ନୂଆବର୍ଷରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବର୍ଷେ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ମିଳିବ ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ । ମାସକୁ ପାଞ୍ଚ କେଜି ଲେଖାଏ ମିଳିବ ଚାଉଳ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ । ରୋଜଗାର ହରାଇଥିବା ଗରିବ ଅସହାୟ ଲୋକଙ୍କୁ ପାଇଁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ  ।

ରାସନକାର୍ଡ ହିତାଧିକାରୀଙ୍କୁ ମାଗମା ଚାଉଳ ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । କୋଭିଡ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିଲା ମାଗଣା ଡାଲି । ୨୮ମାସ ଧରି ମହାମାରୀ ସମୟରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଉଥିଲେ । ଦୁଇଥର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ  । ନୂଆ ବର୍ଷରେ ପୁଣି ଗରିବ ସାଧରଣ ଲୋକଙ୍କ ପରିବାରକୁ ପ୍ରଦାନ କରିବେ ଏହି ମାଗମା ରାସନ  । ପ୍ରତି ପରିବାରକୁ ମିଳିବ ପାଞ୍ଚ କେଜି ଲେ,ଖାଏ ମାଗଣା ଚାଉଳ  । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ କରିଛନ୍ତି ସାଧାରଣ ଭୋଟର  ।