spot_img
Home Blog Page 3777

ଫୁଲବାଣୀରେ ମାତିଲେ ମାଓବାଦୀ; ଜାଳି ଦେଲେ ଜେସିବି

ଫୁଲବାଣୀ: ଫୁଲବାଣୀରେ ମାତିଲେ ମାଓବାଦୀ। ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଣକୁ ହତ୍ୟା କରିବା ପରେ ଠିକା ସଂସ୍ଥାର କ୍ୟାମ୍ପରେ ପଶି ପୋଡାଜଳା କରିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ କ୍ଲମ୍ବାଜକି ଗାଁର ନୀଳକଣ୍ଠ ମଲ୍ଲିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସେହିପରି ରାସ୍ତାକାମକୁ ବିରୋଧ କରି ଗାଡି ପୋଡାଜଳା କରିଛନ୍ତି ମାଓବାଦୀ । ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଠିକା ସଂସ୍ଥାର କ୍ୟାମ୍ପରେ ପଶି ଦୁଇଟି ଜେସିବି, ଦୁଇଟି ଟ୍ରାକଟର, ମିକ୍ସଚର ମେସିନ ଜାଳି ଦେଇଛନ୍ତି । କେକେବିନ୍ ମାଓ ସଂଗଠନ ଏହି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ ।

 

ଗାଧେଇବା ବେଳେ ନଦୀରେ ଭାସିଗଲେ ଦୁଇ ଭାଇ

ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଅଘଟଣ। ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଦୁଇ ଭାଇ ।

ସୂଚନା ଅନୁଯାୟୀ, ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ କୗେଣସି କାରଣବଶତଃ ଭାସିଯାଇଥିଲେ ଦୁଇ ଭାଇ । ସାନ ଭାଇ କାହ୍ନୁଚରଣ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ସୁମିତ ଏବେବି ନିଖୋଜ ଅଛନ୍ତି । ସୁମିତଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗର ଟିମ୍ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡିଓ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ

ମିସୌରୀ: ଯୁକ୍ତରାଷ୍ଟ୍ର ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ। ମିସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲ ପରସିରରେ ଗୁଳିକାଣ୍ଡରେ ତିନି ଜଣଙ୍କ ମୃତ୍ୟୁ । ୬ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ନାବାଳିକା ଅଛନ୍ତି । ୬ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସ୍କୁଲ ପରିସରରେ ପହଞ୍ଚିଥିବା ବେଳେ ପୋଲିସ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଛି । ସ୍କୁଲରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ସେହି ସ୍କୁଲର ପୂର୍ବତନ ଛାତ୍ର ବୋଲି ଜଣାପଡ଼ିଛି ।

ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ି ନଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଠାରୁ ଏକ ହାଇକାପାସିଟି ଗନ୍ ସହ ଲୋଡେଡ ମାଗାଜିନ ଜବତ କରାଯାଇଛି ।

ବାଣ ଫୁଟାଇବା ବେଳେ ଗଣ୍ଡଗୋଳ, ଜଣେ ମୃତ

ନୟାଗଡ଼: ନୟାଗଡ଼ ଦଶପଲ୍ଲା ଥାନା ଅଧୀନ ମଧ୍ୟଖଣ୍ଡ ଗାଁରେ ବାଣ ଫୁଟାଇବା ବେଳେ ଗଣ୍ଡଗୋଳ, ଜଣେ ମୃତ। ଦୁଇ ଗୋଷ୍ଠୀ ମଧ୍ୟରେ ବାଣ ଫୁଟାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ବିକାଶ ବେହେରାଙ୍କୁ ଅନ୍ୟଗୋଷ୍ଠୀର ଯୁବକ ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି।

Two Died In Dhenkanal And Kendrapada Diwali Celebration

ସୂଚନା ଅନୁଯାୟୀ, ବିକାଶଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶଙ୍କ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଛି । ବିକାଶ ମୃତ୍ୟୁ ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଋଷି ସୁନକଙ୍କ ପାଇଁ ଲଣ୍ଡନରେ ସେଲିବ୍ରେସନ

ବ୍ରିଟେନ୍: ପ୍ରଧାନମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ଲଣ୍ଡନର 10 ଡାଉନିଂ ଷ୍ଟ୍ରିଟରେ ଋଷି ସୁନକଙ୍କ ସେଲିବ୍ରେସନ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର କାର୍ଯ୍ୟାଳୟ ହେବାକୁ ଯାଉଛି। ସେଠାରେ ପହଞ୍ଚିବା ପରେ ସାଂସଦ ମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ସେମାନଙ୍କୁ ସମର୍ଥନ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ସୁନକ ।

