ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ; ୧୭ ପ୍ରସ୍ତାବ ଉପରେ ବାଜିଲା ମୋହର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ବଢ଼ିଲା ଅବଧି । ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ଉଡ଼ିବ ବିମାନ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ OSCRGPP ।

ଏହା ହେଉଛି ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ ମିଳିଛି । ଏଥିସହ MSME ଶିଳ୍ପ ପାଇଁ ଆସିଲା ନୂଆ ନୀତି । କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥାକୁ ଅନୁମୋଦନ ମିଳିଛି । ମହିଳା SHGଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ ହୋଇଛି ।

ଏଥିସହ ଆସିବ ଯୁକ୍ତ ଦୁଇ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି । RSPର ୧୯ବର୍ଷର ବକେୟା ଜଳ ବିଲ୍ ଉପରେ ସୁଧ ଛାଡ଼ ହୋଇଛି । ୧୯୯୪ ସେପ୍ଟେମ୍ବର ୨୬ରୁ ୨୦୧୩ ମାର୍ଚ୍ଚ ୩୧ଯାଏ ଛାଡ଼ ହେବ ଏଥିସହ ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍ । ଅନୁଗୁଳ ଜିଲ୍ଲାରେ ୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରି ମିଳିଛି । ୧୬୮୭ଟି ସ୍ଥାନରେ BSNLକୁ ୨ହଜାର ବର୍ଗଫୁଟର ୩୦ବର୍ଷୀୟା ଲିଜ୍ ଦିଆଯାଇଛି । ଲିଜ୍ ବାବଦରେ ବର୍ଷକୁ ୧ଟଙ୍କାର ଟୋକନ ମନି ଦେବ BSNL । ଏହାଦ୍ୱାରା ଉପକୃତ ହେବେ ୧୭୯୨ଟି ଅପହଞ୍ଚ ଗାଁର ଲୋକେ ।