ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ଗାଡ଼ି କଟକଣା

1 min read

ନୂଆଦିଲ୍ଲୀ :  ଦିଲ୍ଲୀରେ ଘନୀଭୂତ ହେବାରେ ଲାଗିଛି ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା ବା ଏକ୍ୟୁଆଇ । ପ୍ରତିକାର ସ୍ବରୂପ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ କାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ସରକାର । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି ।

ଦିନକୁ ଦିନ ସ୍ଥିତି ବିଗିଡୁଥିବାରୁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଲାଗି ସମସ୍ତ ଏନସିଆର ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ । ଦିଲ୍ଲୀରେ ବାୟୁର ଗୁଣବତ୍ତା ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଯଦି ଶୁକ୍ରବାର ଏକ୍ୟୁଆଇ ସ୍ଥିତି ସୁଧୁରିବ ତେବେ ଏହି ନିଷିଦ୍ଧାଦେଶ ହଟିବ । ଦିଲ୍ଲୀରେ ଗତକାଲି ଏକ୍ୟୁଆଇ ୪୩୪ ଥିବାବେଳେ ରବିବାର ୩୭୧ ଥିଲା ।