ଆଗକୁ ଦେଶର ଅର୍ଥନୀତି ସାଙ୍ଗକୁ ସାମୁହିକ ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଋଷି  । ଏବେର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ମଧ୍ୟ ଋଷିଙ୍କୁ ସମର୍ଥନ ଜଣାଇଛନ୍ତି  । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ତାପୂର୍ବରୁ ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ପ୍ରୟାସ କରାଯିବ ବୋଲି ଋଷି ସୁନକ କହିଛନ୍ତି  । ଆସନ୍ତା ୨୮ ଶପଥ ନେବେ ଋଷି ସୁନକ  । ସୁନକଙ୍କ ନାଁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା ପରେ ସାରା ବିଶ୍ବରୁ ଛୁଟୁଛି ଶୁଭେଚ୍ଛାର ସୁଅ

 

ସୂର୍ଯ୍ୟ ପରାଗ ପାଇଁ ଆଜି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ସହିତ ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ,  ବ୍ୟାଙ୍କିଂ ପ୍ରତିଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟ ବି ବନ୍ଦ ରହିଛି।

ସୂର୍ଯ୍ୟୋପରାଗ ପାଇଁ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି । କାଲି ପ୍ରାତଃ ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।

ରାମ ସେତୁ vs ଥ୍ୟାଙ୍କ ଗଡ଼; ବଡ଼ ପରଦାରେ ଚାଲିଛି ଟକ୍କର

ମୁମ୍ବାଇ: ଆଜି ବଡ଼ ପରଦାରେ ଦେଖିବାକୁ ମିଳିଛି ଷ୍ଟାର ଓ୍ବାର। ବଲିଉଡର ଦୁଇଟି ବିଗ୍ ବଜେଟ ଫିଲ୍ମ ମଧ୍ୟରେ ହେଉଛି ଟକ୍କର। ଅକ୍ଷୟ କୁମାରଙ୍କ ରାମ ସେତୁ ସହ ଅଜୟ ଦେବଗନଙ୍କ ଥ୍ୟାଙ୍କ ଗଡ଼ ରିଲିଜ ହୋଇଛି । ରାମ ସେତୁରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିସ ଅଛନ୍ତି । ଭଗବାନ ରାମ ଲଙ୍କାକୁ କରିଥିବା ସେତୁର ପୂନରୁଦ୍ଧାର କରିବା ପାଇଁ ଅକ୍ଷୟ କୁମାର ଚେଷ୍ଟା କରୁଥିବା ବେଳେ କେତେ ସଂଘର୍ଷ କରିବାକୁ ପଡୁଛି ତାହା ରହିଛି ଫିଲ୍ମର କାହାଣୀ ।

ସେପଟେ ଏହାକୁ ଟକ୍କର ଦେବ ଫିଲ୍ମ ଥ୍ୟାଙ୍କ ଗଡ୍ । ଫିଲ୍ମରେ ଅଜୟ ଦେବଗନ ଚିତ୍ରଗୁପ୍ତ ଭୂମିକାରେ ଅଛନ୍ତି। ସେ ଯମଲୋକରେ ପାପପୁଣ୍ୟର ହିସାବ କରୁଥିବା ବେଳେ ସେଠାରେ ସେ ଏକ ପ୍ରତିଯୋଗିତା ଆୟୋଜନ କରନ୍ତି  । ଯାହା ଫିଲ୍ମରେ ମୁଖ୍ୟ ଆକର୍ଷଣ ରହିଛି  । ଅଜୟ ଦେବଗନଙ୍କ ସହ ରକୁଲ ପ୍ରିତ ସିଂହ ଓ ସିଦ୍ଧାର୍ଥ ମୋଲୋହତ୍ରା ଅଛନ୍ତି।

ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ 

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ। ମଧ୍ୟରାତ୍ରୀରେ ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଥିଲା। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ପ୍ରଭାବିତ ହୋଇଛି ।

Cyclone Asani Weaken Sea Situation Of Paradeep

ଉଚ୍ଚ ଜୁଆର ମାଡିଆସିବା ସହିତ ନିଉ ଦିଘା, ଦିଘା, ଉପକୂଳରେ ଥିବା ଦୋକାନ ବଜାର ମଧ୍ୟରେ ସମୁଦ୍ର ପାଣି ପଶିଛି।  ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିଥିଲା ସି-ତ୍ରଙ୍ଗ। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ଆଜି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କାଲି ସକାଳକୁ ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ଦୀପାବଳି ପରେ ବଢିଲା ବାୟୁ ପ୍ରଦୂଷଣ; ଅଣନିଶ୍ବାସୀ ହେଉଛନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ: ବିଷବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ।  ବିଳମ୍ବିତ ରାତିରୁ ସାମାନ୍ୟଠାରୁ ୧୦ ଗୁଣା ଅଧିକ ପ୍ରଦୂଷିତ ହୋଇଛି ବାୟୁ । ରାଜଧାନୀ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଅତ୍ୟଧିକ ଖରାପ ରେକର୍ଡ ହୋଇଛି ।

