ସାଉଦିଆରବୀୟ ମହିଳାଙ୍କ ସ୍ୱପ୍ନ ହେଲା ପୂରା, ଚଲାଇବେ ବୁଲେଟ ଟ୍ରେନ୍

1 min read

ସାଉଦି ଆରବ : ସାଉଦି ଆରବ ଭଳି ରକ୍ଷଣଶୀଳ ମୁସଲିମ୍ ରାଷ୍ଟ୍ରରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯାଉଛନ୍ତି । କିଛି ବର୍ଷ ତଳେ ଯେଉଁ ଦେଶରେ କାର ଚଳାଇଲେ ମହିଳାଙ୍କୁ ଜେଲ ଦଣ୍ଡ ମିଳୁଥିଲା ସେହି ଦେଶରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବା କଥା ନିଶ୍ଚିତ ଭାବେ ଚକିତ କଲାଭଳି ।

ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ  ସୌଦି ମହିଳାଙ୍କର ପ୍ରଥମ ବ୍ୟାଚ ପ୍ରସ୍ତୁତ ହୋଇସାରିଲାଣି । ସୂଚନା ଅନୁସାରେ ସାଉଦି ଆରବରେ ୪ ବର୍ଷ ପୂର୍ବରୁ ମହିଳାଙ୍କ ଡ୍ରାଇଭିଂ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ  ରାଜା ସଲମାନ ସିହାଂସନ ଆରୋହଣ ପରେ କଟକଣାକୁ ହଟାଇଥିଲେ ।  ଏହା ସହିତ ପ୍ରଥମଥର ପାଇଁ  ମହିଳାଙ୍କୁ ବୁଲେଟ ଟ୍ରେନ ଚଳାଇବା ପାଇଁ ଅନୁମତି ଦେବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ସେଥି ନିମନ୍ତେ ସୌଦି ମହିଳା ଡ୍ରାଇଭରଙ୍କୁ ପ୍ରଥମ ବ୍ୟାଚରେ ହିଁ ଟ୍ରେନିଙ୍ଗ ଦିଆଯାଉଛି ।

ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ଭିଡିଓ ଜାରି କରାଯାଇଛି । ଯାହାକି ସୌଦି ମହିଳାଙ୍କ ଏତେ ଦିନର ସ୍ୱପ୍ନକୁ ପୂରା କରିପାରିଛି । ସାଉଦିଆରବ ରେଳ ମନ୍ତ୍ରଣାଳୟର ଟ୍ୱିଟର ହାଣ୍ଡେଲରେ ଏହି ଭିଡିଓ ଜାରି ହୋଇଥିବାବେଳେ ଏଥିରେ ସୌଦି ମହିଳାଙ୍କ ଗୋଟିଏ ଟିମ ବୁର୍ଖା ପିନ୍ଧି ବୁଲେଟ ଟ୍ରେନ ଡ୍ରାଇଭ କରୁଥିବା ନଜର ଆସୁଛନ୍ତି । ସେମାନଙ୍କ ସହ କିଛି ପୁରୁଷ ସହଯୋଗୀ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ସୌଦି ମହିଳାମାନଙ୍କର ଏହି ଡ୍ରାଇଭିଂ ଭିଡିଓଟି ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ନୂଆବର୍ଷ ଅବସରରେ ହିଁ ଜାରି କରାଯାଇଥିଲା । ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ ମୋଟ ୩୨ ଜଣ ସୌଦି ମହିଳା । ଜଣାପଡିଛି ଯେ, ସାଉଦିଆରବର ମୁଖ୍ୟ ସ୍ଥାନ ମକ୍କା ଏବଂ ମଦିନା ମଧ୍ୟରେ ହିଁ ଚାଲୁଥିବା ବୁଲେଟ ଟ୍ରେନରେ ଏହି ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି।ଏଭଳି ଏକ ପ୍ରୋଜେକ୍ଟରେ ମହିଳାଙ୍କୁ ସାମିଲ କରାଯାଇଥିବାରୁ ମହିଳାମାନେ ନିଜ ନିଜର ଖୁସି ବ୍ୟକ୍ତ କରୁଥିବା ନଜର ଆସିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମ ବ୍ୟାଚର ମହିଳାମାନେ ବୁର୍ଖା ପିନ୍ଧି ରେଳ ମଧ୍ୟକୁ ପ୍ରବେଶ କରୁଛନ୍ତି  ।  ଏହା ପରେ ଜଣେ ମହିଳା ବୁଲେଟ୍ ଟ୍ରେନ୍ ଚାଳକ  ଆଗ କ୍ୟାବିନରେ ବସି ଟ୍ରେନ ଚଳାଉଥିବା ନଜର ଆସୁଛନ୍ତି । ତେବେ ମହିଳାଙ୍କ ପ୍ରଥମ ବ୍ୟାଚର ଟ୍ରେନିଂ ପୂରା ହୋଇସାରିଛି ।  ସାଉଦୀ ସରକାରଙ୍କ ନିର୍ଦ୍ଦେଶ ପରେ ମହିଲା ଡ୍ରାଇଭର ୪୫୩ କିଲୋମିଟର ଲମ୍ବା ହାଇ ସ୍ପିଡ ଲାଇନ ମଧ୍ୟରେ ବୁଲେଟ ଟ୍ରେନ ଚଳାଉଥିବା ନଜିର ଆସିବେ ।

 

ସାଉଦି ଆରବର ରକ୍ଷଣଶୀଳ ଭାବମୂର୍ତ୍ତି ବଦଳାଇବା ପାଇଁ ଏପରି ପ୍ରଚେଷ୍ଟା କରାଯାଉଥିବା କୁହାଯାଉଛି । ବର୍ତ୍ତମାନ ଆରବରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ରାଜୁତିରେ  ଦେଶର ପ୍ରତିଛବି ବଦଳାଇବା ସହ ମହିଳାଙ୍କୁ ଅନେକ ଅଧିକାର ଦିଆଯାଇଛି । ସେଥିନିମନ୍ତେ ବୁଲେଟ ଟ୍ରେନ ଚଲାଇବା ପାଇଁ ୩୦ ଜଣ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯାଇଛି ।