ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ସୂଚନା ପରେ ଜାମନଗରରେ ଜରୁରୀ ଅବତରଣ

1 min read

ଜାମନଗର: ବିମାନରେ ବୋମା ଥିବା ନେଇ ଗୁଜବ । ବିମାନରେ ବୋମା ଥିବା ସମ୍ପର୍କରେ ଏକ ଖବର ମିଳିବା ପରେ ଜାମନଗରରେ ଜରୁରୀ ଅବତରଣ କରିଛି ମସ୍କୋରୁ ଗୋଆ ଆସୁଥିବା ଏକ ଅନ୍ତର୍ଜାତୀୟ ବିମାନ । ବିମାନରେ ବୋମା ଥିବା ନେଇ ଗୋଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ନିକଟକୁ ଏକ ଇ-ମେଲ ଆସିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଗୁଜୁରାଟର ଜାମନଗର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।

ଏହା ଏକ ଚାଟାର୍ଡ ବିମାନ ଅଟେ । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ବାହାରିଯାଇଛନ୍ତି । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ତେବେ ଗୋଆ ଏଟିସିକୁ ଏହି ବିମାନରେ ବୋମା ଥିବା ନେଇ ଚେତାବନୀ ସହ ଏକ ଇ-ମେଲ ମିଳିଥଇଲା ।  ଘଟଣାସ୍ଥଳରେ ବମସ୍କ୍ବାଡ, ସିଆଇଏସଏଫ, ବିମାନବନ୍ଦର ନିରାପତ୍ତା କର୍ମୀ, ଜିଲ୍ଲାପାଳ ଓ ପୋଲିସ ଏସପି ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବିମାନରେ ୨୪୪ ଯାତ୍ରୀ ଥିବା ସୂଚନା ମିଳିଛି ।