ଦୁନିଆର ଯୁଦ୍ଧକ୍ଷେତ୍ରରେ ନିୟୋଜିତ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ସୀମାରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଦେଶକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା କର୍ମୀମାନେ ରାତି ଦିନ ସୀମାରେ ପଇଁନ୍ତରା ଦେବା ସହ ବହୁ ଘାତପ୍ରତିଘାତର ସାମ୍ନା କରିଥାନ୍ତି। ଶତ୍ରୁର ଛାତି ଚିରି ପରାସ୍ତର ମଜା ଚଖାଇଥାନ୍ତି ଭାରତୀୟ ସେନା । ମହିଳା ସେନା ଅଧିକାରୀ ମଧ୍ୟ ସୀମାରେ ନିୟୋଜିତ ରହିଥାନ୍ତି । ତେବେ ଆଗାମୀ ଦିନରେ କିଭଳି ଶତ୍ରୁଙ୍କୁ ପରାସ୍ତ କରାଯିବ ସେନେଇ ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କର୍ପ୍ସ ମହିଳା ଅଧିକାରୀ କ୍ୟାପଟେନ ଶିବା ଚୌହାନଙ୍କୁ ଦୁନିଆର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରରେ ନିୟୋଜିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ସେନା ଏହି ପଦେକ୍ଷେପ ନେଇଛି। କ୍ୟାପେଟନ ଶିବାଙ୍କୁ ୧୫ହଜାର ୬୩୨ ଫୁଟ ଉପରେ ଅବସ୍ଥିତ କୁମାର ପୋଷ୍ଟ ସୀମାରେ ନିୟୋଜିତ କରାଯାଇଛି । ସବୁଠାରୁ ବିପଦପୂର୍ଣ୍ଣ ସୀମାରେ ଶିବାଙ୍କୁ ନିୟୋଜିତ କରିଛି ଭାରତୀୟ ସେନା ।
ଫାୟର ଆଣ୍ଡ ଫ୍ୟୁରି କର୍ପସ ଟ୍ୱିଟ କରି କହିଛି ଯେ, କ୍ୟାପଟେନ ଶିବା ଚୌହାନ ହେଉଛନ୍ତି ଫାୟାର ଏବଂ ଫ୍ୟୁରିର ବରିଷ୍ଠ ବୈଷୟିକ ଅଧିକାରୀ । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯିଏକି କୁମାର ପୋଷ୍ଟରେ ନିୟୋଜିତ ହୋଇଛନ୍ତି । କ୍ୟାପେଟନ ଶିବା ସୀମାରେ ନିୟୋଜିତ ହେବା ପୂର୍ବରୁ କଠିନ ପ୍ରଶିକ୍ଷଣ ନେଇଛନ୍ତି । ଫାୟାର ଏବଂ ଫ୍ୟୁରିର ମୁଖ୍ୟ କାର୍ଯ୍ୟାଳୟ ଲେହ ଲଦାଖରେ ଅବସ୍ଥିତ। ଏଠାକର ସୁରକ୍ଷାକର୍ମୀ ମାନେ ଚୀନ ଏବଂ ପାକିସ୍ତାନ ସୀମାରେ ନିୟୋଜିତ ହୋଇଥାନ୍ତି । ଏହାସହ ସିୟାଚିନ୍ ଗ୍ଲାସିୟରର ସୁରକ୍ଷା କରିବାରେ ନିୟୋଜିତ ହୋଇଥାନ୍ତି ।