ଆଜି ସକାଳୁ ରାଜଧାନୀର AQI ୩୪୨ ରେକର୍ଡ ହୋଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା  ସତ୍ତ୍ବେ ବାଣ ଧୂଆଁରେ ବିଷାକ୍ତ ହୋଇଛି ରାଜଧାନୀର ପବନ । ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ରିପୋର୍ଟ ମୁତାବକ ଜାହାଙ୍ଗିରପୁରୀରେ ବାୟୁ ଗୁଣାବତ୍ତା ସୂଚକାଙ୍କ ସାମାନ୍ୟଠାରୁ ୧୦ଗୁଣା ଖରାପ ହୋଇଛି । ନୋଏଡାରେ ବି AQI ୩୪୨ ରିପୋର୍ଟ ହୋଇଛି ।

ସେପଟେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ଟ୍ରାଫିକରେ ରେଡ ଲାଇଟ ଥିଲେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ରେଡ ଲାଇଟ ଅନ୍, ଗାଡି ଅଫ୍ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ଆଜି ସୂର୍ଯ୍ୟୋପରାଗ; ଜାଣନ୍ତୁ କେତେବେଳୁ ଦେବନୀତି, ପାକ ନିଷେଧ

ଭୁବନେଶ୍ୱର: ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ। ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି। ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।

Puri Snana Yatra Update

ବୁଧବାର ପ୍ରାତଃ ସ୍ନାନାଦି କର୍ମ କରିବା ପରେ ଦେବନୀତି ଓ ଭୋଜନାଦି କରିବାକୁ ପରାମର୍ଶ ଦିଆଯାଇଛି । ତେବେ ବୃଦ୍ଧ, ରୋଗୀ, ବାଳକଙ୍କ ପକ୍ଷେ ନିୟମ ଉଲ୍ଲଂଘନ କରାଯାଇପାରେ । ପରାଗକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ନୀତି ପାଳନ କରାଯାଉଛି । ରାତି ୧୨ରେ କରାଯାଇଛି ଲିଙ୍ଗରାଜଙ୍କ ମଙ୍ଗଳ ଆଳତି । ରାତିରେ ଠାକୁରଙ୍କ କୋଠଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି । ଭୋର ୪ଟା ୩୦ ସୁଦ୍ଧା ସମସ୍ତ ଦେବନୀତି ଶେଷ ହୋଇଛି ।

ସେହିପରି ପୁରୀ ଶ୍ରୀମନ୍ଦିରରେ ରାତିରେ ପହୁଡ଼ ନୀତି ଶୀଘ୍ର କରି ରାତ୍ର ୧୨ଟା ୧୦ମି.ରୁ ଦ୍ବାରଫିଟା ଯାଇ ଭୋର ୪ଟା ୫୫ସୁଦ୍ଧା ଶ୍ରୀଜିଉ ମାନଙ୍କର ଭୋଗ ମଣ୍ଡପ ନୀତି କରାଯାଇଛି । ଅନ୍ୟପଟେ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପାଇଁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ପୀଠର ପରମ୍ପରା ଅନୁଯାୟୀ ଆଜି ଦିନତମାମ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ଦର୍ଶନ । ବିଳମ୍ବିତ ରାତିରୁ ବାବାଙ୍କ ନୀତିକାନ୍ତି କରାଯାଇଛି । ବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ଖେଚୁଡି ଅନ୍ନନୀତି ଲାଗି କରାଯାଇଥିଲା। ମନ୍ଦିରର ପରମ୍ପରା ଅନୁଯାୟୀ ପାକତ୍ଯାଗର ନିର୍ଦ୍ଧାରିତ ସମୟ ୪ଟା ୫୪ରେ ବାବାଙ୍କୁ ପହୁଡ କରାଯାଇଥିଲା । ଆସନ୍ତାକାଲି ସୂର୍ଯ୍ଯୋଦୟ ହେବା ପରେ ବାବାଙ୍କର ସମସ୍ତ ନୀତିକାନ୍ତି କରାଯିବା ସହ ସର୍ବ ସାଧାରଣ ଦର୍ଶନ ଜାରି ରହିବ ।