ହକି ପାଇଁ ବିଏମସି ପକ୍ଷରୁ ୬୭ଟି ଓ୍ବାର୍ଡରେ ଓ୍ବାକାଥନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବରରେ ହକି କ୍ରେଜ । ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରୁଛି ଓଡ଼ିଶା । ହକି ପାଇଁ ଏବେ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଭରିରହିଛି । ଆଗକୁ ଭୁବନେଶ୍ବରକୁ ଅଧିକ ଉତ୍ସବମୁଖର କରିବାରୁ ବିଏମସି ନେଇଛି ବଡ଼ ପଦକ୍ଷେପ । ହକି ପାଇଁ ହେଉଛି ୱାକାଥନ୍ ।

ଆଜି ସମସ୍ତ ୬୭ଟି ଓ୍ବାର୍ଡରେ ହେବ ପଦଯାତ୍ରା ବା ଓ୍ବାକାଥନ । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । ପ୍ରତି ଓ୍ବାର୍ଡରେ କର୍ପୋରେଟରଙ୍କ ନେତୃତ୍ୱରେ ୫ଶହ ମିଟରରୁ ୧କିଲୋମିଟର ପର୍ଯ୍ୟନ୍ତ କରାଯିବ ପଦଯାତ୍ରା । ପୂର୍ବରୁ ବିଏମସିର ୩ଟି ଜୋନରେ ସଫଳତାର ସହ ପୃଥକ ପୃଥକ ଭାବେ ସାଇକ୍ଲୋଥନ ଆୟୋଜନ ହୋଇଥିଲା ।