ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ବରରୁ ୩ଦେଶକୁ ଉଡ଼ିବ ବିମାନ । ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ମିଳିବ ଆନ୍ତର୍ଜାତିକ ବିମାନ ସେବା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବାଜିଛି ମୋହର । ଏହି ସବୁ ସହରକୁ ବିମାନ ଚଳାଚଳ ପାଇଁ ଆବେଦନ କରିଛି ଇଣ୍ଡିଗୋ କମ୍ପାନୀ। ସପ୍ତାହକୁ ୩ଟି ଓ ୨ଟି ବିମାନ ଚଳାଚଳ କରିବ । ଏହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଦୁବାଇ ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ଭୁବନେଶ୍ବରରୁ ସିଧାସଳଖ ୩ ଆନ୍ତର୍ଜାତିକ ସହରକୁ ବିମାନ ଉଡ଼ାଣ ନେଇ ପ୍ରତିଶ୍ରୁତି ଦେଇଥିଲେ ।