ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥେଣ୍ଟପଡ଼ାରେ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ମୃତ, ଜଣେ ଆହତ । ମୃତକ ହେଲେ ଶଙ୍କର ବେହେରା । ପୂର୍ବଶତ୍ରୁତାରୁ ଗୁଳିମାଡ଼ ସୂଚନା । ଘଟଣାସ୍ଥଳରେ ଚନନ୍ଦପୁର ଥାନା ପୋଲିସର ତଦନ୍ତ ଜାରି ।
ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ
କନ୍ଧମାଳ: ପୁଣି ରକ୍ତମୁଖା ହେଲା ଲାଲ୍ ବାହିନୀ । ପୋଲିସ୍ ଇନଫର୍ମର ଦର୍ଶାଇ ଜଣେ ଯୁବକଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଆମ୍ବାବାଡ଼ି ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କ୍ଲମ୍ବାଜକି ଗାଁର ନୀଳକଣ୍ଠ ମଲ୍ଲିକ । KKBN ମାଓ ସଂଗଠନ ଏହି ହତ୍ୟା କରିଥିବା ବେଳେ ହତ୍ୟାକାଣ୍ଡ ପାଇଁ ପୋଲିସକୁ ଦାୟୀ କରିଛି ସଂଗଠନ ।
ହତ୍ୟା ପରେ ଘଟଣାସ୍ଥଳରେ ବ୍ୟାନର ଓ ପୋଷ୍ଟର ଛାଡ଼ି ଯାଇଛନ୍ତି ଲାଲ୍ ବାହିନୀ । ଗତ ୧୧ ତାରିଖରେ କନ୍ଧମାଳ -କଳାହାଣ୍ଡି ସିମାନ୍ତ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଜଣେ କ୍ୟାଡର ମହିଳା ମାଓବାଦୀ ପ୍ରାଣ ହରାଇଥିଲେ । ଘଟଣାର ପ୍ରତିଶୋଧ ନେବାକୁ ଲାଲ୍ ବାହିନୀ ଏବେ ରକ୍ତମୁଖା ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଦୀପାବଳିର ଉତ୍ସାହ ଭିତରେ ବିଭିନ୍ନ ସ୍ଥାନରେ ଅଘଟଣ
ନନ୍ଦିଘୋଷ ବ୍ୟୁରୋ: ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବାଣ ଫୁଟାଇବା ବେଳେ କଟକ ନୟାସଡକ ଅଂଚଳରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହାନୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ସେହିପରି କଳାହାଣ୍ଡି ଭବାନୀପାଟଣା ମଳିପଡ଼ାଠାରେ ଥିବା କବାଡି ଦୋକାନରେ ଲାଗିଛି ନିଆଁ ।
ବାଣ ଫୁଟାଇବା ସମୟରେ ନିଆଁ ଲାଗି ଅଧାରୁ ଅଧିକ ଜିନିଷ ପୋଡ଼ଯାଇଛି । ଘଟଣାସ୍ଥଳରେ ଭାବନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଛି । ଅନ୍ୟପଟେ ପୁରୀ ସୁଆଣ୍ଡୋ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଷଠିଘରେ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଫହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ବାଣ ଫୁଟାଇବାକୁ ନେଇ ବିବାଦ, ୨୧ ବର୍ଷୀୟ ଯୁବକଙ୍କୁ ହତ୍ୟା କଲେ ୩ ନାବାଳିକ
ମୁମ୍ବାଇ: ଦୀପାବଳି ଅବସରରେ ମୁମ୍ବାଇର ଶିବାଜୀ ନଗରରେ ବାଣ ଫୁଟାଇବାକୁ ନେଇ ବିବାଦ ଏତେ ବଢ଼ିଯାଇଥିଲା ଯେ ୩ ନାବାଳିକ ମିଶି ଜଣେ ୨୧ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି । ଶିବାଜୀ ପୋଲିସ ଥାନା ପାଖରେ ୩ ନାବାଳିକ ଛୁରୀ ମାରି ହତ୍ୟା କରିଦେଇଛନ୍ତି, ମୃତକ ଯୁବକଙ୍କ ନାଁ ସୁନୀଲ ଶଙ୍କର ନାଇଡୁ । ଘଟଣା ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା ।
