spot_img
Home Blog Page 3796

ଆସନ୍ତା ୨୦ରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ବଢୁଛି ବାତ୍ୟା ଆଶଙ୍କା । ଆସନ୍ତା ୨୦ ତାରିଖରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ୨୧ରୁ ଫନି ଗତିପଥରେ ହେବ ଉପକୂଳମୁହାଁ । ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଯେକୌଣସି ସ୍ଥାନରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଅଧିକାଂଶ ମଡେଲ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି ।

Cyclone Asani Weaken Sea Situation Of Paradeep

ପୁରୀ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ NAVGM ବା ନ୍ୟାଭି ଗ୍ଲୋବାଲ ଏନଭାଇରନମେଣ୍ଟାଲ ମଡେଲ ଏବଂ ଆମେରିକାନ ମଡେଲ ଜିଏଫଏସ ଆକଳନ କରିଛନ୍ତି । ୟୁକେ ମେଟ ଏବଂ ECMWFର ଆକଳନ ଅନୁସାରେ, ୨୬ ତାରିଖ ସକାଳେ ବାଲେଶ୍ବର-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବାତ୍ୟା ।

ଆଇଏମଡିର ଆକଳନ ଅନୁସାରେ ୨୦ତାରିଖରେ ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଓ୍ବାଲମାର୍କ ଲୋ ପ୍ରେସରରେ ପରିଣତ ହେବ। ପରେ ଅବପାତ ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଛି । ବାତ୍ୟା ହେବ କି ନାହିଁ ୨୦ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ । ତେବେ ଓଡ଼ିଶାରେ କେବେ ଠାରୁ ଏବଂ କେତେ ବର୍ଷା କିମ୍ବା ପବନ ହେବ, ସେନେଇ ଆକଳନ ହୋଇନାହିଁ ।

ବଲାଙ୍ଗୀରରେ ବାଲି ମାଫିଆଙ୍କ ରାଜ୍, ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବାଲି ମାଫିଆଙ୍କ ରାଜ୍ । ଚୋରା ବାଲି ଗାଡ଼ି ଅଟକ ରଖିବାରୁ ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ମାଡ଼ ମାରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଲେ ମାଫିଆ । ଗତକାଲି ବିଳମ୍ବିତ ରାତିରେ ଲାନ୍ଥନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲେ ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆଗଲପୁର ଆରଆଇ ଶୁସାନ୍ତ ପଟେଲ ।

ମଧ୍ୟରାତ୍ରିରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରି ଆଗଲପୁରରେ ପହଞ୍ଚିଥିଲା ଟିମ୍ । ଟ୍ରାକ୍ଟରକୁ ଜବତ କରିବାବେଳେ ଅତିରିକ୍ତ ତହସିଲଦାର, ଆରଆଇ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ହିମାଂଶୁ ବାଗ ଓ ତାର ୮ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ।

ଖବର ପାଇ ଆଗଲପୁର ଫାଣ୍ଡି ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏନେଇ ଲୋଇସିଂହା ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାକୁ ନିନ୍ଦା କରିଛି ଜିଲ୍ଲା OASସଂଘ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆସନ୍ତାକାଲି କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ । ମାମଲାରେ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଟି-ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ଦିନରେ ପୁଣି ବିପର୍ଯ୍ୟୟ, ଓ୍ବେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇଲା ସ୍କଟଲାଣ୍ଡ

କାନବେରା: ଟି-ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ଦିନରେ ପୁଣି ବିପର୍ଯ୍ୟୟ । ଓ୍ବେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇଲା ସ୍କଟଲାଣ୍ଡ । ବିଶ୍ବକପରେ ଆଜି ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ୍ ଓ ସ୍କଟଲାଣ୍ଡ । ଓ୍ବେଷ୍ଟଇଣ୍ଡିଜ ଟସ ଜିତି ସ୍କଟଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସ୍କଟଲାଣ୍ଡ ୧୬୦ ରନ କରିଥିଲା । ୧୬୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍ ୧୮ ଓଭର ୩ ଟି ବଲ ଖେଳି ୧୧୮ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା ।

