spot_img
Home Blog Page 3741

ଛାତ୍ରୀଙ୍କୁ ରାତି ଅଧିଆ ମେସେଜ କରି ଅଡ଼ୁଆରେ ଅଧ୍ୟାପକ

ଭୁବନେଶ୍ୱର: ଛାତ୍ରୀଙ୍କୁ ରାତି ଅଧିଆ ମେସେଜ କରି ଅଡ଼ୁଆରେ ଅଧ୍ୟାପକ । ଭୁବନେଶ୍ୱର ବେସିକ ସାଇନ୍ସ କଲେଜରୁ ଆସିଥିଲା ଏହି ଅଭିଯୋଗ । ଗତ ଅକ୍ଟୋବର 31 ତାରିଖରେ ପ୍ରାଣୀ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ କଲେଜ୍ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର । ଅଭିଯୁକ୍ତ ଅଧ୍ୟାପକ ଲେଟ୍ ନାଇଟରେ ମେସେଜ କରିଥିବା ପ୍ରମାଣ କିମିଟି ହାତରେ ଲାଗିଛି ।

ଅଭିଯୁକ୍ତ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କଲେଜ୍ ନିର୍ଦ୍ଦେଶକଙ୍କୁ ରିପୋର୍ଟ ହସ୍ତାନ୍ତର କରିଛି କମିଟି । ରିପୋର୍ଟକୁ ଏବେ ଓୟୁଏଟି ଭିସିଙ୍କୁ ଦେଇଛନ୍ତି କଲେଜ୍ ନିର୍ଦ୍ଦେଶକ । ଜଣେ ଅଧ୍ୟାପକଙ୍କ ଠାରୁ ଏଭଳି ମେସେଜ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ଘଟଣାକୁ ନେଇ ଭିସି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ରହିଛି ।

ଦୀପଗ୍ରେସ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ:  ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର  । ଅଚନ୍ତ ଶରଥ କମଲ ପାଇବେ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ  । ସେହିପରି
ଲକ୍ଷ୍ୟ ସେନ ଓ ଅଂଶୁ ମଲ୍ଲିକଙ୍କୁ ଅର୍ଜୁନ ପୁରସ୍କାର ପାଇବା ନେଇ ନାମ ଘୋଷମା ହୋଇଛି  । ଏହି ସମସ୍ତ ନା ସିଲେକ୍ସନ କମିଟି ଦ୍ୱାରା ଘୋଷଣା କରାଯାଇଛି  ।

ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ ଲିଗ ମ୍ୟାଚ୍

କଟକ: ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପର ଲିଗ ମ୍ୟାଚ । ଡିସେମ୍ବର ୧୩ରେ ବାରବାଟୀ ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ଏକମାତ୍ର ଲିଗ ମୁକାବିଲା ଖେଳାଯିବ । ଏନେଇ ଆଜି ଓସିଏ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆ ଯାଇଛି। । ଓଡ଼ିଶା ଦୃଷ୍ଟିହୀନ ଦଳର ଏକମାତ୍ର ଖେଳାଳି ଭାବେ କୋରାପୁଟର ଦକ୍ଷ କ୍ରିକେଟର ନକୁଳ ବଡନାୟକ ଭାରତୀୟ ଦଳର ସଦସ୍ୟ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି।