ପୋଲିସର କହିବା ମୁତାବକ, ଅପରାହ୍ନରେ ୧୨ ବର୍ଷୀୟ ନାବାଳକ କାଚ ବୋତଲରେ ବାଣ ଫୁଟାଉଥିଲେ, ସୁନିଲ ନାଇଡୁ ବାଣ ଫୁଟାଇବା ପାଇଁ ମନା କରିଥିଲେ ଏବଂ ସେଠାରୁ ତାକୁ ଘଉଡାଇ ଦେଇଥିଲେ । ଏହାପରେ ୧୨ ବର୍ଷୀୟ ନାବାଳିକ ନିଜର ଜଣେ ୧୫ ବର୍ଷୀୟ ଭାଇ ଏବଂ ୧୪ ବର୍ଷୀୟ ସାଙ୍ଗକୁ ନେଇ ସେଠାକୁ ଯାଇଥିଲା ଏବଂ ସୁନୀଲ ସହ ମାରପିଟ କରିବାକୁ ଲାଗିଥିଲେ । ତିନିଜଣ ମିଶି ଗୋଇଠା ଓ ମୁଥା ମାରିଥିଲେ ।
ଏହାପରେ ଛୁରୀରେ ଆକ୍ରମଣ କରି ସୁନୀଲଙ୍କୁ ଗମ୍ଭୀର ରୂପରେ ଆଘାତ କରିଦେଇଥିଲେ । ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଆହତ ସୁନୀଲଙ୍କୁ ରାଜାବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ମାମଲାରେ ଶିବାଜୀ ପୋଲିସ ଦୁଇ ନାବାଳିକଙ୍କୁ ହେପାଜତକୁ ନେଇ ପଚରା ଉଚରା ଆରମ୍ଭ କରିଦେଇଛି, ଯେତବେଳେ କି ତୃତୀୟ ନାବାଳିକ ନିଖୋଜ ଅଛି ।
ଭାରତରୁ ଦକ୍ଷିଣଆଫ୍ରିକା.. ପରେ ଇଂଲଣ୍ଡ ପହଞ୍ଚିଥିଲା ସୁନକଙ୍କ ପରିବାର…ଜାଣନ୍ତୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । କଞ୍ଜରଭେଟିବ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି । ସୁନକଙ୍କୁ ସବୁଠୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି ଯେତବେଳେ କି ପେନୀ ମୋରଡାଣ୍ଟ ସମର୍ଥନରେ ବହୁତ ପଛରେ ରହିଯାଇଥିଲେ, ଏହାପରେ ସେ ନିଜ ନାଁ ପ୍ରତ୍ୟାହର କରିନେଇଥିଲେ ।
ସୂଚନାଥାଉକି, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସ୍ ଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଆରମ୍ଭରୁ ହିଁ ଋଷି ସୁନକଙ୍କୁ ମଜବୁତ ପ୍ରାର୍ଥୀ ଭାବେ ଜଣାଯାଉଥିଲା । ଆଜି ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା ପରେ ଭାରତରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଦିନେ ଯେଉଁ ଇଂରେଜ ଭାରତ ଉପରେ ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ, ଆଜି ଜଣେ ଭାରତୀୟ ବଂଶୋଦ୍ଭବ ସେମାନଙ୍କୁ ଶାସନ କରିବେ । ଏହାକୁ ନେଇ ଭାରତୀୟ ବେସ୍ ଗର୍ବ ଅନୁଭବ କରୁଛନ୍ତି ।
ତେବେ ଆଜି ଆମେ ଜାଣିବା ଋଷିଙ୍କ ଭାରତ ସହ ସମ୍ବନ୍ଧର କଥା । ଭାରତ ଛାଡ଼ିବା ପରେ ତାଙ୍କ ପରିବାର କେଉଁଠିକୁ ଯାଇଥିଲେ ଏବଂ ଇଂଲଣ୍ଡରେ ସୁନକଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ସବୁକିଛି ଜାଣିବା । ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ହୋଇଥିଲା । ତାଙ୍କ ମାଆଙ୍କ ନାଁ ଉଷା ସୁନକ ଏବଂ ପିତାଙ୍କ ନାଁ ଯଶବୀର ସୁନକ । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଅଟନ୍ତି । ତାଙ୍କ ଜେଜେ ବାପା ଓ ଜେଜେ ମାଆ ପଞ୍ଜାବର ବାସିନ୍ଦା ଥିଲା । ୧୯୬୦ରେ ସେ ନିଜ ପିଲାଙ୍କ ସହ ପୂର୍ବ ଆଫ୍ରିକା ଚାଲିୟାଇଥିଲେ ।
ପରେ ଏହିଠାରୁ ତାଙ୍କ ପରିବାର ଇଂଲଣ୍ଡ ସ୍ଥାନାନ୍ତର ହୋଇଯାଇଥିଲା । ସେବେଠୁ ସୁନକଙ୍କ ପରିବାର ଇଂଲଣ୍ଡରେ ରହିଆସୁଛି । ଭାରତରେ ବଡ଼ ଉଦ୍ୟୋଗପତିମାନଙ୍କ ମଧ୍ୟରେ ଜଣାଶୁଣା ଇନଫୋସିସର ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି । ସୁନକ ଓ ଅକ୍ଷତାଙ୍କ ଦୁଇଝଣ ଝିଅ ଅଛନ୍ତି । ତାଙ୍କ ଝିଅମାନଙ୍କ ନାଁ ଅନୁଷ୍କା ସୁନକ ଓ କୃଷ୍ଣା ସୁନକ ଅଟେ । ଋଷି ସୁନକଙ୍କ ପ୍ରାଥମିକ ପାଛପଢ଼ା ଇଂଲଣ୍ଡର ୱିନଚେଷ୍ଟର କଲେଜରେ ହୋଇଥିଲା । ସେ ଆଗାମୀ ପାଠପଢ଼ା ଅକ୍ସଫୋର୍ଡରୁ କରିଥିଲେ । ୨୦୦୬ରେ ସେ ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏର ଡିଗ୍ରୀ ମଧ୍ୟ ପ୍ରାପ୍ତ କରିଥିଲେ ।