ସେହିପରି ଦ୍ବିତୀୟ ମ୍ୟାଚରେ ଆୟାରଲ୍ୟାଣ୍ଡ ଠାରୁ ୩୧ ରନରେ ବିଜୟ ହାସଲ କରିଛି ଜିମ୍ବାଓ୍ବେ । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୧୭୪ ରନ କରିଥିବାବେଳେ ଆୟାର୍ଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୧୪୩ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆସନ୍ତାକାଲି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ନାମିବ୍ୟା ଓ ନେଦରଲ୍ୟାଣ୍ତସ୍ ମଧ୍ୟରେ ହେବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ ଶ୍ରୀଲଙ୍କା ଓ ୟୁଏଇ ମଧ୍ୟରେ ଖେଳାଯିବ ।

ଓଡିଶାର ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହେବାକୁ ନିମନ୍ତ୍ରଣ, ଭାରତ ବାୟୋଟେକ-ମାଇକ୍ରୋସଫ୍ଟ ବୈଠକରେ ସାମିଲ

ଭୁବନେଶ୍ବର:“ଆମେ ନୂତନ ସମ୍ପର୍କ ଗଢିବାକୁ ଏବଂ ଆପଣଙ୍କ ସମସ୍ତଙ୍କ ସହ ଆମର ପୁରୁଣା ସମ୍ପର୍କକୁ ଦୃଢ କରିବାକୁ ଚାହୁଁଛୁ। ଆମେ ଚାହୁଁଛୁ ଆପଣ ସମସ୍ତେ ଓଡିଶାର ଅଦ୍ଭୁତ ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହୁଅନ୍ତୁ । ଏହି ବର୍ଷର ଇଭେଣ୍ଟ ଦୃଷ୍ଟିକୋଣରେ ଅଧିକ ଏବଂ ଏହାର ଫଳାଫଳରେ ଏକ ସଫଳତା ନିଶ୍ଚିତ କରିବାକୁ ଆମେ ଆପଣଙ୍କର ସମର୍ଥନ ଏବଂ ସହଯୋଗ ଆବଶ୍ୟକ କରୁ। ”ଆଜି ହାଇଦ୍ରାବାଦ ନିବେଶକ ବୈଠକରେ ବରିଷ୍ଠ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶା, FICCI- ନ୍ୟାସନାଲ ଇଣ୍ଡଷ୍ଟ୍ରି ପାର୍ଟନର ଫର ମେକ୍ ଇନ୍ ଓଡିଶା କନକ୍ଲେଭର ସହଯୋଗରେ ଆଜି ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର୍ସ ମିଟ୍ ଆୟୋଜନ କରିଛି | ମୁମ୍ବାଇ ଏବଂ ବାଙ୍ଗାଲୋରରେ ସଫଳ ରୋଡ୍ ସୋ ପରେ ହାଇଦ୍ରାବାଦରେ ଆଜି ମଧ୍ୟ ସମାନ ଫଳପ୍ରଦ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪୦ଟି ବୈଠକରେ ୩୫୦ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ। ଅତିଥିମାନଙ୍କୁ ଓଡିଶାରେ ନିବେଶ କରିବାକୁ ଉତ୍ସାହିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯେତେବେଳେ ଆମେ ଶିଳ୍ପାୟନର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ଏବଂ ଟେକ୍ନୋଲୋଜିର ଅଗ୍ରଗତି ଏବଂ ସ୍ଥିରତାର ଦର୍ଶନ ଦ୍ୱାରା ଆମକୁ ସରକାର, ଶିଳ୍ପ ଏବଂ ମିଳିତ ସହଯୋଗ ଆବଶ୍ୟକ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବରେ ଜାତୀୟ ହାରଠାରୁ ବୃଦ୍ଧି ପାଇଛି।

