ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ: ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ । ୨୦୨୦ର ଏକ ମାମଲାର ବିଚାର କରି ଏଭଳି ରାୟ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲା ପୋସ୍କୋ କୋର୍ଟ । ଅଭିଯୋଗ ଅନୁସାରେ ୨୦୨୦ ଜାନୁଆରୀ ୨୬ ତାରିଖରେ ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଗଣେଶ ବେହେରା ଦଳେଇ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ଦେଢ଼ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ।