ରାଜ୍ୟରେ ICMR ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: କରୋନା ନେଇ ସତର୍କ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଦେଶରେ ସଂକ୍ରମଣ ବଢୁଥିବାରୁ ଏକାର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କୌଣସି ଲକ୍ଷଣ ଦିଶିଲେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି ।

ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବା ଲାଗି କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ରାଜନୈତିକ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ରାଜ୍ୟ ଲାଗି ସଫଳତା ହୋଇଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ନେଇପାରିବେ ବୋଲି କୁହାଯାଇଛି ।

ଚୀନ, ଥାଇଲାଣ୍ଡ, ଜାପାନ ପ୍ରଭୃତି ୬ ରାଷ୍ଟ୍ର ଲାଗି ନିୟମ କଡା କରାଯାଇଛି । ସେହି ଦେଶରୁ ଆସୁଥିବା ଲୋକଙ୍କ ଲାଗି ଆରଟିପିସିଆର ଟେଷ୍ଟ ଜରୁରୀ କରାଯାଇଛି । ସଂକ୍ରମଣ ନେଇ ଭୟଭୀତ ହେବା ନାହିଁ ବରଂ ସତର୍କ ହେବା ଲାଗି ସ୍ବାସ୍ଥ୍ୟ ବିଭାଗ ଦେଇଛି ପରାମର୍ଶ ।