କାର୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ଆହତ

ମୈସୁର: କର୍ଣ୍ଣାଟକର ମୈସୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀଙ୍କ କାର୍ ଦୁର୍ଘଟଣାଗସ୍ତ ହୋଇଛି । ସୂନଚା ମୁତାବିକ, କାରରେ ପ୍ରହ୍ଲାଦ ମୋଦୀଙ୍କ ସହ ତାଙ୍କ ପୁଅ ଓ ବୋହୂ ମଧ୍ୟ ଥିଲେ । ତିନି ଜଣଙ୍କୁ ଗଭୀର ଆଘାତ ଲାଗିଛି । ଏହି ଦୁର୍ଘଟଣା ମୈସୁରର କଡ଼ାକୋଲା ପାଖରେ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରହ୍ଲାଦ ମୋଦୀ ନିଜ ମର୍ସିଡିଜ ବେଞ୍ଜ କାରରେ ବେଙ୍ଗାଲୁରୁ ରୁ ବନ୍ଦିପୁର ଅଭିମୁଖେ ଯାଉଥିଲେ ।

କାରରେ ପ୍ରହ୍ଲାଦଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ମଧ୍ୟ ତାଙ୍କ ସହ ଥିଲେ । ଦୁର୍ଘଟଣାରେ ପ୍ରହ୍ଲାଦ, ତାଙ୍କ ବୋହୂ ଓ ନାତି ଗଭୀର ଭାବେ ଆହତ ହୋଇଛନ୍ତି । ପତ୍ନୀ, ପୁଅ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ମୈସୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ମୈସୁରର ଜେଏସଏସ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏବେ ସମସ୍ତେ ସୁସ୍ଥ ଥିବା ସୂଚନା । ପ୍ରକାଶଯୋଗ୍ୟ, ପ୍ରହ୍ଲାଦ ମୋଦୀ ଫେୟାରପ୍ରାଇସ୍ ସପ୍ସ ଆଣ୍ଡ କିରୋସିନ ଲାଇସେନ୍ସ ହୋଲ୍ଡର ଆସୋସିଏସନର ମୁଖ୍ୟ ଅଛନ୍ତି ।