ଏମବିଏ ପାଠ ପଢ଼ା ସମୟରେ ଋଷି ଓ ଇନପୋସିସ ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୦୯ରେ ଉଭୟଙ୍କ ବିବାହ ବେଙ୍ଗାଲୁରୁରେ ଭାରତୀୟ ରୀତିନୀତିରେ ହୋଇଥିଲା । ଅକ୍ଷତା ଇଂଲଣ୍ଡରେ ନିଜର ଫେସନ ବ୍ରାଣ୍ଡ ମଧ୍ୟ ଚଳାଉଛନ୍ତି । ଆଜିର ତାରିଖରେ ସେ ଇଂଲଣ୍ଡର ସବୁଠୁ ଧନୀ ମହିଳାମାନଙ୍କ ମଧ୍ୟରୁ ଜଣେ । ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ କରିବା ପରେ ଋଷି ଗୋଲ୍ଡମ୍ୟାନ ସ୍କାକ୍ସରେ ଚାକିରି କରିଥିଲେ । ୨୦୦୯ରେ ସେ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ତାଙ୍କର ବ୍ୟବସାୟ ବଢ଼ିବାରେ ଲାଗିଥିଲା ।
୨୦୧୩ରେ କ୍ୟାଟାମାରନ ଭେଞ୍ଚର୍ସ ୟୁକେ ଲିମିଟେଡରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ୨୦୧୫ରେ ସେ ଏହି ପାର୍ମରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କ ପତ୍ନୀ ଏହାସହ ଯୋଡ଼ିହୋଇ ରହିଥିଲେ । ଏହି କମ୍ପାନୀ ଅକ୍ଷତାଙ୍କ ବାପା ଏନ ନାରାୟଣ ମୂର୍ତ୍ତିଙ୍କର ଅଟେ । ଋଷି ସୁନକ ପ୍ରଥମଥର ୨୦୧୪ରେ ରାଜନୀତିରେ ପାଦ ଥାପିଥିଲେ । ୨୦୧୫ରେ ସେ ରିଚମଣ୍ଡରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ୨୦୧୭ରେ ତାଙ୍କୁ ପୁଣିଥରେ ବିଜୟ ମିଳିଥିଲା । ଏହାପରେ ୧୩ ଫେବ୍ରୁଆରୀ ୨୦୨୦ରେ ତାଙ୍କୁ ଇଂଲଣ୍ଡର ଅର୍ଥମନ୍ତ୍ରୀ ଘୋଷଣା କରାଯାଇଥିଲା ।
ଚଳିତ ବର୍ଷ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଆରୋପ ଲାଗିବା ପରେ ଋଷି ସୁନକ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଲଗାତାର ଜନସନ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ନୂଆ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା । ଏଥିରେ ଋଷି ସୁନକ ମଜବୁତ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଏ
ହାପରେ ମୁଖ୍ୟ ଲଢ଼େଇ ଋଷି ଓ ଲିଜଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ବନିଯାଇଥିଲେ । ଅବଶ୍ୟ, ଲିଜ ଟ୍ରସ୍ ଛଅ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଋଷି ସୁନକ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆସିଯାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୌଡ଼ରୁ ଓହରି ଯିବା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ସଫା ହୋଇଯାଇଥିଲା । ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି ।
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଋଷି ସୁନକ, ୨୮ରେ ନେବେ ଶପଥ