ଭରପୁର ପ୍ରାକୃତିକ ସମ୍ପଦର ଭଣ୍ଡାର ଏବଂ ରଣନୀତି ଯୋଗୁଁ ଆମେ ଭାରତର ଏକ ପ୍ରମୁଖ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଶୀଘ୍ର ଉଦୀୟମାନ ହେଉଛୁ | ଓଡିଶାର ପ୍ରଚୁର ପ୍ରାକୃତିକ ସମ୍ପଦ, କୁଶଳୀ ଏବଂ ଉତ୍ପାଦନକାରୀ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଦୃଢ ଆଧାରିତ ଶାସନ ଏକ ନିଆରା ଇକୋସିଷ୍ଟମ ଯୋଗାଏ । ଜୀବନ୍ତ ଉତ୍ପାଦନ ପୁଞ୍ଜି ବିନିଯୋଗରେ ଆଜି ଓଡିଶା ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି ଏବଂ ଭାରତ ସରକାରଙ୍କ ଦ୍ବାରା ବ୍ୟବସାୟିକ ମୂଲ୍ୟାୟନ କରିବା ସହଜରେ ପ୍ରକାଶ ପାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, “ମେକ ଇନ୍ ଓଡିଶା କନକ୍ଲେଭ’’୨୦୨୨ରେ ବ୍ୟବସାୟିକ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ, ଷ୍ଟାର୍ଟ ଅପ୍ ଅଧିବେଶନ ଏବଂ ମହିଳା ଉଦ୍ୟୋଗୀ ଅଧିବେଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ନିଶ୍ଚିତ ରୁପେ ନିବେଶକଙ୍କୁ ଉତ୍ସାହିତ କରିବ । ସେହିପରି ଭୁବନେଶ୍ୱରରେ ଆମେ ଓଡିଶା ଷ୍ଟାର୍ଟ ଅପ୍ ହବ୍ (ଓ-ହବ୍) ପ୍ରତିଷ୍ଠା କରିଛୁ ଯାହା ରାଜ୍ୟକୁ ଏକ ବିଶ୍ୱ ସ୍ତରୀୟ ଇନକ୍ୟୁବେସନ ଏବଂ ସହ-କାର୍ଯ୍ୟ ସୁବିଧା ଯୋଗାଇବ।

 

ଓଡ଼ିଶାକୁ ମିଳୁଛି ପୁଳାପୁଳା ପ୍ରତିଶ୍ରୁତି, ନିଜାମ ସହରରୁ ଆସିବ ନିବେଶ

ହାଇଦ୍ରାବାଦ: ନିବେଶ ଆସିବ ବିକାଶ ହେବ ଆହୁରି ଦ୍ରୁତ । ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ସାରା ଦିନ ବିଶିଷ୍ଟ କର୍ପୋରେଟ ହାଉସ ଲିଡରଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ୫ ଘଣ୍ଟାରେ ତିନିଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପ ପାଇଁ ଥିବା ବ୍ୟାପକ ସୁଯୋଗ ଓ ସମ୍ଭାବନା ବାବଦରେ ବୁଝାଇଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ଆଇଟି ଓ ଆଇଟିଇଏସ୍, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସଡିଏମ୍ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ ପ୍ରଭୃତି ସେକ୍ଟର ରହିଛି । ସ୍ଥିର ସରକାର ଓ ଉନ୍ନତ ଭିତ୍ତଭୂମି ଯୋଗୁଁ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଦେଶବିଦେଶର ବଡ଼ କମ୍ପାନୀଙ୍କ ପ୍ରତିଶ୍ରୁତି ମିଳୁଛି । ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

 

ନିଜାମ ସହରରେ ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନୀ ନିଜ ନିଜର ପ୍ରେଜେଣ୍ଟେସନ ରଖିଛନ୍ତି । ହେଲଥକେୟାର ଓ ଫାର୍ମାସିଉଟିକାଲସ କ୍ଷେତ୍ରରେ ଆପୋଲୋ ହସ୍ପିଟାଲର ଏମଡି ଅନିନ୍ଦିଥ ରେଡ଼୍ଡ଼ୀ, କିମ୍ସ ହାଇଦ୍ରାବାଦର ଏମ୍ଡ଼ି ବି. ଭାସ୍କର ରାଓ, ଏସ୍ଏମ୍ଏସ ଫାର୍ମାର ଅଧ୍ୟକ୍ଷ ରମେଶ ବାବୁ, ବିବିଏମ୍ ବୋମିଦଲ୍ଲା ଗ୍ରୁପର ରାଜା ଭି ବୋମିଦଲ୍ଲା, ଲଉରସ୍ ଲାବର ସିଇଓ ସତ୍ୟନାରାୟଣ ଚଭା ଏବଂ ହାଇଦ୍ରାବାଦ ଏଞ୍ଜେଲସର ଉପାଧ୍ୟକ୍ଷ ରାଜେଶ ମାନ୍ଥେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଞ୍ଜିନିବେଶ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସେହିପରି ଆଇଟି ଓ ଆଇଟିଇଏସ କ୍ଷେତ୍ରରେ ମାଇକ୍ରୋସଫ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଆରୋନ କ୍ୟାପିଟାଲ ଏମଡି ଡେଭିଡ ଓଲ୍ଫ, ଚୁବ୍ କମ୍ପାନୀର ସିଏଫ୍ଓ ଶ୍ରୀକାନ୍ତ ଲାଙ୍କା, ଓରାକଲ୍ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର, କ୍ରେନ ଗ୍ଲୋବାଲ ସଲ୍ୟୁସନର ନିର୍ଦ୍ଦେଶକ କେ. ରାଘବ ରାମ, କ୍ବାଲକମ୍ ନିର୍ଦ୍ଦେଶକ ଚନ୍ଦ୍ରଶେଖର କୁମିଲି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି ।

 

ଏତିକିରେ ସରିନି ସାକ୍ଷାତ ପର୍ବ । ତାଲିକାରେ ଅଛନ୍ତି, ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା, ଡେଲଏଟ ଏମ୍ଡି ଏନ୍.ଭେଙ୍କଟରମଣ, ପିଡବ୍ଲୁସିର ଆଡଭାଇଜର ଅର୍ଣ୍ଣବ ବସୁ, ବିଜୟନଗର ବାୟୋଟେକ୍ ଏମଡି ଡି ଭି ରାଜୁ । ସେହିପରି ମେଟାଲ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ନେପଚୁନସ୍ ବିଲ୍ଡରର ଏମଡି ଏମଭି ରମନା, ସୃଷ୍ଟି କନ୍ଟେକର ସିଇଓ ରାଜଶେଖର ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସିମେଣ୍ଟ କାରଖାନା ପାଇଁ ତୋଷାଳୀ ସିମେଣ୍ଟ ସିଏମଡି ଏମଏସଆରଭି ପ୍ରସାଦ, ମହାସିମେଣ୍ଟର ଅଧ୍ୟକ୍ଷ ରାମେଶ୍ବର ରାଓଙ୍କ ସହ ମଧ୍ୟ ନବୀନ ଆଲୋଚନା କରିଛନ୍ତି। ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼  । ଦେଶର ନୂତନ CJI ଭାବେ ନିଯୁକ୍ତ ହେଲେ ଦିଲ୍ଲୀର ଜଷ୍ଟିସ ଚନ୍ଦ୍ରଚୂଡ  ।ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ନଭେମ୍ବର ୯ ରୁ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼  ।  ଦେଶର ୫୦ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଚନ୍ଦ୍ରଚୁଡ  । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ସିଜେଆଇ ୟୁୟୁ ଲଲିତ ଅବସର ନେବାର ଦିନକ ପରେ ନଭେମ୍ବର ୯ରେ ଜଷ୍ଟିସ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଆଗାମୀ ଦୁଇ ବର୍ଷ ଯାଏଁ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ସମୟ ରହିବ । ମୁଖ୍ୟ ବିଚାରପତି ଲଲିତଙ୍କ କାର୍ଯ୍ୟକାଳ ଆହୁରି ୭୪ଦିନ ରହିଛି । ଡି ୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି ୟୁୟୁ ଲଲିତ ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ୟଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦେଶର ୧୬ତମ ସିଜେଆଇ ଥିଲେ । ୨୨ ଫେବୃଆରୀ ୧୯୭୮ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଅର୍ଥାତ ୭ ବର୍ଷ ପର୍ଯ୍ୟନ୍ତ ଦେଶର ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇଥିଲେ ବିଷ୍ଣୁ ଚନ୍ଦ୍ରଚୂଡ ।

