ଆଜି ପଞ୍ଜାବରେ ଭାରତ ଯୋଡୋ ଯାତ୍ରା, ପିସିସି ପକ୍ଷରୁ ଜୋରଦାର ପ୍ରସ୍ତୁତି

ପଞ୍ଜାବ : ଆଜି ପଞ୍ଜାବରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ପଞ୍ଜାବରେ ଚାଲିବ ଅଭିଯାନ । ହିଂସା, ବିଦ୍ବେଷ, ମୁଦ୍ରାସ୍ଫୀତି, ଦରବୃଦ୍ଧି, ବେକାରୀ ଆଦି ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ଆନ୍ଦୋଳନ । ଯାତ୍ରାରେ ଦଳର ବହୁ ହେଭିଓ୍ବେଟଙ୍କ ସମେତ ଅନ୍ୟାନ୍ୟ ନେତା ଯୋଗଦେବେ । ଶମ୍ଭୁ ବର୍ଡର ଦେଇ ଫତେଗଡ ସାହିବରେ ଯାତ୍ରା ପହଞ୍ଚିବ ବୋଲି କହିଛି ପିସିସି ସଭାପତି ଅମରିନ୍ଦର ସିଂ ରାଜା ଓ୍ବାରିଂ । ଏଥିରେ ବି ସାମିଲ ହେବେ ସମ୍ପାଦକ ହରିଶ ଚୌଧୁରୀ ଓ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା ।

୧୧ ତାରିଖରେ ଏହି ରାଲି ଗୁରୁଦ୍ବାର ସାହିବରେ ପହଞ୍ଚିବ ଏବଂ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । ବର୍ତ୍ତମାନ ସୁଦ୍ଧା ଭାରତ ଯୋଡୋ ଯାତ୍ରାରେ ବହୁ ରାଜନେତା, କଳାକାର, ଅଭିନେତା, ଅଭିନେତ୍ରୀ, ଗାୟିକା, ଅର୍ଥନୀତିଜ୍ଞ, ଶିଳ୍ପପତି ପ୍ରମୁଖ ସାମିଲ ହୋଇସାରିଛନ୍ତି । ପଞ୍ଜାବରେ ଅଭିଯାନ କାଳରେ ଏଥିରେ ସାମିଲ ହୋଇପାରନ୍ତି ରାଜ୍ୟର କେତେକ ପ୍ରବାସୀ ଭାରତୀୟ । ପ୍ରାୟ ୪ ହଜାର କିଲୋମିଟର ଅତିକ୍ରମ କରିବା ପରେ ଶ୍ରୀନଗରରେ ଏହି ଯାତ୍ରା ସରିବ ।