ଲଣ୍ଡନ: ବ୍ରିଟେନ ରାଜନୈତିକ ସଙ୍କଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଇଂରେଜଙ୍କ ଉପରେ ରାଜ୍ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଇତିହାସ ରଚି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଋଷି ସୁନକ ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କୁ ମାତ୍ ଦେଇ ନିର୍ବାଚନ ଜିତିଛନ୍ତି । ଋଷି ସୁନକଙ୍କୁ ମିଳିଛି ଅଧାରୁ ଅଧିକ ସାଂସଦଙ୍କ ସମର୍ଥନ ।
ଗୃହ ସଚିବ ଗ୍ରାଣ୍ଟ ଶାପ୍ସ, ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ କେମି ବାଡେନୋଚ୍ ଏବଂ ପୂର୍ବତନ ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ ମଧ୍ୟ ସୁନକଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଋଷିଙ୍କ ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ତଥା ହାଉସ ଅଫ କମନ୍ସର ସାଂସଦ ପେନ୍ନି ମରଡୋଣ୍ଟ ରେସରୁ ଆଉଟ ହୋଇଯାଇଛନ୍ତି । ଶହେ ସାଂସଦଙ୍କ ସମର୍ଥନ ନମିଳିବାରୁ ସେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଯାଇଛନ୍ତି । ଏହାପରେ କଞ୍ଜରଭେଟିବ ଦଳର ସାଂସଦମାନେ ସୁନକଙ୍କୁ ନେତା ଭାବେ ଚୟନ କରିଛନ୍ତି ।
ପ୍ରଥମ ଭାରତୀୟ ବଂଶୋଦ୍ଭବ ଏବଂ ଅଶ୍ୱେତ ଭାବେ ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପଟେ ଶହେ ସାଂସଦଙ୍କ ସମର୍ଥନ ଥାଇ ବି ରେସରେ ସାମିଲ ନ ହେବାକୁ ସରପ୍ରାଇଜ ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦଳ ଭିତରେ ଏକତା ନରହିଲେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇ ହେବ ନାହିଁ । ତେଣୁ ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନସନ କହିଥିଲେ ।
ସୂଚନାନୁଯାୟୀ, ଋଷି ସୁନକ ୨୮ ଅକ୍ଟୋବରରେ ଶପଥ ନେଇପାରନ୍ତି । ୨୯ରେ ବ୍ରିଟିସ କ୍ୟାବିନେଟର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ । ସୂଚନାଥାଉକି ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଏଥିରେ ଋଷି ମଜବୁତ ପ୍ରାର୍ଥୀ ଜଣାଯାଉଥିଲେ । ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡର ନିଜକୁ ଅଲଗା କରିଦେଇଥିଲେ । ଯାହାପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଋଷି ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।
ସୁନକଙ୍କ ବିଜୟର ଏକ ବଡ଼ କାରଣ ହେଉଛି ତାଙ୍କର ବ୍ୟାଙ୍କର ଛବି । ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ୍ ବିଫଳ ହେବାର ସବୁଠୁ ବଡ଼ କାରଣ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ନଆଣିପାରିବା । ବ୍ରିଟେନରେ ଦରଦାମ ବୃଦ୍ଧି ବଡ଼ ପ୍ରସଙ୍ଗ ରହିଥିଲା । ବ୍ରିଟେନରେ ଆର୍ଥିକ ଅସ୍ଥିରତା ମଧ୍ୟ ରହିଥିଲା, ଯାହାପରେ ଜନସନ ସରକାରରେ ଅର୍ଥ ମନ୍ତ୍ରୀ ରହିଥିବା ଋଷି ସୁନକ ଇକୋନମିକ ବେଲ୍ ଆଉଟ୍ ପ୍ଲାନ ଆଣିଥିଲେ । ଏହାପରେ ଲୋକମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା ।
