ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ବରଗଡ଼ରେ ଆଜିଠୁ କଂସଙ୍କ ରାଜୁତି

ବରଗଡ଼: କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧୁନଯାତ୍ରା । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର । ଚାଲିଛି ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ । ଦେବବାଣୀରେ କମ୍ପୁଛି ମଥୁରାପୁରୀ । ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିବେ । ସିମହାସନ ଆରୋହଣ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିବେ କ୍ରୂର କଂସ । ଏହି ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି ।

ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମୁଛି ବରଗଡ଼ ସହର । ଚଳିତବର୍ଷ ଧନୁଯାତ୍ରାର 75 ତମ ବର୍ଷ ପୂର୍ତ୍ତିରେ ପ୍ଲାଟିନମ ଜୟନ୍ତୀ ପାଳନ ହେଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, 6 ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ 19 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।