ଭାରତ ଯୋଡୋ ଯାତ୍ରା ବନ୍ଦ କରିବା ପାଇଁ ସରକାର ନୂଆ ଆଇଡିଆ ବାହାର କରିଛନ୍ତି

1 min read

ଚଣ୍ଡିଗଡ଼: ସାରା ବିଶ୍ୱରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଭାରତ ଯୋଡୋ ଯାତ୍ରାକୁ ସ୍ଥଗିତ କରିବା ପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ମଣ୍ଡାଭିୟା କହିଥିଲେ ଯେ ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନ୍ସକୁ କଡ଼ାକଡ଼ି ଭାବେ ପାଳନ କରାଯାଉ, ଯଦି କୋଭିଡ ପ୍ରୋଟୋକଲ ପାଳିବା ସମ୍ଭବ ହେଉନାହିଁ ତେବେ ଭାରତ ଯୋଡୋ ଯାତ୍ରାକୁ ଦେଶହିତରେ ସ୍ଥଗିତ କରାଯାଉ । ଏହାକୁ ନେଇ ଏବେ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଉପରେ ବାକ୍ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି ଏବେ ସରକାର ନୂଆ ଆଇଡିଆ ବାହାର କରିଛନ୍ତି ।

ମୋତେ ଚିଠି ଲେଖିଛନ୍ତି । ଯାତ୍ରା ବନ୍ଦ କର କାରଣ କୋଭିଡ ଆସୁଛି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି । ମାସ୍କ ପିନ୍ଧ, ଯାତ୍ରା ବନ୍ଦ କର, କୋଭିଡ ବ୍ୟାପୁଛି । ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।