ମଧ୍ୟ ଚାଲିଛି ଏନକାଉଣ୍ଟର । ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ସହଯୋଗରେ ଚାଲିଥିବା କମ୍ବିଂ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛି । କାଶ୍ମୀର ଅତିରିକ୍ତ ଡିଜିପି ଏହାର ସୂଚନା ଦେଇଛନ୍ତି । ତେବେ ସୂଚନାନୁଯାୟୀ, ନିପାତ ଦୁଇ ଆତଙ୍କ ହନାନ ବିନ ୟାକୁବ ଏବଂ ଜାମଶେଦ ଏସପିଓ ଜାଭେଦ ଡାର ଏବଂ ପଶ୍ଚିମବଙ୍ଗର ଏକ ଶ୍ରମିକଙ୍କ ହତ୍ୟାରେ ସାମିଲ ଥିଲେ ।

ଗତ ୨ ଅକ୍ଟୋବରରେ ଏସପିଓଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ସେହିପରି ଗତ ୨୪ ସେପ୍ଟେମ୍ବରରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ବର୍ତ୍ତମାନ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଆତଙ୍କବାଦୀ ତାଙ୍କର ଏହି ଗସ୍ତରେ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ । ହେଲେ ସେନା କମ୍ବିଂ ଅପରେସନ ଜରିଆରେ ଆତଙ୍କୀ ଷଡଯନ୍ତ୍ର ବିଫଳ କରିବା ସହ ନିପାତ କରିଛି । ଏବେବି ଅନେକ ସ୍ଥାନରେ ସେନା ପକ୍ଷରୁ ଅପରେସନ ଜାରି ରହିଛି । ଅମିସ ଶାହଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।

ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଆଜିଠୁ ଆରମ୍ଭ

ମୁମ୍ବାଇ: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଆଜିଠାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ । ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ, ଅର୍ଥାତ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।

ଗ୍ରାହକମାନଙ୍କୁ ଏହା ସହିତ ୱେଲକମ୍ ଅଫର ବି ମିଳିବ ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ । ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ । ଏହି ଅଫର ଜରିଆରେ ଗ୍ରାହକମାନେ ଅନଲିମିଟେଡ ୫ଜି ଡାଟା, ୧ଜିବିପିଏସ୍‌+ ସ୍ପିଡରେ ପାଇବେ । ବର୍ତ୍ତମାନ ଜିଓ ତାର ୫ଜି ସେବା ପାଇଁ ବେଟା ଟ୍ରାଏଲ୍ସ ବ୍ୟବସ୍ଥା କରିଛି ।

ଏହାର ଅର୍ଥ ସମସ୍ତେ ଜିଓ ୫ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ । ଆପଣ ଯଦି ଉପରୋକ୍ତ ୪ ସହରରେ ରହୁଛନ୍ତି ଓ ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ରହିଛି, ତାହେଲେ ଆପଣଙ୍କୁ ଜିଓ ୫ଜି ୱେଲକମ ଅଫର ମିଳିପାରିବ । କମ୍ପାନୀ ଏଯାଏ କୌଣସି ୫ଜି ପ୍ଲାନ୍ସ ବା ସ୍ବତନ୍ତ୍ର ପ୍ୟାକ୍‌ ସମ୍ପର୍କରେ ଘୋଷଣା କରିନାହିଁ । ତେଣୁ ପ୍ୟାକ୍‌ ଘୋଷଣା ହେବା ଯାଏ ୫ଜି ଫୋନ ରଖିଥିବାର ଜିଓ ବ୍ୟବହାରକାରୀ ମାଗଣାରେ ୫ଜି ନେଟୱର୍କର ଫାଇଦା ପାଇପାରିବେ ।

ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ୨୫ ମୃତ, ୨୧ ଉଦ୍ଧାର

ଡେରାଡୁନ: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ ଥିଲେ ୪୦ରୁ ୫୦ ଜଣ ଯାତ୍ରୀ । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ଦୁର୍ଘଟଣା ଘଟିଥିଲା । ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି SDRF ଟିମ୍‌ ଓ ପୋଲିସ । ୧୨ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ।