ଭାରତକୁ ଟ୍ରୋଲ କରୁଥିଲେ ପାକିସ୍ତାନୀ ପ୍ରଶଂସକ, ଏମିତି ଜବାବ ଦେଲେ ଗୁଗଲ ସିଇଓ
ନନ୍ଦିଘୋଷ ବ୍ୟୁରୋ: ଗତକାଲି ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଟିମ୍ ପାକିସ୍ତାନକୁ ହରାଇ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା ।
ମ୍ୟାଚ୍ ପରେ ଭାରତକୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି ଏବଂ ପାକିସ୍ତାନକୁ ଟ୍ରୋଲ କରାଯାଇଛି । ଖାସ କଥା ଏହା ଯେ ଗୁଗଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ସୂଚନାଯୋଗ୍ୟ, ସୁନ୍ଦର ପିଚାଇ ସାମାଜିକ ଗଣମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇ ଭାରତ-ପାକିସ୍ତାନ ମ୍ୟାଚର ଶେଷ ତିନି ଓଭରର ଉଲ୍ଲେଖ କରିଥିଲେ ।

ଏହି ଟ୍ୱିଟର ଜବାବରେ ଜଣେ ପାକିସ୍ତାନୀ ପ୍ରଶଂସକ ସୁନ୍ଦର ପିଚାଇଙ୍କୁ ପ୍ରଥମ ତିନି ଓଭର ମ୍ୟାଚ୍ ଦେଖିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ କେଏଲ ରାହୁଲ, ରୋହିତ ଶର୍ମା ଆଉଟ୍ ହୋଇଥିଲେ । ସୁନ୍ଦର ପିଚାଇ ତାଙ୍କୁ ଏପରି ଜବାବ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୁନ୍ଦର ଜବାବରେ ଲେଖିଥିଲେ ଯେ, ମୁଁ ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ସିଂହ କମାଲର ସ୍ପେଲ ପକାଇଥିଲେ ।

ପାକିସ୍ତାନୀ ୟୁଜର ଏଠାରେ ଇଣ୍ଡିଆକୁ ଟ୍ରୋଲ କରୁଥିଲା, କିନ୍ତୁ ସୁନ୍ଦର ପିଚାଇ ସେହି ପାକିସ୍ତାନୀ ପାଳିର ମନେପକାଇ ତାଙ୍କ ଟିମକୁ ଟ୍ରୋଲ କରିଦେଇଥିଲେ । ସୁନ୍ଦର ପିଚାଇ ନିଜ ଟ୍ୱିଟରେ ଲେଖିଥିଲେ ଯେ ହାପି ଦିୱାଲି, ଆଶା କରୁଛି ଯେ, ସମସ୍ତେ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ମିଶି ଦୀପାବଳି ପାଳନ କରୁଥିବେ । ମୁଁ ଏହି ଦୀପାବଳି ଗତକାଲିର ଶେଷ ତିନି ଓଭର ଦେଖି ପାଳନ କରିଛି, ଚମତ୍କାର ମ୍ୟାଚ ଏବଂ ପ୍ରଦର୍ଶନ ଥିଲା, ହାପି ଦିୱାଲୀ ।
ଏହି ଟ୍ୱିଟରେ ଜଣେ ପାକିସ୍ତାନୀ ୟୁଜର ଜବାବ ଦେଇଥିଲେ ଯେ ଆପଣଙ୍କୁ ପ୍ରାରମ୍ଭିକ ତିନି ଓଭର ଦେଖିବାର ଥିଲା । ଏହାର ଜବାବରେ ପିଚାଇ ଲେଖିଥିଲେ ମୁଁ ତାହା ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ଚମତ୍କାର ସ୍ପେଲ ପକାଇଥିଲେ । ଭାରତୀୟ ଟିମକୁ ଟ୍ରୋଲ କରୁଥିବା ପାକିସ୍ତାନୀ ପ୍ରଶଂସକ ପିଚାଇଙ୍କ ଏହି ଜବାବରେ ନିଜେ ଟ୍ରୋଲର ଶିକାର ହୋଇଗଲେ । ପିଚାଇଙ୍କ ଏପରି ଜବାବକୁ ନେଇ ଭାରତରେ ଚର୍ଚ୍ଚା ହେଉଛି । ଭାରତୀୟ ବଂଶୋଦ୍ଭବଙ୍କ ଭାରତ ପ୍ରତି ପ୍ରେମ ଦେଖି ପ୍ରଶଂସା କରାଯାଇଛି ।
ବାଣ ଦୋକାନରେ ବିସ୍ଫୋରଣ, ୪ ଜଣ ଗୁରୁତର ଆହତ
କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଅଘଟଣ । ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବଡ଼ସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ ।
ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଣ କିଣିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।
ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ଥୟ
ଲଣ୍ଡନ: ବ୍ରିଟେନ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ପଦ ପାଇଁ ରନର ଅପ୍ ରୁ ଫ୍ରଣ୍ଟ ରନର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ରେସରୁ ଓହରି ଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ଋଷି ପିଏମ ପଦ ପାଇଁ ଦାବିଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଥିଲା ।
ତମାମ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ବୋରିସ । ବୋରିସଙ୍କ ଏହି ସରପ୍ରାଇଜ ଘୋଷଣା ପରେ ସୁନକଙ୍କ ରାସ୍ତା ସଫା ହୋଇଯାଇଛି । ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କୁ ଯଦି ୧୦୦ ସାଂସଦଙ୍କ ସମର୍ଥନ ନମିଳେ, ତେବେ ପ୍ରଥମ ଥର ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ଶପଥ ନେବେ । ଏବେ ସୁଦ୍ଧା ପେନ୍ନୀଙ୍କ ପାଖରେ ପାଖରେ ୨୫ ସାଂସଦଙ୍କ ସମର୍ଥନ ରହିଛି । ଯେତବେଳେ କି ସୁନକଙ୍କ ପାଖରେ ୧୮୫ ସାଂସଦଙ୍କ ସମର୍ଥନ ରହିଛି ।
ସନ୍ଧ୍ୟା ୬ଟା ୩୦ରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ସୂଚନା ଥାଉକି ବ୍ରିଟେନର ସଂସଦରେ କଞ୍ଜରଭେଟିବ ଦଳର ୩୫୭ ସାସଂଦ ରହିଛନ୍ତି । ଏମାନେ ଅନଲାଇନ ଭୋଟିଂ କରି ଦଳ ଲିଡର ଏବଂ ପ୍ରଧାନମନ୍ତ୍ରୀ ବାଛିବେ । ନିର୍ବାଚନର ନୂଆ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ହେବା ପାଇଁ ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିବା ଆବଶ୍ୟକ ।
ପିଏମ ରେସରୁ ଓହରିବା ପରେ ଜନସନ କହିଛନ୍ତି, ସାଧାରଣ ନିର୍ବାଚନ ଜିତିବା ପାଇଁ ସେ ସକ୍ଷମ । ତାଙ୍କ ପାଖରେ ଆବଶ୍ୟକ ସାଂସଦଙ୍କ ସମର୍ଥନ ମଧ୍ୟ ରହିଛି । ମାତ୍ର ସେ ଋଷି ସୁନକଙ୍କ ଠାରୁ ଢେର ପଛରେ ରହିଛନ୍ତି । ଦଳ ଭିତରେ ଏକତା ନରହିଲେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇ ହେବ ନାହିଁ । ତେଣୁ ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନସନ କହିଛନ୍ତି । ଲିଜ୍ଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ସୁଏଲା ବ୍ରାଭରମନ ମଧ୍ୟ ସୁନକଙ୍କ ସମର୍ଥନରେ ଓହ୍ଲାଇଛନ୍ତି ।
ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି
ପୁରୀ: ଦୀପାବଳିରେ ଅଶାନ୍ତ ପିପିଲି । ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି । ପିପିଲି ବଜାରରେ ଯୁବକଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ଉଜାଣିପଡ଼ାର ସନାତନ ପ୍ରଧାନ ଗୁରୁତର । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
କିଛିଦିନ ତଳେ କମେଣ୍ଟମରାକୁ ନେଇ ପିପିଲିରେ ଜଣେ ଯୁବକକୁ ଆକ୍ରମଣ ଓ ବୋମା ମାଡ଼ ହୋଇଥିଲା । ସେହି ଶତ୍ରୁତାରୁ ଆଜି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଲଗିରହିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