ଦୀର୍ଘ ସମୟ ଧରି ନିଜର ଦମଦାର ପଦର୍ଶନ ପାଇଁ ସେ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି। ଏହାଛଡା ମ୍ୟାଚ ପାଇଁ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି ନକୁଳ । ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବିଶ୍ଵକପ ଦୃଷ୍ଟିହୀନ ଟୁର୍ଣ୍ଣାମେଣ୍ଟରେ ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି । ଏହାସହ ଏହି ମ୍ୟାଚ ପାଇଁ ରାଜ୍ୟ କ୍ରୀଡା ବିଭାଗ ଓ ଓସିଏ ପକ୍ଷରୁ ରହିଛି ସମ୍ପୂର୍ଣ୍ଣ ସମର୍ଥନ । ତେବେ ଏହି ମ୍ୟାଚ ପୂର୍ବରୁ ଓସିଏ ପକ୍ଷରୁ ନକୁଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଅନ୍ୟପଟେ ଏହି ଲିଗ ମ୍ୟାଚ ପାଇଁ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି । ଆଉ କିଛି ଦିନ ମଧ୍ୟରେ ସମସ୍ତ ବ୍ଲୁ-ପ୍ରିଣ୍ଟ ଶେଷ ହେବ ବୋଲି କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା । ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରିକେଟ ଆସୋସିଏସନର ସିଇଓ ସୁବ୍ରତ ବେହେରା, ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ୍ , ସାଧାରଣ ସମ୍ପାଦକ ସନ୍ୟାସୀ କୁମାର ବେହେରା, ଯୁଗ୍ମ ସମ୍ପାଦକ ବିରଂଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସୁରକ୍ଷା ସ୍ଥିତି ସମୀକ୍ଷା କଲେ DCP

ଭୁବନେଶ୍ୱର: ଆସନ୍ତା 10 ତାରିଖରେ ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଡିସିପି ପ୍ରତୀକ ସିଂ ବିମାନ ବନ୍ଦର ଭିତରକୁ ଯାଇ ଯାଞ୍ଚ କରିଛନ୍ତି । 150 ଜଣ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । କୋଉଁଠି କୋଉଁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସେ ନେଇ ତଦାରଖ କରାଯାଇଛି ।

ଓଡ଼ିଶାରୁ ପ୍ରଥମ ଥର ରାଷ୍ଟ୍ରପତି ଭାବେ ପଦ ମଣ୍ଡନ କରିଛନ୍ତି ଦ୍ରୈପଦୀ ମୁର୍ମୁ  । ସେପଟେ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ନିଜ ମାଟି ଅର୍ଥାତ ନିଜ ରାଜ୍ୟକୁ ଗସ୍ତ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ପ୍ରଥମେ ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ବ୍ୟବସ୍ଥା ରହିଛି  ।

୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଦମନ ଫିଲ୍ମ, କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଯୋଜକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦମନର ହେଲା ଅନଲାଇନ ପାଇରେସି । ୟୁଟ୍ୟୁବରେ ଅପଲୋଡ ହୋଇଛି ସମ୍ପୂର୍ଣ୍ଣ ଚଳଚ୍ଚିତ୍ର । ଫିଲ୍ମ ହଲରେ ବେଆଇନ ଶୁଟିଂ କରାଯାଇଥିବା ଅଭିଯୋଗ ହୋଇଛି । ୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମନ ଚଳଚ୍ଚିତ୍ରର ପ୍ରଯୋଜକ ।

ଅପହଞ୍ଚ ଇଲାକାର ଏକ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଦମନ । କିନ୍ତୁ ଫିଲ୍ମ ରିଲିଜର ଗୋଟିଏ ଦିନ ମଧ୍ୟରେ ଏହାକୁ କିଛି ବ୍ୟକ୍ତି ହଲରେ ସୁଟିଂ କରିବା ସହ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିନେଇଛନ୍ତି  । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛି ପ୍ରଯୋଜନା ସଂସ୍ଥା  ।  ଅପଲୋଡ଼ କରିଥିବା ୟୁଟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ରାତିରେ ଚାଲିଥିଲା ରାଜଧାନୀରେ ରେଭ୍ ପାର୍ଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରେଭ୍ ପାର୍ଟି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ମ୍ୟୁଜିକ ଝୁମୁଥିଲେ ଯୁବକ ଓ ଯୁବତୀ । ନିୟମକୁ ଖୋଲାଖୋଲି ଉଲ୍ଲଂଘନ ନେଇ ରିସୋର୍ଟରେ ଅତର୍କିତ ଚଢାଉ କରିଥିଲା ଚନ୍ଦକା ଥାନା ପୋଲିସ । ରେଭ୍ ପାର୍ଟିରେ ଚଢାଉ କରିବା ସହ ପୋଲିସ ସେଠାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥିଲା  ।

ମିଳିଥିବା ସୂଚନା ମୁତାବକ ପୋଲିସର ବିନା ସୂଚନାରେ ଚନ୍ଦକା ଥାନା ଅଞ୍ଚଳରେ ରେଭ ପାର୍ଟି ଚାଲିଥିଲା  ।  ନିଶା ସେବନ ସାଙ୍ଗକୁ ସେଠାରେ ଜମିଥିଲା ନୃତ୍ୟ ଗୀତର ଆସର । ଏ ନେଇ ପୋଲିସ ସୂଚନା ପାଇବା ପରେ ପାର୍ଟି ଚାଲିଥିବା ସ୍ଥାନରେ ଚଢାଉ କରିଥିଲା  । ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ରିସୋର୍ଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି ।

T20 ବିଶ୍ୱକପ୍: ଶ୍ରୀଲଙ୍କାକୁ ହରାଇ ସେମିରେ ଇଂଲଣ୍ଡ

ସିଡନୀ: ଶ୍ରୀଲଙ୍କାକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଂଲଣ୍ଡ  । ନ୍ୟୁଜିଲ୍ୟାଣ୍ଡ ଆଗରୁ ସ୍ଥାନ ପକ୍କା କରିସାରିଥିବାବେଳେ ଆଜିର ମ୍ୟାଚରେ ଇଂଲଣ୍ଡ ଏଣ୍ଟ୍ରି କରିଛି  । ସେପଟେ ଗ୍ରୁପ ୧ରୁ ବିଦା ହୋଇଛି କଙ୍ଗାରୁ ବାହିନୀ  ।

ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ଇଂଲଣ୍ଡ  ଆଗରେ ୧୪୨ ରନର ଟାର୍ଗେଟ ରଖିଥିଲା  ।  ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା ଦାସୁନ ଶନକା ଟିମ୍  । ପଥୁମ ନିଶଙ୍କା ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳି ଟିମକୁ ଆଗକୁ ନେଇଥିଲେ  । ଅନ୍ୟପଟେ ୪ ୱିକେଟରେ ମ୍ୟାଚକୁ ହାତେଇନେଇଛି ଇଂଲଣ୍ଡ ଟିମ୍  ।

 

 

ରାଜ୍ୟରେ ଶିଶୁ ଅପହରଣ ଓ ଚୋରି ଘଟଣା: ସତର୍କ ରହିବାକୁ ସବୁ ଏସପିଙ୍କୁ ନୋଚିସ

ଭୁବନେଶ୍ୱର: ପିଲା ଅପହରଣ ଓ ଚୋରି ଭଳି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଗତକାଲି ବଡଗଡ଼ ଥାନା ଦ୍ୱାରା ନାବାଳିକା ଅପହରଣ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିବା ସହ ମଞ୍ଚେଶ୍ୱରରୁ ଅପହୃତ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଘଟଣାରେ ଉଦ୍ଧାର ନାବାଳିକାର ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ସହିତ ଅପହରଣ ପଛର କାରଣ ସମ୍ପର୍କରେ ସୂଚନା ଦେବାକୁ ବଡଗଡ଼ ଥାନା ପୋଲିସକୁ ନୋଟିସ କରିଛନ୍ତି।

ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କୁ ସତର୍କ ରହି ଶିଶୁ ଅପହରଣ ଓ ଚୋରିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନୋଟିସ ଜାରି କରିଛନ୍ତି। ସେହିଭଳି ଅଭିଭାବକମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର। ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଚାଇଲଡ଼ ଲାଇନକୁ ମଧ୍ୟ ମୁଖ୍ୟତଃ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

କେଜ୍ରିୱାଲଙ୍କ ଅଭିଯୋଗ, ଗୁଜୁରାଟ ବଦଳରେ ଜୈନଙ୍କୁ ଛାଡ଼ିବାକୁ ଅଫର ଦେଇଥିଲା ବିଜେପି

ନୂଆଦିଲ୍ଲୀ: ଜୋର ଧରିଛି ଗୁଜୁରାଟ ରାଜନୀତି  । ସମୟ ସହ ବଦଳୁଛି ବୟାନ  । ରାଜନୀତିରେ ଲାଗିଛି   ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିସ୍ଫୋରକ ବୟାନ । ଗୁଜରାଟ ନିର୍ବାଚନରୁ ଯଦି ଆପ୍ ଓହରିଯାଏ ତେବେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯିବା ନେଇ ବିଜେପି ପ୍ରସ୍ତାବ ଦେଇଥିଲା ବୋଲି ଅଭିଯୋଗ ଲଗାଇଛନ୍ତି କେଜ୍ରିଓ୍ୱାଲ ।

ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ କେଜ୍ରିଓ୍ବାଲ କହିଛନ୍ତି- ଏମସିଡି ନିର୍ବାଚନକୁ ନେଇ ବିଜେପି ଘାବରେଇଯାଇଛି । ଗୁଜରାଟ ଓ ଦିଲ୍ଲୀ ଏମସିଡିରେ ବିଜେପି ପରାଜିତ ହେବ ବୋଲି ଆଶଙ୍କା କରୁଛି । ଆପ୍ ଛାଡ଼ିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଲାଗି ବିଜେପି ପକ୍ଷରୁ ପ୍ରଥମେ ମନୀଷ ସିସୋଦିଆଙ୍କୁ ବିଜେପି ଅଫର ଦେଇଥିଲା । ମାତ୍ର ପରେ ବର୍ତ୍ତମାନ ମୋତେ ବିଭିନ୍ନ ପ୍ରସ୍ତାବ ଦିଆଯାଉଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ସେପଟେ ମନୀଷଙ୍କ ଘନିଷ୍ଠ ସମ୍ପର୍କୀୟ ଦେବେନ୍ଦ୍ର ଶର୍ମା ଓରଫ ରିଙ୍କୁଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ରେଡ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ବଜେପି ଏବଂ ଆପ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି  । ଅଭିଯୋଗ ଏବଂ ପାଲଟାଅଭିଯୋଗ ଜାରି ରହିଛି  । ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନିତୀ ତୀବ୍ର ହୋଇଛି   । କେଜ୍ରିୱାଲଙ୍କ ଏଭଳି ଅଭିଯୋଗ ପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

୪୦୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି:  ସଫଳ ହେଉଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି ଲାଲ ଗଡ଼ । ମାଲକାନଗିରି ଜିଲ୍ଲାକୁ ବିଏସଏଫ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ହିଂସା । ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି ମାଓ ସମର୍ଥକ । ସରକାରଙ୍କ ବିକାଶ ପକ୍ରିୟା ଏବେ ଲାଲ ବାହିନୀରେ ପହଁଚିଛି  । ସାଧାରଣ ଲୋକ ପାଉଛନ୍ତି ସମସ୍ତ ସୁବିଧା  ।

କେବଳ ସ୍ୱାଭିମାନ  ଅଂଚଳରେ 7ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ବିଏସଏଫ ଓ ଓଡିଶା ପୋଲିସର ଘନ ଘନ କୁମ୍ବିଙ୍ଗ ଅପରେସନ ଲାଲ ବାହିନୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଲାଉଗୁଡାଠାରେ ପାପରମେଟଲ ଓ ଧୁଳିପୁଟ ସମେତ ଆନ୍ଧ୍ରପ୍ରଦେଶର ୪୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିବା ସହ ଜାଳିଛନ୍ତି ମାଓ ପୋଷାକ ଓ ମାଓ କୁଶ ପୁତ୍ତଳିକା ।