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା ।

 

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ହାରିଲା ଭାରତ

ଇନ୍ଦୋର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜର ଶେଷ ମ୍ୟାଚରେ ଭାରତ ୪୯ରନରେ ପରାଜିତ ହୋଇଛି । ଦକ୍ଷିଣ ଆଫ୍ରାକା ଟିମ୍ ୪୯ ରନରେ ଏହି ମ୍ୟାଚ ଜିତିନେଇଛି । ଅବଶ୍ୟ ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ନିଜ ନାଁରେ କରିଛି । ଆଜିର ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ରାଇଲି ରୁସି ନିଜ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ କ୍ୟାରିଅରର ପ୍ରଥମ ଶତକ ମାରିଥିଲେ ।

୪୮ ବଲରେ ସେ ୧୦୦ ରନର ଇନିଂସ ଖେଳିଥିଲେ । ସେହିପରି କ୍ୱିଣ୍ଟନ ଡିକକ ୪୩ ବଲରେ ୬୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ବୋଲର ଦୀପକ ଚହର ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଟିମ୍ ଇଣ୍ଡିଆ ୧୮.୩ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୧୭୮ ରନ୍ କରି ମ୍ୟାଚରେ ପରାଜିତ ହୋଇଛି । ଭାରତ ପାଇଁ ସର୍ବାଧିକ ରନ୍ ଦିନେଶ କାର୍ତ୍ତିକ କରିଥିଲେ । ୨୧ ବଲ୍ ଖେଳି ୪୬ ରନର ପାରି ଖେଳିଥିଲେ ।

ସେହିପରି ଦୀପକ ଚହର ୧୭ ବଲରେ ୩୧ ରନ୍ କରିଥିଲେ । ଆଜିର ମ୍ୟାଚରେ ଭାରତର କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇନଥିଲେ । ଭାରତୀୟ ଦଳକୁ ପ୍ରଥମ ଝଟକା ରୋହିତ ଶର୍ମାଙ୍କ ରୂପରେ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଲାଗିଥିଲା । ରବାଡାଙ୍କ ବଲରେ ରୋହିତ ବୋଲ୍ଡ ଆଉଟ୍ ହୋଇଯାଇଥିଲେ । ଏହାପରେ ଶ୍ରେୟସ ଆୟର ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ ।

୪ଟି ବଲରେ ଏକ ରନ୍ କରି ଆଉଟ୍ ହୋଇଯାଇଥିଲେ । ରିଷଭ ଭଲ ଆରମ୍ଭ କରିଥିଲେ ସତ ହେଲେ ତାକୁ ଜାରି ରଖିପାରିନଥିଲେ । ୧୪ ବଲ୍ ଖେଳି ୨୭ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭଲ ଫର୍ମରେ ଥିବା ସୂର୍ଯ୍ୟକୁମାର ମଧ୍ୟ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ୱେନ ପ୍ରେଟୋରିଅସ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିପରି ପାର୍ଣ୍ଣେଲ, ନିଙ୍ଗଡି ଏବଂ କେଶଭ ମହାରାଜ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ରବାଡା ଗୋଟିଏ ୱିକେଟ୍ ନେଇଥିଲେ ।

ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ବିଜେଡିର ନୂଆ ରାଜ୍ୟସଭା ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ: ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ବିଜେଡିର ନୂଆ ରାଜ୍ୟସଭା ସଦସ୍ୟ । ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ । ସୁଲତା ଦେଓଙ୍କୁ ଶିଳ୍ପ । ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିଛି । ସସ୍ମିତ ପାତ୍ରଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ । ସେହିପରି ପୂର୍ବରୁ ଥିବା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କୁ ରେଳବାଇ, ଅମର ପଟ୍ଟନାୟକଙ୍କୁ ଅର୍ଥ । ସୁଜିତ କୁମାରଙ୍କୁ ଗୃହ, ମୁଜିବୁଲ୍ଲା ଖାନଙ୍କୁ ଶକ୍ତି ଏବଂ ମମତା ମହାନ୍ତଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମିଳିଛି ।