spot_img
Home Blog Page 3818

ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଲଗାତାର ସେନା ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି । ଗତ କିଛି ଦିନ ହେବ କମ୍ବିଂ ଅପରେସନ କରାଯାଇ ଆତଙ୍କୀମାନଙ୍କୁ ନିପାତ କରାଯାଉଛି । ଏବେ ବି ଆତଙ୍କବାଦ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି । ଗତକାଲି ବିଳିମ୍ବିତ ରାତିରେ ମଧ୍ୟ ଅନନ୍ତନାଗରେ ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ଆସିଥିଲା ।

ଆଜି ସକାଳୁ ସକାଳୁ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଞ୍ଚଳରେ ଏବେବି ଅପରେଶନ ଜାରି ରହିଛି । ତେବେ ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ତଙ୍ଗପାୱାରେ ଆତଙ୍କବାଦୀଙ୍କ ଲୁଚିରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । ତଲାସ ଅଭିଯାନ ସମୟରେ ଆତଙ୍କୀ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା । ରାତିସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏବଂ ସକାଳୁ ଦୁଇ ଆତଙ୍କୀଙ୍କୁ ସେନା ମାରି ଗଡ଼ାଇଛି ।

ଆଜିଠୁ ଆରମ୍ଭ ଧର୍ମର ମାସ କାର୍ତ୍ତିକ, ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ପବିତ୍ର ମହାକାର୍ତ୍ତିକ ବ୍ରତ । ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି । ସଙ୍କଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ଶିବିର ଉଦଘାଟନ କରିବେ । ବିଭିନ୍ନ ଜିଲ୍ଲାରୁ ୨ ହଜାର ୯୩୫ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିଛନ୍ତି ହବିଷ୍ୟାଳି ।

ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧ ହଜାର ୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ମାଗଣାରେ ରହଣି ସହିତ ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳକୁ ଗୁରୁତ୍ବ ଦିଆଯାଇଛି ।

କୁମାର ପୂର୍ଣ୍ଣିମାରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ଗଞ୍ଜାମ: କୁମାର ପୂର୍ଣ୍ଣିମାରେ ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ଆସିକାର ଅଶୋକା ସିନେମା ହଲ ଛକ ନିକଟ ଚୌଧୂରୀ ନିବାସରେ ଘଟିଛି ହତ୍ୟାକାଣ୍ଡ । ମୃତକ ମହିଳା ହେଲେ ଲକ୍ଷ୍ମୀପ୍ରିୟା ମିଶ୍ର । ଗତ କିଛିଦିନ ହେଲା ସେ ତାଙ୍କ ପୁଅ ସହ ଚୌଧୂରୀ ନିବାସରେ ଭଡ଼ାରେ ରହୁଥିଲେ । ସଂଧ୍ୟାରେ ପୁଅ କୌଣସି କାମ ପାଇଁ ବାହାରକୁ ଯାଇଥିଲେ ।

ତେବେ ଘରକୁ ଫେରିବା ପରେ ମା’ଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାକୁ ଖବର ଦେବା ପରେ ଆସିକା ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଜହ୍ନର ତୋଫା ଆଲୁଅ ତଳେ ପ୍ରକୃତିକୁ ଉପଭୋଗ କରୁଛନ୍ତି ନବୀନ

ନନ୍ଦିଘୋଷ ବ୍ୟୁରୋ:  ଆକାଶରେ ଉଇଁଛି ପୁନେଇ ଜହ୍ନ  । ମାଟିରେ ହସୁଛି ତରୁ ଠାରୁ ଲତା  । ପ୍ରକୃତିର ଏଭଳି ଅପରୂପ ମୂହୂର୍ତ୍ତରେ ପ୍ରାଣଭରି ଉପଭୋଗ  । ପ୍ରକୃତିକୁ ସର୍ବଦା ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି  ।   ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଆରା ବ୍ୟକ୍ତିତ୍ୱ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟି ଆସିଛି।

ବିଶେଷକରି ପ୍ରକୃତିପ୍ରେମୀ ଭାବେ ନବୀନ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଚର୍ଚ୍ଚା ସାଉଁଟିଛି। ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି।

ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ସାଙ୍ଗରେ ଅଛନ୍ତି ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ  । ଜହ୍ନର ତୋଫା ଆଲୁଅ ତଳେ ନବୀନ ପ୍ରକୃତିକୁ ଉପଭୋଗ କରୁଛନ୍ତି  । ବେଶ ଖୁସି ଓ ଆନନ୍ଦ ଅନୁଭବ ହେଉଛନ୍ତି  ।  ଏପରି ଉପଭୋଗ କରୁଥିବାର ଦୃଶ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ବେଶ୍‌‌ ପ୍ରଶଂସା କରିଛନ୍ତି।

ରମେଶ ଚ୍ୟାଉପଟ୍ଟନାୟକ, ପ୍ରଶନ୍ନ ପାଟଶାଣୀଙ୍କୁ ଯୋଜନା ବୋର୍ଡ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ମିଳିଛି ବଡ଼ ଦାୟିତ୍ୱ  । ଭୁବନେଶ୍ୱରର ପୂର୍ବତନ ସାସଂଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ପାଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର  । ସେହିପରି ଗଞ୍ଜାମର ବରିଷ୍ଠ ନେତା ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ  ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ହୋଇଛନ୍ତି ଯୋଜନା ବୋର୍ଡ ସଦସ୍ୟ ହୋଇଛନ୍ତି ।

ସେହିପରି ସାଧୁ ନେପାକଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ହୋଇଛନ୍ତି ରଘୁନାଥ ନାଇଡୁ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ହୋଇଛନ୍ତି ତୁମ୍ବନାଥ ପଣ୍ଡା । ସାରଦା ଜେନା ଜଗତସିଂହପୁର ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଭାବେ ନିଯୁକ୍ତ ହୋଇଛନ୍ତି । ମୟୂରଭଞ୍ଜ ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଭାବେ ଜିତେନ୍ଦ୍ର ମହାନ୍ତି ହୋଇଛନ୍ତି  ।

 

ଲେନିନ୍ OTDC ଅଧ୍ୟକ୍ଷ, ପ୍ରଦୀପ ମାଝିଙ୍କୁ SDC ପରାମର୍ଶଦାତା ଦାୟିତ୍ୱ

ଭୁବନେଶ୍ୱର:  ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କଲେ ରାଜ୍ୟ ସରକାର  ।  ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି  ।
କଳିକେଶ ସିଂଦେଓ ହେଲେ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ,  ପ୍ରଭାତ ମିଶ୍ର ହେଲେ ଅପିକଲ୍‌ର ଅଧ୍ୟକ୍ଷ, ଡି. ବିଶ୍ବନାଥ ହେଲେ ଓଆରଏଚ୍‌ଡିସି ଅଧ୍ୟକ୍ଷ ହୋଇଛନ୍ତି, ସେହିପରି ଲେନିନ ମହାନ୍ତି ହୋଇଛନ୍ତି ଓଟିଡିସି ଅଧ୍ୟକ୍ଷ  ।

ପୂର୍ବପରି କୁନା ତ୍ରିପାଠୀ  ଓଏଫଡିସି ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି  । ଅନ୍ୟପକ୍ଷରେ ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁ  ହୋଇଛନ୍ତି ଓଏସଆଇସି ଅଧ୍ୟକ୍ଷ ହୋଇଛନ୍ତି  ।  ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ, ମିନତି ବେହେରା: ମହିଳା କମିଶନ ଅଧ୍ୟକ୍ଷା, ପ୍ରଦୀପ ମାଝି: ଏସଡିସି ପରାମର୍ଶଦାତା କରିଛନ୍ତି ରାଜ୍ୟ ସରକାର  ।

ସେହିଭଳି ସୁମିତ୍ରା ଜେନା ମହିଳା ଓ ଶିଶୁ ବିକାଶ ଭାବେ ଉପଦେଷ୍ଟା ଭାବେ , ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀଙ୍କୁ, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ସୁବାସ ମହାରଣାଙ୍କୁ, ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ଭାବେ ବିଜୟ ନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଶ୍ରୀମୟୀ ମିଶ୍ର OB & OCWW ଅଧ୍ୟକ୍ଷ ହୋଇଛନ୍ତି । ସଂଗ୍ରାମ ପାଇକରାୟ ଖଦି ଓ କୁଟୀର ଶିଳ୍ପ ବୋର୍ଡ ଅଧ୍ୟକ୍ଷ,ସୁରେନ୍ଦ୍ର ପ୍ରଧାନ ରାଜ୍ୟ କୃଷି ବିପଣନ ପରିଷଦ ଉପଦେଷ୍ଟା, କୁନା ବିହାରୀ ଦାସ ରାଜ୍ୟ ଯୁବ ମଙ୍ଗଳ ପରିଷଦ ଅଧ୍ୟକ୍ଷ ଓ ସନ୍ତୋଷ ବେଜ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।

ଓଡିଆ “ପ୍ରେମରେ ରିସ୍କ ହେଲା ମୋତେ ଇସ୍କ”ର ଶୁଭମୁକ୍ତି

ନୟାଗଡ଼: ଓଡଗାଁ କଲ୍ୟାଣମଣ୍ଡପରେ ଓଡ଼ିଆ ସିନେମା “ପ୍ରେମରେ ରିସ୍କ ହେଲା ମତେ ଇସ୍କ” ମୁକ୍ତିଲାଭ କରି ଦର୍ଶକାଦୃତ ହୋଇଛି। ସିଙ୍ଗଲ୍ ସ୍କ୍ରିନ୍ କି ମଲ୍ଟିପ୍ଲେକ୍ସ ନୁହେଁ ସରକାରୀ କଲ୍ୟାଣମଣ୍ଡପରେ ଚାଲିଛି ସିନେମା। ୭ଦିନ ପାଇଁ ଟିକଟ ବି ସବୁ ବିକ୍ରି ସରିଛି ।ସିନେମା ମୁକ୍ତିଲାଭ କରିଛି ଖୋଦ୍ ପ୍ରଯୋଜକଙ୍କ ନିଜ ଗାଁ ଓଡଗାଁରେ।ଆଗରୁ ବାବୁଶାନ୍ ଙ୍କ ଅଭିନୀତ ଓ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନ ର ପ୍ରଯୋଜକ ପ୍ରଥମେ ରଜ ଓ ପରେ ଦଶହରା ରେ ମୁକ୍ତିଲାଭ ପାଇଁ ଘୋଷଣା ପରେ ବି ସିଣ୍ଡିକେଟ୍ ଓ କୈଣସି ବିତରକ ହଲ୍ ନ‌ ଦେବାରୁ ସିନେମା ପ୍ରେକ୍ଷାଳୟକୁ ଆସିପାରି ନଥିଲା।

ୟୁ ଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ | ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା | ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି‌ ଓ‌ ଚିତ୍ରୋତ୍ତଳନ କରିଛନ୍ତି ନରେନ୍ଦ୍ର ଗୈ।ଡ ।

କ୍ରିଷ୍ଣା ବେଉରା, ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି | ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, ବିଜୟ ବଳ,କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଶିଶୁ କଳାକାର ଭାବେ ଆଲିଆ, ତାପସ ଓ ଆୟୁଷ ଦମଦାର ଅଭିନୟ କରିଛନ୍ତି |

ଆପ୍ ମନ୍ତ୍ରୀଙ୍କ ଇସ୍ତଫା, ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରର ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ, ଯେଉଁଠି ଲୋକେ ହିନ୍ଦୁ ଦେବାଦେବୀଙ୍କ ବହିଷ୍କାର କରିବାର ଶପଥ ନେଇଥିଲେ । ଏହାକୁ ନେଇ ବିଜେପି ଆପ୍‌ ସରକାରକୁ ଟାର୍ଗେଟ୍ କରି ଆସୁଥିଲା ।
ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ସହିତ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ସେ କହିଛନ୍ତି ଯେ ଘଟଣା ପରେ ମୋତେ ଏବଂ ମୋ ପରିବାରକୁ ଧମକ ମିଳୁଛି ଦେଉଛନ୍ତି । ମୁଁ ପାର୍ଟିର ଜଣେ ସିପାହୀ । ମୁଁ ନିଜ ସମାଜର ହକ୍‌ର ଲଢେଇ ପାଇଁ ଆଗାମୀ ସମୟରେ ବି ଲଢେଇ କରିବି । ମୁଁ ଚାହେଁ ନାହିଁ ମୋ କାରଣରୁ ପାର୍ଟିର ଛବି ମଳିନ ପଡୁ । ଗତ କିଛି ବର୍ଷରେ ଦେଖୁଛି ମୋ ସମାଜର ଭଉଣୀ-ଝିଅଙ୍କ ଦୁଷ୍କର୍ମ ସହ ସେମାନଙ୍କର ହତ୍ୟା କରାଯାଉଛି ।

କେଉଁଠି ନିଶ ରଖିଲେ ହତ୍ୟା କରାଯାଉଛି ତ ଆଉ କେଉଁଠି ମନ୍ଦିର ପ୍ରବେଶ କଲେ ଅପମାନ ସହ ମାଡ ମରାଯାଉଛି । ଏପରିକି ମାଠିଆ ଛୁଇଁ ଦେଲେ ମାରି ଦିଆଯାଉଛି । ଘୋଡାରେ ବରଯାତ୍ରୀ ବାହାର କଲେ ଆକ୍ରମଣ କରାଯାଉଛି । ଏମିତି ଜାତିଗତ ଭେଦଭାବ ଘଟଣାରେ ମୋ ହୃଦୟକୁ ବହୁତ ଆଘାତ ପହଞ୍ଚିଛି ବୋଲି ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ।

ଅର୍ଚ୍ଚନାଙ୍କ ଟ୍ରାଞ୍ଜାକସନ ଜଣିବାକୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା । ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବ୍ୟକ୍ତିଗତ ଫଟୋ ରଖି ବିଭିନ୍ନ ଲୋକଙ୍କୁ ବ୍ଲାକମେଲ କରୁଥିଲା ଅର୍ଚ୍ଚନା । ଖଣ୍ଡଗିରି ଥାନାରେ ଜଣେ ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଚାଲିଛି । ଅର୍ଚ୍ଚନାଙ୍କ ନିକଟରୁ ଫୋନ, ଟାବଲେଟ୍, ଲ୍ୟାପଟପ, ପେନଡ୍ରାଇଭ, ପାସବୁକ ଜବତ ହୋଇଛି । ସମସ୍ତ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଏଫଏସଏଲକୁ ପଠାଯାଇଛି ।

୫ବର୍ଷର ଟ୍ରାଞ୍ଜାକସନ ସଂପର୍କରେ ଜାଣିବାକୁ RBIକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଅର୍ଚ୍ଚନାଙ୍କ ନାଁରେ ଥିବା କମ୍ପାନୀ ବିଷୟରେ ଜାଣିବାକୁ ଉଦ୍ୟମ କରାଯାଉଛି । ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ନୋଟିସ ହୋଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ପଚରାଉଚରା କରାଯାଇନି । ତାଙ୍କ ସଂପତ୍ତିର ଖୋଳତାଡ଼ ଜାରିରହିଛି । ଭୂ-ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଡିସିପି ।

ଫୁଟବଲ ଖେଳୁଥିଲେ, ଚାଲିଗଲା ୨ ଜଣଙ୍କ ଜୀବନ

ସୁନ୍ଦରଗଡ଼: ଅଚାନକ ମାଡ଼ି ଆସିଲା ମୃତ୍ୟୁ  ।  ଫୁଟବଲ ଖେଳ ବେଳେ ଆକାଶରୁ ଗଳିଲା ବଜ୍ରପାତ  । ପଡ଼ିଆରେ ଖେଳୁଥିବାବେଳେ ବଜ୍ରାପାତ ଘଟିଲା  । କେହି କିଛି ବୁଝିବା ଆଗରୁ  ଟଳିପଡ଼ିଲେ ଖେଳାଳି  । ଏମିତି ଏକ ଅସହଜ ଏବଂ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଗ୍ରାମରେ  ।

ବନେଇଲତା ଫୁଟବଲ ପଡ଼ିଆରେ ଖେଳୁଥିବାବେଳେ ବଜ୍ରାପାତ ଘଟିଥିଲା  । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି  । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବାବେଳେ ଗୁରୁତରଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର ଆହତ ଭର୍ତ୍ତି କରାଯାଇଛି  ।