ହାଇଦ୍ରାବାଦରେ ୫ ଘଣ୍ଟାରେ ୩୭ ବିଜନେସ ଟାଇକୁନଙ୍କ ସହ ୱାନ ଟୁ ୱାନ, ଦେଖନ୍ତୁ…

ହାଇଦ୍ରାବାଦ: ନିଜାମ ସହରରେ ଉଦ୍ଦ୍ୟୋଗପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର  ।

ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର  ।

ପୁଞ୍ଜି ନିବେଶର ମିଳିଛି ପୁଳା ପୁଳା ପ୍ରତିଶ୍ରୁତି  ।

ନନଷ୍ଟପ ନବୀନ, ମାରାଥନ ମିଟିଂ  ।

ଇନଭେଷ୍ଟର୍ସ ମିଟ ପୂର୍ବରୁ ଦିନ ତମାମ ନିମନ୍ତ୍ରଣ ପର୍ବ  ।

ଓଡ଼ିଶା ଆସି ନିବେଶ କରିବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ  ।

ନିବେଶକଙ୍କୁ ନବୀନଙ୍କ ନିମନ୍ତ୍ରଣ  ।

ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ ଟିମ୍ ଓଡ଼ିଶା  ।

ନିବେଶକଙ୍କୁ ନିଜାମ ସହରରେ ନବୀନ ଦେଉଛନ୍ତି ନିମନ୍ତ୍ରଣ

ଭୁବନେଶ୍ବର: ନିଜାମ ସହର ହାଇଦ୍ରାବାଦରେ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ନବୀନ।

ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ ଟିମ୍ ଓଡ଼ିଶା ।

ନିବେଶକଙ୍କୁ ନବୀନଙ୍କ ନିମନ୍ତ୍ରଣ ।

ଓଡ଼ିଶା ଆସି ନିବେଶ କରିବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ ।

ଇନଭେଷ୍ଟର୍ସ ମିଟ ପୂର୍ବରୁ ଦିନ ତମାମ ନିମନ୍ତ୍ରଣ ପର୍ବ ।

ନନଷ୍ଟପ ନବୀନ, ମାରାଥନ ମିଟିଂ ।

ପୁଞ୍ଜି ନିବେଶର ମିଳିଛି ପୁଳା ପୁଳା ପ୍ରତିଶ୍ରୁତି ।

ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର ।

୨୧ ପରଠୁ ଫନି ଗତିପଥରେ ଗତି କରିବ ବାତ୍ୟା, ୨୩ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୦ ତାରିଖରେ ଏହା ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଚାଇନା ସାଗରରେ ଆଉ ଏକ ସିଷ୍ଟମ ରହିଛି ଯେଉଁଥିପାଇଁ ଏହା ବର୍ତ୍ତମାନ ଘନୀଭୂତ ହୋଇପାରୁନାହିଁ । ୨୧ ତାରିଖରେ ଘୂର୍ଣ୍ଣିବଳୟ ଘନୀଭୂତ ହେବା ଆରମ୍ଭ ହେବ । ଫଳରେ ୨୩ ରୁ ୨୬ ମଧ୍ୟରେ ଓଡିଶାରେ ବର୍ଷା ହେବ । ଉପକୂଳ ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ପରେ ଅଧିକ ଘନୀଭୂତ ପାଇଁ ପାଗ ଅନୁକୂଳ ରହିଛି । ବାତ୍ୟା କିମ୍ବା ମହାବାତ୍ୟାର ରୂପ ନେଇପାରେ ଘୁର୍ଣ୍ଣିବଳୟ । ୨୧ ତାରିଖ ପର ଠାରୁ ଫନିର ଗତିପଥରେ ଗତି କରିବ ବାତ୍ୟା । ଆଣ୍ଡାମାନରୁ ବାହାରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ଆସିବ ଘୁର୍ଣ୍ଣିବଳୟ । ତାମିଲନାଡୁ ଗତି ପରିବର୍ତ୍ତନ କରି ଫନିର ଗତିପଥରେ ଆସି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ହୋଇ ପୂର୍ବ ଉପକୂଳ ମୁହାଁଇବ ସମ୍ଭାବନା ରହିଛି ।

