ବିହାରର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୮ ମୃତ

1 min read

ପାଟନା: ବିହାରର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଟ୍ରକ୍ ସହ ଧକ୍କା ହୋଇଯାଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଶବଗୁଡ଼ିକୁ ଅଟୋରୁ ବାହାରକୁ ବାହାର କରାଯାଇଛି । ମୃତକ ସମସ୍ତେ ଖେରିୟା ପଞ୍ଚାୟତର ଗୋଟିଏ ପରିବାରର ହୋଇଥିବା ସୂଚନା ।

ଖେରିଆରୁ କଟିହାର ଜଙ୍କସନ୍ ଯାଉଥିଲେ । ସୂଚନା ମିଳିବା କ୍ଷଣି ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛି । କୁହାଯାଉଛି ଯେ, କୋଢା ଥାନା ଅଞ୍ଚଳର ଜାତୀୟ ରାଜପଥ-୮୧ ଦିଘରୀ ପେଟ୍ରୋଲ ପମ୍ପ ନିକଟରେ ଅଟୋ ଟି ଟ୍ରକ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ଅଟୋରେ ଥିବା ୮ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାଟି ରାତି ପ୍ରାୟ ୮ଟା ୨୦ ମିନିଟରେ ଘଟିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ନେଇ ଫାରର ହୋଇଯାଇଛି ।