ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ବିଦେଶ ଯିବାକୁ ଜ୍ୟାକଲିନଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଉ ଏକ ଝଟକା ଲାଗିଛି । ବିଦେଶ ଯିବା ପାଇଁ ତାଙ୍କୁ ଅନୁମତି ମିଳିନାହିଁ । ଗୁରୁବାର ଦିଲ୍ଲୀର ଏକ କୋର୍ଟ ତଙ୍କାର ସେହି ଆବେଦନକୁ ଖାରଜ କରିଛନ୍ତି ଯେଉଁଥିରେ ସେ ନିଜର ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ବାହାରିନ ଯିବା ପାଇଁ ଅନୁମତି ମାଗିଥିଲେ । ଏହାପରେ ଜ୍ୟାକଲିନ ନିଜ ଆବେଦନ କୋର୍ଟରୁ ପ୍ରତ୍ୟାହର କରିନେଇଛନ୍ତି । ଫର୍ଣ୍ଣାଣ୍ଡିଜ ୨୩ ଡିସେମ୍ବରରୁ ୫ ଜାନୁଆରୀ ପର୍ଯ୍ୟନ୍ତ ବାହାରିନ ଯିବାକୁ ଚାହୁଁଥିଲେ ।

ପ୍ରକାଶଯୋଗ୍ୟ, କୋର୍ଟ ମହାଠକ ସୁକେଶ ଚନ୍ଦ୍ରଶେଖର ଲିପ୍ତଥିବା ୨୦୦ କୋଟି ଟଙ୍କା ଅର୍ଥ ହଡ଼ପ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଯାଚିକା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଙ୍ଗଳବାର ଜବାବ ମାଗିଥିଲେ, ଯେଉଁଥିରେ ସେ ନିଜର ମାଆଙ୍କୁ ଭେଟିବାକୁ ବାହାରିନ ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କୋର୍ଟ ଗତ ୧୫ ନଭେମ୍ବରରେ ଜ୍ୟାକଲିନଙ୍କୁ ନିୟମତି ଜାମିନ ଦେଇ ଦେଇଥିଲେ, ମାମଲାରେ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ । ଇଡି ମାମଲାର ସମ୍ବନ୍ଧରେ ଜେରା ପଇଁ ଅଭିନେତ୍ରୀଙ୍କୁ ଅନେକ ଥର ଡକାଇଥିଲା ।