୨୪ ରୁ ୨୬ ମଧ୍ୟରେ ଉପକୂଳ ଅତିକ୍ରମ କରିବା ନେଇ ସଙ୍କେତ ରହୁଛି । ଆନ୍ଧ୍ର ଓଡିଶା ନଚେତ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବ ବୋଲି
ବିଭିନ୍ନ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି । ୨୨ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଏବଂ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ । NAVGM ମଡେଲ କହୁଛି ଓଡ଼ିଶାର ପୁରୀ କୋଷ୍ଟରେ ହୋଇପାରେ ଲ୍ୟାଣ୍ଡଫଲ । ସେହିପରି ଜିଏଫଏସର ଆକଳନ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କହୁଥିବାବେଳେ ୟୁକେ ମେଟର ଆକଳନ ଓଡିଶା ଉପକୂଳ କହିଛି ।

୨୬ ସକାଳେ ବାଲେଶ୍ବର-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ବେଗ
ଥିବାବେଳେ ଭୁବନେଶ୍ୱରରେ ୬୦ ରୁ ୭୦ କିମି କହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ରକ୍ତ ସଂଗ୍ରହରେ ଓଡିଶାର ରେକର୍ଡ, ଦିନକରେ ୧୮ ହଜାର ୫୧୪ ୟୁନିଟ ଦେଇଛନ୍ତି ଡୋନର୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ନୂଆ ରେକର୍ଡ । ଗୋଟିଏ ଦିନରେ ସଂଗ୍ରହ ହୋଇଛି ୧୮ ହଜାର ୫୧୪ ୟୁନିଟ ରକ୍ତ । ଯାହା ଓଡ଼ିଶାର ରକ୍ତ ସଂଗ୍ରହ କ୍ଷେତ୍ରରେ ଅଲ ଟାଇମ ରେକର୍ଡ ବୋଲି ଜଣାପଡ଼ିଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ବିଜେଡି ସେବା ଦିବସ ଭାବରେ ପାଳନ କରିଥିଲା । ଏଥିପାଇଁ ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରାଜ୍ୟରେ ୧୧୨ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଯେଉଁଥିରେ ଗୋଟିଏ ଦିନରେ ୧୮ ହଜାର ୫୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରେକର୍ଡକୁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛି ସ୍ବାସ୍ଥ୍ୟ ବିଭାଗ । ଓଡ଼ିଶା ମୋ ପରିବାର ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ଗୋଟିଏ ଦିନରେ ଏପରି ରେକର୍ଡ ସଂଖ୍ୟାରେ ରକ୍ତ ସଂଗ୍ରହ କରିନଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । କଟକ ଜିଲ୍ଲାରୁ ସର୍ବାଧିକ ୨ ହଜାର ୮୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୬ଶହ ଓ ବାଲେଶ୍ବର ଜିଲ୍ଲାରୁ ୧ ହଜାର ୭୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।.

 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରକ୍ତଦାନର ରେକର୍ଡ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ବିଶ୍ବାସକୁ ଆହୁରି ପ୍ରତିପାଦିତ କରିଥିବା କହିଛି ବିଜେଡି ।