ଚୀନରୁ ଫେରିଥିବା ବ୍ୟକ୍ତି କରୋନାରେ ସଂକ୍ରମିତ

ଗାନ୍ଧିନଗର: ଚୀନରେ କରୋନାର ପ୍ରକୋପ ବୃଦ୍ଧି ଘଟିବା ପରେ ଭାରତରେ ମଧ୍ୟ ଚିନ୍ତା ବଡ଼ିଯାଇଛି । ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ତାଙ୍କର ସାମ୍ପୁଲକୁ ଗାନ୍ଧିନଗର ଲ୍ୟାବକୁ ଏବେ ଜିନୋମ ସିକ୍ୱୋନ୍ସିଂ ପାଇଁ ପଠାଯାଇଛି । ୩୪ ବର୍ଷୀୟ ବ୍ୟବସାୟୀ ଏକ କାମରେ ଚୀନ ଯାଇଥିଲେ । ୧୯ ଡିସେମ୍ବରରେ ସେ ଭାରତ ଫେରିବା ପରେ ଯାଞ୍ଚରେ ସେ କରୋନା ସଂକ୍ରମିତ ମିଳିଛନ୍ତି ।

ଭାରତରେ ଏପର୍ଯ୍ୟନ୍ତ ସୁଦ୍ଧା ବିଏଫ.୭ ଭାରିଆଣ୍ଟର ୪ଟି ମାମଲା ମିଳିସାରିଛି । ଏଥିମଧ୍ୟରୁ ତିନି ମାମଲା ଗୁଜୁରାଟରୁ ମିଳିଛି । ଅବଶ୍ୟ ଭାରତରେ ଚିହ୍ନଟ ଏହି ଭାରିଆଣ୍ଟର ରୋଗୀଙ୍କଠାରେ ଗମ୍ଭୀର ଲକ୍ଷଣ ପରିଲକ୍ଷିତ ହୋଇନାହିଁ । ବିଏଫ.୭ ଭାରିଆଣ୍ଟକୁ ହିଁ ଚୀନରେ ବର୍ତ୍ତମାନର ଲହର ପାଇଁ ଦାୟୀ କରାଯାଇଛି । ଚୀନରେ ଏହି ଭାରିଆଣ୍ଟ ଭୟଙ୍କର ପ୍ରଳୟ ସୃଷ୍ଟି କରିଛି । ଦ୍ରୁତତାର ସହ ଏହା ବ୍ୟାପୁଛି ଏବଂ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି ।